Posted inଖେଳ

ପଏଣ୍ଟ ପାର୍କ ବିଶ୍ୱବିଦ୍ୟାଳୟ ବାସ୍କେଟବଲ ଦଳରେ ଯୋଗଦେଲେ ଜଗଶନବୀର

ପିଟ୍ସବର୍ଗ,୧।୫(ୟୁଏସ୍‌ଏ): ଏନ୍‌ବିଏ ଏକାଡେମୀ ପ୍ରତିଭା ଭାରତର ଜଗଶନବୀର ସିଂଙ୍କୁ ଏକ ବଡ଼ ସୁଯୋଗ ମିଳିଛି। ଆମେରିକାର ପିଟ୍ସବର୍ଗସ୍ଥିତ ପଏଣ୍ଟ ପାର୍କ ବିଶ୍ୱବିଦ୍ୟାଳୟ ପୁରୁଷ ବାସ୍କେଟବଲ ଦଳ ପାଇଁ ଖେଳିବାକୁ ସେ ଚୁକ୍ତି କରିଛନ୍ତି। ୨୦୨୦-୨୧ ସେସନ ପାଇଁ ସେ ବିଦେଶୀ ଖେଳାଳି ହିସାବରେ ଏହି ଦଳରେ ଯୋଗଦେବା ପାଇଁ ଚୁକ୍ତିରେ ସ୍ବାକ୍ଷର କରିଛନ୍ତି। ୭ ଫୁଟ ଉଚ୍ଚତା ବିଶିଷ୍ଟ ଏହି ସେଣ୍ଟର ଖେଳାଳି କାଲିଫର୍ନିଆରେ ଗୋଲ୍ଡେନ ଷ୍ଟେଟ୍‌ ପ୍ରେପ୍‌ରେ ରହୁଛନ୍ତି। ଏନ୍‌ବିଏ ଏକାଡେମୀ ଇଣ୍ଡିଆରେ ସାମିଲ ହେବା ପାଇଁ ସେ ଚୟନ ହୋଇଥିଲେ। ୨୦୧୭ରେ ଏହି ପ୍ରୋଗ୍ରାମ ଆରମ୍ଭ ହୋଇଥିଲା। ସାରା ଭାରତରେ ବାସ୍କେଟବଲ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ‘ଏସିଜି ଏନ୍‌ବିଏ ଜମ୍ପ’ ମଧ୍ୟରେ ୨୨ଜଣ ପିଲାଙ୍କ ସମେତ ଜଗଶନବୀର ଚିହ୍ନଟ ହୋଇଥିଲେ।
ଏନ୍‌ବିଏ ଏକାଡେମୀ ଇଣ୍ଡିଆରୁ ପ୍ରଶିକ୍ଷଣ ନେବା ପରେ ସେ ଆମେରିକା ଆସିଥିଲେ ଓ ଗୋଲ୍ଡେନ ଷ୍ଟେଟ୍‌ ପ୍ରେପ୍‌ରେ ପୋଷ୍ଟ ଗ୍ରେଡ ଲେଭେଲ ଖେଳିଥିଲେ। ଜଗଶନବୀରଙ୍କୁ ଦଳରେ ସାମିଲ କରି ଆମେ ବହୁତ ଖୁସି ବୋଲି ପଏଣ୍ଟ ପାର୍କ ବିଶ୍ୱବିଦ୍ୟାଳୟ ହେଡ୍‌ କୋଚ୍‌ ଜୋ ଲିଓ୍ବାଣ୍ଡୋଓ୍ବିସ୍କି କହିଛନ୍ତି। ଜଗଶନବୀରଙ୍କ ବେଶ୍‌ ଡେଙ୍ଗା ଓ ବାସ୍କେଟବଲ୍‌ ସମ୍ପର୍କରେ ତାଙ୍କର ବହୁତ ଜ୍ଞାନ ମଧ୍ୟ ରହିଛି। ତାଙ୍କୁ ଭଲଭାବେ ପ୍ରଶିକ୍ଷଣ ଦିଆଯାଇଛି ଓ ସେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି। ଜଗଶନବୀରଙ୍କୁ ନେଇ ଆମେ ବହୁତ ଉତ୍ସାହିତ ଅଛୁ ବୋଲି ବିଶ୍ୱବିଦ୍ୟାଳୟ ଆସୋସିଏଟ ହେଡ୍‌ କୋଚ୍‌ ଡରେନ ଫ୍ରିଡ୍‌ମ୍ୟାନ କହିଛନ୍ତି। ଫ୍ରିଡ୍‌ମ୍ୟାନ ପୂର୍ବରୁ ଏନ୍‌ବିଏ ଖେଳାଳି ସିମ୍‌ ଭୁଲାରଙ୍କୁ କୋଚିଂ ଦେଇଛନ୍ତି। ତାଙ୍କ ସମୟରେ ଚାଇନାରେ ଅନୁଷ୍ଠିତ ହୋଇଥିବା ଏନ୍‌ବିଏ ଏସିଆ ପାସିଫିକ୍‌ ଟିମ୍‌ କ୍ୟାମ୍ପ ପାଇଁ ଜଗଶନବୀର ଚୟନ ହୋଇଥିଲେ। ୨୦୧୮ ଅଗଷ୍ଟରେ ଜଗଶନବୀର ଏଫ୍‌ଆଇବିଏ ୧୮ ବର୍ଷରୁ କମ୍‌ ଏସିଆନ ଚାମ୍ପିୟନଶିପ୍‌ ଖେଳିବା ପାଇଁ ଭାରତୀୟ ଜାତୀୟ ଦଳରେ ସାମିଲ ହୋଇଥିଲେ। ଏହି ପ୍ରତିଯୋଗିତା ଥାଇଲାଣ୍ଡରେ ଆୟୋଜିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri