‘ପଙ୍ଗା’ର ନୂଆ ପୋଷ୍ଟର ରିଲିଜ୍‌

ମୁମ୍ବାଇ: କଙ୍ଗନା ରାନାଓ୍ବତଙ୍କ ଲିଡ୍‌ ରୋଲରେ ପରଦାକୁ ଆସିବ ‘ପଙ୍ଗା’। ଶନିବାର ଅଭିନେତ୍ରୀ ନିନା ଗୁପ୍ତା ଏହାର ଏକ ପୋଷ୍ଟର ରିଲିଜ୍‌ କରିଛନ୍ତି। ଏହି ପୋଷ୍ଟରରେ ନିନା, କଙ୍ଗନା ଓ ଗାୟକ ଜେସି ଗିଲ୍‌ ଏକ ଶୋଫା ଉପରେ ବସି ହସଖୁସି କରୁଥିବା ଦେଖାଯାଇଛି। ଏହାସହ କଙ୍ଗନାଙ୍କ ପୁଅ ଭୂମିକାରେ ଶିଶୁ କଳାକାର ଥିବା ୟଜ୍ଞ ଭାସିନଙ୍କୁ ମଧ୍ୟ ଏଥିରେ ଦେଖିବାକୁ ମିଳିଛି। ଏହି ସ୍ପୋର୍ଟସ୍‌ ଡ୍ରାମା ଫିଲ୍ମ ଆସନ୍ତା ଜାନୁୟାରୀ ୨୪ରେ ପରଦାକୁ ଆସିବ ବୋଲି ଯୋଜନା ରହିଛି। ଏଥିରେ ରିଚା ଚଢା, ଜେସି ଗିଲ୍‌ ଓ ନିନା ଗୁପ୍ତା ମୁଖ୍ୟ ଭୂମିକାରେ ନଜର ଆସିବେ।

Share