Posted inଖେଳ

ପଙ୍କଜ ୧୦ମ ସଭାପତି, ସଞ୍ଜୟ ୬ଷ୍ଠ ସମ୍ପାଦକ

କଟକ ଅଫିସ,୨୮ା୯- ଓସିଏର ୧୦ମ ସଭାପତି ହୋଇଛନ୍ତି ପଙ୍କଜ ଲୋଚନ । ୧୯୪୯ ଜୁଲାଇ ୧୪ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ହରେକୃଷ୍ଣ ମହତାବ ପ୍ରଥମ ସଭାପତି ଭାବେ ଏହି ପଦବୀରେ ବସିଥିଲେ। ୧୯୭୬ ମସିହା ଜୁଲାଇ ୨୫ ତାରିଖ ପର୍ଯ୍ୟନ୍ତ ସେ ଦାୟିତ୍ୱରେ ରହିଥିଲେ। ପରେ ଭୈରବ ଚନ୍ଦ୍ର ମହାନ୍ତି, ଡ. ଜର୍ଜ ପଟ୍ଟନାୟକ, ବି.କେ. ବିଶ୍ୱାଳ, ଆର୍‌. ବେହେରା, ଆର୍‌.ପି ସ୍ବାଇଁ, ଏ.ଏନ. ପ୍ରଧାନ, ଡ. ପି.କେ. ମିଶ୍ର ଓ ରଞ୍ଜୀବ ବିଶ୍ୱାଳ ଓସିଏର ସଭାପତି ହୋଇଛନ୍ତି । ସେହିପରି ସଞ୍ଜୟ ହୋଇଛନ୍ତି ଓସିଏର ୬ଷ୍ଠ ସମ୍ପାଦକ । ୧୯୪୯ରେ ଏହି ପଦବୀରେ ଅବସ୍ଥାପିତ ହୋଇଥିଲେ ଏସ୍‌.କେ. ବିଶ୍ୱାସ । ଏହା ପରେ ପି.ଭି.ଆର ମୂର୍ତ୍ତି, ଭୈରବ ଚନ୍ଦ୍ର ମହାନ୍ତି, ବି.ବି. ଦାସ ଓ ଆଶୀର୍ବାଦ ବେହେରା ଓସିଏର ସମ୍ପାଦକ ପଦବୀରେ ରହିଥିଲେ ।

ନିର୍ବାଚନରେ ସର୍ବାଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ଆଶୀର୍ବାଦଙ୍କ ସାନ ପୁଅ ତଥା ଓସିଏର ନୂଆ ସମ୍ପାଦକ ସଞ୍ଜୟ ବେହେରା। ମୋଟ ୭୦ ଖଣ୍ଡ ଭୋଟରୁ ସଞ୍ଜୟଙ୍କୁ ମଧ୍ୟ ଅନ୍ୟ ପ୍ରାର୍ଥୀଙ୍କ ତୁଳନାରେ ସର୍ବାଧିକ ଭୋଟ ମିଳିଛି । ସେ ୪୫ ଖଣ୍ଡ ଭୋଟ ପାଇଥିବା ବେଳେ ପ୍ରତିଦ୍ୱନ୍ଦୀ ନବରଞ୍ଜନ ପଟ୍ଟନାୟକ ୨୫ ଭୋଟ ପାଇଥିଲେ। ନିର୍ବାଚନରେ ସବୁଠାରୁ ଶେଷରେ ଘୋଷଣା ହୋଇଥିଲା ସଭାପତି ପଦବୀର ଫଳାଫଳ। ଏହି ଫଳାଫଳ ହିଁ ଦର୍ଶାଇଥିଲା ନିର୍ବାଚନର କଡା ଟକ୍କର । ସଭାପତି ପଦବୀରେ ପଙ୍କଜ ଲୋଚନ ମହାନ୍ତି ୬ ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ। ପଙ୍କଜ ୩୮ ଖଣ୍ଡ ଭୋଟ ପାଇଥିବା ବେଳେ ପ୍ରଦୀପ ଚୌହ୍ବାନଙ୍କୁ ମିଳିଥିଲା ୩୨ ଭୋଟ । ବରିଷ୍ଠ କ୍ରୀଡ଼ା ସଙ୍ଗଠକ ପ୍ରଦୀପ କମ ଭୋଟ ବ୍ୟବଧାନରେ ପଦବୀ ଆଶା ହରାଇଛନ୍ତି । ଉପସଭାପତି ଅକ୍ଷୟ କୁମାର ସାମନ୍ତ ୪୧ ଖଣ୍ଡ ଭୋଟ ପାଇଥିଲେ । ତାଙ୍କ ପ୍ରତିଦ୍ୱନ୍ଦୀ ପ୍ରଶାନ୍ତ ପ୍ରସାଦ ପଟ୍ଟନାୟକଙ୍କୁ ମିଳିଥିଲା ୨୯ ଭୋଟ। ଯୁଗ୍ମ ସମ୍ପାଦକ ଓ କୋଷାଧ୍ୟକ୍ଷ ପଦବୀରେ ସମାନ ଭୋଟ ବ୍ୟବଧାନରେ ଆଶୀର୍ବାଦଙ୍କ ସମର୍ଥୀତ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଯୁଗ୍ମ ସମ୍ପାଦକ ମେହତାବ ଖାନ ଓ କୋଷାଧ୍ୟକ୍ଷ ବିକାଶ ପ୍ରଧାନ ୪୦ ଖଣ୍ଡ ଭୋଟ ପାଇଥିବା ବେଳେ ସେମାନଙ୍କ ପ୍ରତିଦ୍ୱନ୍ଦୀ ଯଥାକ୍ରମେ ସୁଜିତ କୁମାର ପ୍ରଧାନ ଓ ଅନୀଲ କୁମାର ବିଶ୍ୱାଳ ୩୦ ଖଣ୍ଡ ଲେଖାଏ ଭୋଟ ପାଇଛନ୍ତି ।
କ୍ରସ ଭୋଟିଂ
ଆଶୀର୍ବାଦ ଗୋଷ୍ଠୀ ସେମାନଙ୍କ ପ୍ରାର୍ଥୀମାନଙ୍କୁ ୪୧ ଖଣ୍ଡ ଭୋଟ ମିଳିବ ବୋଲି ଆକଳନ କରିଥିଲେ। ମ୍ୟାଜିକ ନମ୍ବର ୩୭କୁ ଟପି ବିଜୟୀ ହେବେ ବୋଲି ସେମାନଙ୍କର ଦୃଢ଼ ବିଶ୍ୱାସ ଥିଲା । ଯୁଗ୍ମ ସମ୍ପାଦକ ଓ କୋଷାଧ୍ୟକ୍ଷ ପଦବୀରେ ଏହି ଗୋଷ୍ଠୀ ୪୦ ଖଣ୍ଡ ଲେଖାଏ ଭୋଟ ପାଇଛନ୍ତି । ସେହିପରି ଉପସଭାପତି ପଦବୀରେ ମିଳିଛି ୪୧ ଖଣ୍ଡ ଭୋଟ । ଯାହା ସେମାନଙ୍କ ଆକଳନର ନିକଟତର । ହେଲେ ଅଙ୍କ ବଦଳିଥିଲା ସଭାପତି ଓ ସମ୍ପାଦକ ପଦବୀରେ। ସମ୍ପାଦକ ପଦବୀରେ ୪୫ ଖଣ୍ଡ ଭୋଟ ଆଶୀର୍ବାଦଙ୍କ ଗୋଷ୍ଠୀକୁ ଆସିଥିବା ବେଳେ ସଭାପତି ପଦବୀରେ ୩୮ ଖଣ୍ଡ ଭୋଟ ମିଳିଥିଲା । ଅନ୍ୟପକ୍ଷରେ ସଭାପତି ପଦବୀରେ ବିପକ୍ଷ ଗୋଷ୍ଠୀରୁ ସର୍ବାଧିକ ଭୋଟ ପାଇଛନ୍ତି ପ୍ରଦୀପ ଚୌହ୍ବାନ (୩୨ ଖଣ୍ଡ ଭୋଟ) । ଏଣୁ ଆଶୀର୍ବାଦଙ୍କ ଗୋଷ୍ଠୀରୁ କିଛି ଭୋଟ ପ୍ରଦୀପଙ୍କ ପକ୍ଷକୁ ଯାଇଛି । ସେହିପରି ବିପକ୍ଷ ଗୋଷ୍ଠୀରୁ ସବୁଠାରୁ କମ୍‌ ଭୋଟ ପାଇଛନ୍ତି ପରାଜିତ ସମ୍ପାଦକ ପ୍ରାର୍ଥୀ ନବରଞ୍ଜନ (୨୫ ଖଣ୍ଡ ଭୋଟ୍‌) । ଏଣୁ ବିପକ୍ଷ ଗୋଷ୍ଠୀର କିଛି ଭୋଟ ନବରଞ୍ଜନଙ୍କ ପ୍ରତିଦ୍ୱନ୍ଦୀ ସଞ୍ଜୟଙ୍କ ପକ୍ଷକୁ ଆସିଥିବା ବିଚାର କରାଯାଉଛି ।
ଛଅ ନବାଗତଙ୍କ କାନ୍ଧରେ ଓସିଏ ଭାର
ନିର୍ବାଚିତ ହୋଇଥିବା ୬ଜଣ ଯାକ ପ୍ରାର୍ଥୀ ପ୍ରଥମଥର ନିମନ୍ତେ ଓସିଏ ପଦବୀରେ ବସିବାକୁ ଯାଉଛନ୍ତି । ଯାହା ପୂର୍ବରୁ କେବେ ଘଟି ନ ଥିଲା । ଅଭିଜ୍ଞ କ୍ରୀଡ଼ା ସଙ୍ଗଠକମାନଙ୍କ ଉପସ୍ଥିତିରେ ଗଠିତ ହେଉଥିଲା ଓସିଏ। ୬ଜଣ ଯାକ ଓସିଏ ପଦବୀ ସୁଚାରୁରୂପେ ସମ୍ଭାଳିବେ ବୋଲି ଆଶା କରାଯାଉଛି ।
ମେଡ଼ିକାଲରେ ବିଜୟୀଙ୍କ ଭିଡ଼
ଓସିଏ ନିର୍ବାଚନ ପରେ ବିଜୟୀ ପ୍ରାର୍ଥୀ ଏସ୍‌ସିବି ମେଡ଼ିକାଲମୁହାଁ ହୋଇଥିଲେ। ବିଜୟ ଉତ୍ସବ ଶେଷ ହେବା ମାତ୍ରେ ସନ୍ଧ୍ୟାରେ ଏସ୍‌ସିବି ମେଡ଼ିକାଲରେ ଚିକିତ୍ସାଧୀନ ଆଶୀର୍ବାଦ ବେହେରାଙ୍କୁ ଜଣଙ୍କ ପରେ ଜଣେ ବିଜୟୀ ପ୍ରାର୍ଥୀ ଭେଟିବାକୁ ଯାଇଥିବା ଜଣାପଡ଼ିଛି। ବାରବାଟୀ ଷ୍ଟାଡିୟମ ସନ୍ନିକଟ ଅଞ୍ଚଳ ସମେତ ମେଡ଼ିକାଲରେ ମଧ୍ୟ ବିଜୟର ଲହରି ଖେଳିଥିଲା ।
ଖୋଲାହେଲାନି ୩ ପୋଷ୍ଟାଲ ବାଲଟ୍‌
୩ଜଣ ପୋଷ୍ଟାଲ ବାଲଟ ଜରିଆରେ ନିଜ ମତଦାନ ପଠାଇଥିଲେ। ଏମାନେ ହେଲେ ଏସସିବି ମେଡ଼ିକାଲରେ ଚିକିତ୍ସାଧୀନ ଥିବା ଆଶୀର୍ବାଦ ବେହେରା, ଜୟପୁରରେ ଚାଲିଥିବା ବିଜୟ ହଜାରେ ଟ୍ରଫିରେ ମ୍ୟାଚ୍‌ ରେଫରି ଭାବେ ଦାୟିତ୍ୱ ତୁଲାଉଥିବା ସଞ୍ଜୟ ରାଉଳ ଓ ଅଫିସ ମିଟିଂ ନିମନ୍ତେ ବରୋଦାରେ ଥିବା ରେଲୱେର ବିଜୟ ମିଶ୍ର। ଗୋଟିଏ ପକ୍ଷ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବାରୁ ଏମାନଙ୍କ ମତଦାନ ପାର୍ସଲକୁ ଖୋଲାଯାଇ ନଥିଲା ।

ଜାତୀୟ ଦଳ ପାଇଁ ସୁଯୋଗ ସୃଷ୍ଟି କରାଯିବ
ଓଡ଼ିଆ ଖେଳାଳି ଜାତୀୟ ଦଳରେ ସୁଯୋଗ ପାଉ ନାହାନ୍ତି । ପ୍ରତିଭା ଥିଲେ ମଧ୍ୟ ପ୍ରତିକୂଳ ପରିସ୍ଥିତିରେ ସେମାନେ ମୁକାବିଲା କରି ପାରୁନାହାନ୍ତି। ଏହି ସମସ୍ୟା ଦୂର ହେବ। ସେମାନଙ୍କ ପ୍ରତିଭାର ବିକାଶ ଏବେ ମୁଖ୍ୟ ଲକ୍ଷ୍ୟ । ମୋ କାର୍ଯ୍ୟକାଳ ମଧ୍ୟରେ ଓଡ଼ିଆ ଖେଳାଳି କିପରି ଜାତୀୟ ଦଳରେ ସୁଯୋଗ ପାଇବେ ସେ ନେଇ ସମସ୍ତ ଚେଷ୍ଟା କରିବି ବୋଲି କହିଛନ୍ତି ଓସିଏର ନୂଆ ସଭାପତି ପଙ୍କଜ ଲୋଚନ । ଭିତ୍ତିଭୂମିର ବିକାଶ ସମ୍ପର୍କରେ ସେ କହିଥିଲେ ଯେ, ଓଡ଼ିଶାରେ ଭିତ୍ତିଭୂମି ସୃଷ୍ଟି କରିବା ନିମନ୍ତେ ପର୍ଯ୍ୟାପ୍ତ ସୁଯୋଗ ଅଛି । ଏହାର ସଦୁପଯୋଗ କରାଯିବ । ବିଭିନ୍ନ ବୟସ ବର୍ଗର ଖେଳାଳିଙ୍କ ଉପରେ ନଜର ରହିବ ବୋଲି ସେ କହିଥିଲେ । ଏଥର ନିର୍ବାଚନରେ କଡ଼ା ମୁକାବିଲା ହୋଇଛି ବୋଲି ସେ ସ୍ପଷ୍ଟ କରିଛନ୍ତି। ୬ ଖଣ୍ଡ ଭୋଟରେ ବିଜୟୀ ହେବା ସହଜ କଥା ନୁହେଁ ବୋଲି ପଙ୍କଜଙ୍କ ମତ।

ଗଠନ ହେବ ରେସିଡେନ୍ସିଆଲ ଏକାଡେମୀ
ଖେଳାଳିମାନେ ରହିବେ ଓ ପ୍ରଶିକ୍ଷଣ ନେବେ । ଏଭଳି ସୁଯୋଗ ପ୍ରଦାନ କରିବ ଓସିଏ। ଓଡ଼ିଶା କ୍ରିକେଟର ଭବିଷ୍ୟତ କିପରି ଉଜ୍ଜ୍ୱଳ କରାଯିବ ସେଥି ନିମନ୍ତେ ସମସ୍ତ ଚେଷ୍ଟା କରିବୁ। ବିଜୟୀ ୬ଜଣ ଯାକ ପ୍ରାର୍ଥୀ ଏଥିପ୍ରତି ପାଇଁ ପ୍ରତିଶ୍ରୁତିବଦ୍ଧ। ଓସିଏ ଏକାଡେମୀରେ ଆଉ ଏକ ନୂତନ ଫର୍ଦ୍ଦ ଯୋଡ଼ାଯାଇ ଏହାକୁ ରେସିଡେନ୍ସିଆଲ ଏକାଡେମୀ କରାଯିବ ବୋଲି ସମ୍ପାଦକ ସଞ୍ଜୟ ବେହେରା ବିଜୟୀ ହେବା ପରେ ପ୍ରତିକ୍ରିୟା ଦେଇଛନ୍ତି। ଅନ୍ୟପକ୍ଷରେ ସ୍କୁଲ, କଲେଜ, କ୍ଲବସ୍ତରରେ କ୍ରିକେଟ ଟୁର୍ନାମେଣ୍ଟ ହେବ ବୋଲି ସଞ୍ଜୟ କହିଥିଲେ। ବିରୋଧୀ ଗୋଷ୍ଠୀଙ୍କୁ ଟାର୍ଗେଟ କରି ସଞ୍ଜୟ କହିଥିଲେ ଯେ, ନିର୍ବାଚନ ପୂର୍ବରୁ ବାପାଙ୍କୁ ଗିରଫ କରିବା ପାଇଁ ସେମାନଙ୍କ ଚକ୍ରାନ୍ତର କୁପରିଣତି ସେମାନେ ଭୋଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ମଧ୍ୟସ୍ଥତା ଫେଲ ମାରିବା ପରେ ରାଗରେ ଇରାନ ଉପରେ ଖପ୍ପା ହେଲେଣି ଟ୍ରମ୍ପ!

ଓ୍ବାଶିଂଟନ,୧୨।୪: ଇସଲାମାବାଦରେ ଆମେରିକା-ଇରାନ ଆଲୋଚନା ବିଫଳ ହେବା ପରେ, ପୁଣି ଥରେ ଯୁଦ୍ଧ ଆରମ୍ଭ ହେବାକୁ ଯାଉଛି କି ନାହିଁ ସେ ବିଷୟରେ ପ୍ରଶ୍ନ ଉଠାଯାଉଛି। ଏହା…

କେନ୍ଦ୍ରାପଡ଼ା ଜିଲାର ଏହି ବ୍ଲକରେ ବିଜେଡିରୁ ସମସ୍ତେ ଦେଇଦେଲେ ଇସ୍ତଫା

ପାଟକୁରା,୧୨ା୪(ରବୀନ୍ଦ୍ର ନାଥ ବାରିକ): କେନ୍ଦ୍ରାପଡା ଜିଲା ପାଟକୁରା ନିର୍ବାଚନ ମଣ୍ଡଳୀ ଗରଦପୁର ବ୍ଲକ ବିଜେଡି ସମର୍ଥିତ ତଥା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ଅନୁଗତମାନେ ବିଜେଡିରୁ ସମୂହ ଇସ୍ତଫା…

ସଙ୍ଗୀତ ଜଗତରେ ଶୋକର ଛାୟା: ନିରବି ଗଲେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର ଅନନ୍ୟ ପ୍ରତିଭା ତଥା ପ୍ରଖ୍ୟାତ ଗାୟିକା ଆଶା ଭୋସଲେଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା।…

ଫେଲ ମାରିଲା ପାକିସ୍ତାନର ମଧ୍ୟସ୍ଥତା, ହର୍ମୁଜ ବନ୍ଦ! ୟୁ-ଟର୍ନ ନେଲା ୨ ତେଲ ଟ୍ୟାଙ୍କର, ପାକିସ୍ତାନ ଜାହାଜ ବି ସାମିଲ

ତେହରାନ,୧୨।୪: ଇସଲାମାବାଦରେ ଆମେରିକା ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଆଲୋଚନା ବିଫଳ ହୋଇଛି। ୧୪ ଦିନିଆ ଅସ୍ତ୍ରବିରତି ଉପରେ ସହମତି ପରେ ଉଭୟ ଦେଶ ଆଲୋଚନାରେ ସାମିଲ…

ଜିଲାପାଳଙ୍କ ତଦାରଖ ପରେ ଫେରିଘାଟ ବନ୍ଦ ନିର୍ଦ୍ଦେଶ, ଡଙ୍ଗା ଇଞ୍ଜିନ ଚାବି ଜବତ କରି…

ମହାକାଳପଡ଼ା,୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ବାହାକୁଦ-ମୂଷଡିଆ ମହାନଦୀ ଫେରିଘାଟରେ ଲାଇଫ ଜ୍ୟାକେଟ, ସିସିଟିଭି ଆଦି ବ୍ୟବାହର ହେଉ ନ ଥିବା…

PF ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଚାହୁଁଛନ୍ତି କି? ଜାଣନ୍ତୁ ଅନ୍‌ଲାଇନ୍‌ ଏବଂ ଅଫଲାଇନ୍‌ ଉଠାଣର ଷ୍ଟେପ୍‌ ବାଇ ଷ୍ଟେପ୍‌ ପ୍ରକ୍ରିୟା…

ନୂଆଦିଲ୍ଲୀ,୧୨।୪: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ନିଜର କୋଟି କୋଟି ଅଂଶଧାରକଙ୍କ ପାଇଁ ପିଏଫ (PF) ଟଙ୍କା ଉଠାଣ ପ୍ରକ୍ରିୟାକୁ ପୂର୍ବ ଅପେକ୍ଷା ଅଧିକ ସହଜ…

ମହିଳା ସଂରକ୍ଷଣ ବିଲ୍‌କୁ ନେଇ ପ୍ରଭାତୀ ପରିଡ଼ାଙ୍କ ବଡ଼ ଅପଡେଟ୍‌, କହିଲେ ଦେଶକୁ ଏକ ନୂଆ…

ଭୁବନେଶ୍ୱର,୧୨ା୪: ମହିଳା ସଂରକ୍ଷଣ ବିଲ୍‌ ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରବିବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ ଏକ ପ୍ରେସ୍‌ମିଟ୍‌ରେ କହିଛନ୍ତି, ୩୩% ମହିଳା ସଂରକ୍ଷଣ…

‘ସମସ୍ତ ଏମ୍‌ପି ଏପ୍ରିଲ ୧୬ ରୁ ୧୮ ପର୍ଯ୍ୟନ୍ତ ସଂସଦରେ ରହିବା ଜରୁରୀ’; ହ୍ବିପ ଜାରି କଲା ଭାଜପା

ନୂଆଦିଲ୍ଲୀ,୧୨।୪: ଭାରତୀୟ ଜନତା ପାର୍ଟି (ଭାଜପା) ଆଗାମୀ ସ୍ବତନ୍ତ୍ର ସଂସଦୀୟ ଅଧିବେଶନ ସମ୍ପର୍କରେ ଏହାର ସମସ୍ତ ଏମ୍‌ପିଙ୍କୁ କଡ଼ା ନିର୍ଦ୍ଦେଶ ଜାରି କରିଛି। ଲୋକ ସଭା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri