Categories: ଫୁରସତ

ପକ୍ଷୀ ନେଲା ମାଲିକଙ୍କ ଜୀବନ

ଗୋଟିଏ ପକ୍ଷୀ ମାଲିକଙ୍କ ଜୀବନ ନେଇଯାଇଛି। ଏବେ ମନରେ ପ୍ରଶ୍ନ ଉଠୁଥିବ ମାଲିକ ଏମିତି କ’ଣ କଲେ ଯେ ସାମାନ୍ୟ ପକ୍ଷୀଟି ଜୀବନ ନେବାକୁ ପଛାଇଲାନି। ପକ୍ଷୀଟି ରାଗିଯିବାରୁ ତା’ ମାଲିକଙ୍କ ଜୀବନ ନେଇଗଲା। ଏଇ ପକ୍ଷୀର ନାଁ କ୍ୟାସଓ୍ବାରୀ। ବିଶ୍ୱର ସବୁଠାରୁ ମାରାତ୍ମକ ଏହି ପକ୍ଷୀ। ଏହା ଉଡ଼ି ପାରେନାହିଁ। ମାତ୍ର ଖୁବ୍‌ ଜୋର୍‌ରେ ଦୌଡ଼ିଥାଏ। ଏପରି ପକ୍ଷୀ ଅଷ୍ଟ୍ରେଲିଆରେ ଦେଖିବାକୁ ମିଳିଥାଏ। ଆକାରରେ ବଡ଼ ଏବଂ ଓଜନିଆ ହୋଇଥିବାରୁ ଏହା ଆକାଶରେ ଉଡ଼ିପାରେ ନାହିଁ। ଏହି ପକ୍ଷୀର ମାଲିକ ବ୍ରିଡିଙ୍ଗ୍‌ ପାଇଁ ନେଇଯାଇଥିଲେ। ଯେତେବେଳେ ପକ୍ଷୀଟିକୁ ଓ୍ବାର୍ଡରେ ଭର୍ତ୍ତି କରିଥିଲେ ସେତେବେଳେ କୌଣସି କାରଣ ବଶତଃ ଏହାର ସନ୍ତୁଳନ ବିଗିଡ଼ିଗଲା।  ଫଳରେ ପକ୍ଷୀଟି ପଡ଼ିଗଲା। ଏହା ପରେ ପଞ୍ଝାରେ ତା’ର ମାଲିକଙ୍କ ଛାତିକୁ ଚିରିଦେଲା।

Share