ପଙ୍ଗପାଳ ହଟାଇବାକୁ ପାକିସ୍ତାନ ସମେତ ପ୍ରସ୍ତୁତ ହେଉଛନ୍ତି ୪ ଦେଶ

ଇସ୍‌ଲାମାବାଦ,୧୧।୩: ପାକିସ୍ତାନ, ଭାରତ, ଇରାନ ଓ ଆଫଗାନିସ୍ତାନ ଆଦି ଦେଶ ପଙ୍ଗପାଳ ଦଳଠାରୁ ମୁକ୍ତି ପାଇବାକୁ ଉପାୟ ଚିନ୍ତା କରୁଛନ୍ତି। ଏହାକୁ ନେଇ ଏହି ୪ ଦେଶ ବୁଧବାର ଏକ ଭିଡଓ କନଫରେନ୍ସ ଆୟୋଜନ କରିଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସବୁ ଦେଶର କୃଷିମନ୍ତ୍ରୀମାନେ ଏଥିରେ ଯୋଗ ଦେବେ ବୋଲି ବିଶେଷ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି। ଚଳିତ ବର୍ଷ ଭାରତ-ପାକିସ୍ତାନ ସୀମାରେ ଏହି ପଙ୍ଗପାଳ ଏତେ ପରିମାଣରେ ବୃଦ୍ଧିପାଇଥିଲେ ଯେ ଏହା ଫଳରେ ହେକ୍ଟର ହେକ୍ଟର ଚାଷ ଜମି ନଷ୍ଟ ହୋଇଯାଇଥିଲା। ବିଶେଷଜ୍ଞଙ୍କ ମତରେ ପଙ୍ଗପାଳ ଦଳଙ୍କ ବଂଶ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ୩ ମାସ ମଧ୍ୟରେ ଏମାନଙ୍କ ସଂଖ୍ୟା ୨୦ ଗୁଣା ବୃଦ୍ଧି ପାଇଥାଏ।

Share