ପକ୍କାଘର: ପୂରଣ ହୋଇପାରୁନି ଧାର୍ଯ୍ୟଲକ୍ଷ୍ୟ

ଭୁବନେଶ୍ୱର,୩୦-୮(ବ୍ୟୁରୋ):ରାଜ୍ୟରେ କଚ୍ଚାଘର ରହିବ ନାହିଁ। ସମସ୍ତଙ୍କୁ ଯୋଗାଇ ଦିଆଯିବ ପକ୍କାଘର। ୨୦୧୯ ଡିସେମ୍ବର ସୁଦ୍ଧା ରାଜ୍ୟ ସରକାର ଏବଂ ୨୦୨୨ ସୁଦ୍ଧା ସମସ୍ତଙ୍କୁ ପକ୍କାଘର ଦେବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ପ୍ରତିବର୍ଷ ୫ ଲକ୍ଷ ପକ୍କାଘର ନିର୍ମାଣ କରିବାକୁ ବିଜେଡି ନିର୍ବାଚନ ଇସ୍ତାହାରରେ ଘୋଷଣା କରିଥିଲା। ତେବେ ଏହି ଲକ୍ଷ୍ୟ ପୂରଣ କରିବା ନେଇ ରାଜ୍ୟ ସରକାର ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ହିତାଧିକାରୀ ଚିହ୍ନଟ ପ୍ରକ୍ରିୟା ଶେଷ ହେଉ ନ ଥିବା ବେଳେ ଠିକ୍‌ ସମୟରେ କେନ୍ଦ୍ରରୁ ଟଙ୍କା ମିଳୁନାହିଁ। ବିଜୁ ପକ୍କାଘର ଯୋଜନା, ଖଣି ଅଞ୍ଚଳ ପକ୍କାଘର ଯୋଜନା, ନିର୍ମାଣ ଶ୍ରମିକ, ମତ୍ସ୍ୟଜୀବୀଙ୍କ ପାଇଁ ପକ୍କାଘର ଭଳି ଏମିତି କେତେ କ’ଣ ଯୋଜନା ରହିଛି। ତଥାପି ରାଜ୍ୟରେ ଆଉ କେତେ ହିତାଧିକାରୀ ଘର ପାଇବାକୁ ଯୋଗ୍ୟ ଅଛନ୍ତି  ତାହାର ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ ହୋଇପାରୁ ନାହିଁ। ଶୁକ୍ରବାର କେନ୍ଦ୍ର ସରକାରଙ୍କ ମାନବସମ୍ବଳ ମନ୍ତ୍ରଣାଳୟର ଏକ ଟିମ୍‌ ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଜ୍ୟ ସରକାର ଚୂଡାନ୍ତ ହିତାଧିକାରୀଙ୍କ ତାଲିକା ଏହି ଟିମ୍‌କୁ ପ୍ରଦାନ କରିବେ। ପଞ୍ଚାୟତିରାଜ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ଆହୁରି ୨୦ ଲକ୍ଷ ଲୋକ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ପିଏମଏଓ୍ବାଇ)- ଗ୍ରାମୀଣରେ ପକ୍କାଘର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ତାଲିକା ସହ ହିତାଧିକାରୀଙ୍କ ଆଧାର ଲିଙ୍କ୍‌ କରାଯିବ। ହିତାଧିକାରୀଙ୍କ ତାଲିକା ଦିଆଯିବା ସହ ଫଟୋ ମଧ୍ୟ ମନ୍ତ୍ରଣାଳୟକୁ ପଠାଯିବ। ଆସନ୍ତା ସେପ୍ଟେମ୍ବର ୧୪ ତାରିଖ ମଧ୍ୟରେ ଏହି ପ୍ରକ୍ରିୟା ଶେଷ ହେବ। ତାଲିକା ଦେବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ତଥ୍ୟ ସଂଗ୍ରହ କରାଯାଉଛି। ଯେପରି ହିତାଧିକାରୀ ତାଲିକାରେ ଅନିୟମିତତା ନ ହେବ ସେଥିପାଇଁ ଆଧାର ଲିଙ୍କ୍‌କୁ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଛନ୍ତି।
ଗୋଟିଏ ପଟେ ରାଜ୍ୟ ସରକାର ନୂତନ ହିତାଧିକାରୀ ସାଉଁଟିବାରେ ବ୍ୟସ୍ତ ରହିଥିବା ବେଳେ ଅନ୍ୟପଟେ ୨୦୧୧ରୁ ୨୦୧୫ ମଧ୍ୟରେ ଇନ୍ଦିରା ଆବାସ ଯୋଜନା (ଆଇଏଓ୍ବାଇ)ରେ ଘର ପାଇଥିବା ୪୮ ହଜାର ହିତାଧିକାରୀଙ୍କୁ ନେଇ ହରଡ଼ଘଣାରେ ପଡ଼ିଛନ୍ତି। ସେହି ହିତାଧିକାରୀ ୨/୩ଟି କିସ୍ତିରେ ଟଙ୍କା ନେଇ ଘର କରି ନାହାନ୍ତି। ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟର ୩୦ଟି ଜିଲାରେ ୪୦,୬୬୯ ହିତାଧିକାରୀ ଇନ୍ଦିରା ଆବାସ ଯୋଜନାରେ ପାଇଥିବା ଘର ନିର୍ମାଣ ଶେଷ କରି ନାହାନ୍ତି। ୨୦୧୩-୧୪ରେ ୮୩୨୨ ଜଣ ହିତାଧିକାରୀ ଦୁଇ ତିନୋଟି କିସ୍ତି ନେଇ ଘର ନିର୍ମାଣ କରି ନ ଥିବାବେଳେ ୨୦୧୪-୧୫ରେ ୧୫,୧୬୩ ଏବଂ ୨୦୧୫-୧୬ରେ ୧୭,୧୮୪ ହିତାଧିକାରୀ ଆଇଏଓ୍ବାଇରେ ଟଙ୍କା ନେଇଥିଲେ ମଧ୍ୟ ଘର ନିର୍ମାଣ ସମ୍ପୂର୍ଣ୍ଣ କରି ନାହାନ୍ତି। ସେହି ହିତାଧିକାରୀଙ୍କ କଚ୍ଚାଘର ଥିଲେ ମଧ୍ୟ ସେମାନଙ୍କୁ ପିଏମ୍‌ଏଓ୍ବାଇରେ ସାମିଲ୍‌ କରାଯାଇ ପାରୁନାହିଁ। ଆଇଏଓ୍ବାଇ କିସ୍ତି ଟଙ୍କା ନ ଫେରାଇଲେ ପିଏମ୍‌ଏଓ୍ବାଇରେ ସେମାନଙ୍କୁ ସାମିଲ କରାଯାଇ ପାରିବ ନାହିଁ। ଯେଉଁ ହିତାଧିକାରୀ କିସ୍ତି ଅର୍ଥ ଫେରାଉ ନାହାନ୍ତି ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଉଛି। ଏହାସତ୍ତ୍ୱେ ସେମାନେ ନେଇଥିବା ଟଙ୍କା ଫେରସ୍ତ କରୁନାହାନ୍ତି। ଯେଉଁ କେତେଜଣ ହିତାଧିକାରୀ ଟଙ୍କା ଫେରାଇବାକୁ ଚାହୁଁଛନ୍ତି ସେମାନେ ତୁରନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିଜ ନାମ ସାମିଲ କରିବା ସହ ମାସକ ମଧ୍ୟରେ ଘର ଯୋଗାଇ ଦେବାକୁ ଦାବି କରୁଛନ୍ତି। ଅନ୍ୟପକ୍ଷରେ ଯେଉଁମାନଙ୍କର କ୍ରମିକ ନମ୍ବର ଅନୁଯାୟୀ ଘର ପାଇବାକୁ ପାଳି ପଡ଼ୁଛି ସେମାନେ ଏହାର ବିରୋଧ କରୁଛନ୍ତି। କିସ୍ତି ଫେରାଇଲେ ମଧ୍ୟ ଆଇଏଓ୍ବାଇ ହିତାଧିକାରୀଙ୍କୁ କ୍ରମିକ ନମ୍ବର ଆସିବା ଯାଏ ଅପେକ୍ଷା କରିବାକୁ ପଡ଼ିବ। ତେବେ ସେହି ହିତାଧିକାରୀମାନେ ସରକାରଙ୍କ ଏହି ପ୍ରସ୍ତାବରେ ରାଜି ହେଉ ନାହାନ୍ତି। ସୂଚନା ଅନୁଯାୟୀ, ରାଜ୍ୟରେ ୨୦୧୪ରୁ ଏପର୍ଯ୍ୟନ୍ତ ୨୨ ଲକ୍ଷ ପକ୍କାଘର ନିର୍ମାଣ ହୋଇଛି। ଚଳିତ ବର୍ଷ ୮ ଲକ୍ଷ ୧୯ ହଜାର ପକ୍କାଘର ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେଥିରୁ ରାଜ୍ୟ ସରକାର ନିଜସ୍ବ ଯୋଜନାରେ ୫ ଲକ୍ଷ ୫୯ ହଜାର ଗୃହ ନିର୍ମାଣ କରିବା ଯୋଜନା କରାଯାଇଛି।
୨୦୧୪ ପରେ ପକ୍କାଘର ନିର୍ମାଣ ଯୋଜନା ନାମ ବଦଳିବା ସହ ଗୃହ ନିର୍ମାଣ ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି। ଆଇଏଓ୍ବାଇରେ ୟୁନିଟ ମୂଲ୍ୟ ଆଇଏପି ଅଞ୍ଚଳ ପାଇଁ ୭୫ ହଜାର ଟଙ୍କା ଥିବା ବେଳେ ନନ୍‌ ଆଇଏପି ଅଞ୍ଚଳ ପାଇଁ ୭୦ ହଜାର ଟଙ୍କା ଥିଲା। ପିଏମ୍‌ଏଓ୍ବାଇ-ଗ୍ରାମୀଣ କାର୍ଯ୍ୟକାରୀ ହେବା ପରେ ୟୁନିଟ ମୂଲ୍ୟ ଆଇଏପି ଅଞ୍ଚଳରେ ୧ ଲକ୍ଷ ୩୦ ହଜାର ଟଙ୍କା ଓ ନନ୍‌ ଆଇଏପିରେ ୟୁନିଟ ପିଛା ୧ ଲକ୍ଷ ୨୦ ହଜାର ଟଙ୍କା ଦିଆଯାଉଛି। ଏହାଛଡା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏମଜିଏନଆରଇଜିଏସ୍‌)ରେ ଯଥାକ୍ରମେ ୯୫ ଓ ୯୦ ଦିନର ମଜୁରି ବାବଦରେ ୧୫ ହଜାରରୁ ୧୬ ହଜାର ଟଙ୍କା ପ୍ରଦାନ କରାଯାଉଛି। ଏତଦ୍‌ବ୍ୟତୀତ ସ୍ବଚ୍ଛ ଭାରତ ମିଶନରେ ପାଇଖାନା ତିଆରି କରିବାକୁ ୧୨ ହଜାର ଟଙ୍କା ପ୍ରଦାନ କରାଯାଉଛି। ଯେଉଁ ହିତାଧିକାରୀ ୪ ମାସରେ ଘର ଶେଷ କରିବେ ତାଙ୍କୁ ପ୍ରୋତ୍ସାହନ ରାଶି ବାବଦରେ ୨୦ ହଜାର ଓ ୬ ମାସରେ ଶେଷ କଲେ ୧୦ ହଜାର ଟଙ୍କା ଦେବାର ବ୍ୟବସ୍ଥା ରହିଛି। ଏହାକୁ ନେଇ ପଞ୍ଚାୟତିରାଜ ବିଭାଗ ଏବଂ ଇନ୍ଦିରାଆବାସ ହିତାଧିକାରୀଙ୍କ ମଧ୍ୟରେ ଚାଲିଛି ଟଣାଓଟରା। ଆସନ୍ତା ଡିସେମ୍ବର ସୁଦ୍ଧା ଲକ୍ଷ୍ୟ ପୂରଣ ନେଇ ଅଡୁଆରେ ପଡ଼ିଛନ୍ତି ସରକାର।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ମୁଖ୍ୟ ଶାସନ ସଚିବଙ୍କୁ ୧୫ ସୂତ୍ରୀ ନିର୍ଦେଶାବଳୀ ଦେଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କ’ଣ…

ଭୁବନେଶ୍ୱର,୧।୧: ଶାସନ ପ୍ରଶାସନକୁ କ୍ରିୟାଶୀଳ କରିବାକୁ ନୂଆ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ମୁଖ୍ୟମନ୍ତ୍ରୀ୧୫ ଦଫା ନିର୍ଦ୍ଦେଶନାମା ପ୍ରଦାନ କରିଛନ୍ତି। ଲକ୍ଷ୍ୟ ହାସଲ ପାଇଁ...

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା: ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ ଧାନକିଣା, ସବୁ ଚାଷୀଙ୍କ ଆକାଉଣ୍ଟକୁ…

ଭୁବନେଶ୍ୱର,୧ା୧: ଚଳିତ ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ମଣ୍ଡିରେ ଧାନକିଣା ଚାଲିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଘୋଷଣା କରିଛନ୍ତି। ସେ ପ୍ରତିକ୍ରିୟା ଦେଇ କହିଛନ୍ତି,...

ନୂଆବର୍ଷ ପାଳନବେଳେ ବଡ଼ଧରଣର ବିସ୍ଫୋରଣ: ଅନେକ ମୃତ

ବର୍ନ,୧।୧: ସ୍ବିଜରଲାଣ୍ଡ ପ୍ରସିଦ୍ଧ ସହର କ୍ରାନ୍ସ-ମୋଣ୍ଟାନାରେ ନୂତନ ବର୍ଷ ପାଳନ ସମୟରେ ଏକ ବାରରେ ବିସ୍ଫୋରଣ  ଘଟିଛି। ଅନେକ ଲୋକ ପ୍ରାଣ ହରାଇଛନ୍ତି ଏବଂ ଅନେକ...

ବର୍ଷର ଶେଷ ଦିନରେ ଜମିଲା ଆମିଷ ବଜାର, ୭ କୋଟିର ଖାଇଦେଲେ ରାଜଧାନୀବାସୀ

ଭୁବନେଶ୍ୱର,୧।୧(ଅନୁରାଧା ମହାରଣା)- ବର୍ଷର ଶେଷ ଦିନରେ ଭୁବନେଶ୍ୱରରେ ଆମିଷ ବ୍ୟବସାୟ ଜମିଥିଲା। ପ୍ରାୟ ୭ କୋଟି ୩୦ ଲକ୍ଷ ଟଙ୍କାର ଆମିଷ କିଣିଛନ୍ତି ଗ୍ରାହକ। ଖାସି...

ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଲେ ଯୁବ ସମିତି ସଭ୍ୟ, ନିଜ ଦରମାରୁ ଦେଇଦେଲେ ଟଙ୍କା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତର ବୋରିଗାଁ ଗ୍ରାମର ଗାଣ୍ଡୁ ଗୌଡ଼ ଦୀର୍ଘ ଦିନ ହେବ ଅଜଣା ରୋଗରେ ପୀଡିତ ଅଛନ୍ତି...

ଟି-୨୦ ବିଶ୍ୱକପ ପାଇଁ ଶକ୍ତିଶାଳୀ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ: ଟିମରେ ଧୁରନ୍ଧର ଖେଳାଳିଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ,୧।୧: ଅଷ୍ଟ୍ରେଲିଆ ୨୦୨୬ର ଆଇସିସି ପୁରୁଷ ଟି୨୦ ବିଶ୍ୱକପ ପାଇଁ ମିଚେଲ ମାର୍ଶଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି। ସ୍ପିନର ମାଥ୍ୟୁ କୁହନେମାନ,...

ବିମାନବନ୍ଦରକୁ ଘେରି ରହିଛି କୁହୁଡ଼ି: ରନ୍‌ଓ୍ବେରେ ଫସିଲା ଅନେକ ବିମାନ

ଭୁବନେଶ୍ୱର,୧ା୧: ଗୁରୁବାର ସକାଳେ ଇଂରାଜୀ ନବବର୍ଷ ୨୦୨୬ର ପ୍ରଥମ ଦିନ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଘନ କୁହୁଡ଼ି ଯୋଗୁ ବିମାନ ଚଳାଚଳ ଗୁରୁତର...

ନ୍ୟୁୟର୍କ ସିଟି ପାଇଲା ପ୍ରଥମ ମୁସଲିମ ମେୟର, କୋରାନ ଉପରେ ହାତ ରଖି ନେଲେ ଶପଥ

ନୂଆଦିଲ୍ଲୀ,୧।୧: ନୂଆବର୍ଷରେ ନ୍ୟୁୟର୍କକୁ ମିଳିଲା ନୂଆ ମେୟର ।  ଗୁରୁବାର ସକାଳେ ନ୍ୟୁୟର୍କ ସହରରେ ଜୋହରାନ୍ ମାମଦାନି ୧୧୨ତମ ମେୟର ଭାବରେ ଶପଥ ଗ୍ରହଣ କରିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri