Categories: ବୌଦ୍ଧ

ପଙ୍ଗପାଳ ମୁକାବିଲା ପାଇଁ ଅଣ୍ଟା ଭିଡ଼ିଲା ପ୍ରଶାସନ: ଆଗୁଆ ପ୍ରସ୍ତୁତ ରହିବାକୁ ଜିଲାପାଳଙ୍କ ନିର୍ଦ୍ଦେଶ

ବୌଦ୍ଧ,୪ା୬ (ସ୍ବ.ପ୍ର.)-ଦେଶରେ ବର୍ତ୍ତମାନ ପଙ୍ଗପାଳ ଆକ୍ରମଣ ଯୋଗୁ ବହୁ ଫସଲ ନଷ୍ଟ ହେଉଥିବାରୁ ଚାଷୀ ମହଲରେ ଭାଳେଣି ପଡିଯାଇଛି ା ଏହି ପରିପ୍ରେକ୍ଷୀରେ ବୌଦ୍ଧ ପ୍ରଶାସନ ପକ୍ଷରୁ ସମ୍ଭାବ୍ୟ ପଙ୍ଗପାଳ ଆକ୍ରମଣ ନିୟନ୍ତ୍ରଣ କରିବା ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ଏକ ପ୍ରସ୍ତୁତି ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ପଙ୍ଗପାଳ ଆକ୍ରମଣରୁ କିପରି ଚାଷୀଙ୍କ ଫସଲ ରକ୍ଷା କରାଯାଇ ପାରିବ ସେ ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଯଦି ବୌଦ୍ଧ ଜିଲାକୁ ପଙ୍ଗପାଳ ଆସିବାର ସମ୍ଭାବନା ଦେଖାଦିଏ ସେ ସମ୍ପର୍କରେ ପ୍ରତିଦିନ ଖବର ସଂଗ୍ରହ କରିବା ସହିତ ଆଗୁଆ ସମସ୍ତ ପ୍ରସ୍ତୁତି କରିବାକୁ ବିଭାଗୀୟ କ୍ଷେତ୍ର ଅଧିକାରୀଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ।