ନୟାଗଡ଼ ଜିଲାରେ ୫ ଟି ଓ ମୋ ସରକାର ପ୍ରଭାବ: ଦେଢ଼ମାସରେ ୧୦ ନିଲମ୍ବିତ, ଜଣେ ବହିଷ୍କୃତ

ନୟାଗଡ଼ ଅଫିସ,୧୮ା୧୧: ନୟାଗଡ଼ ଜିଲାରେ ୫ ଟି ଓ ମୋ ସରକାର ପ୍ରଭାବ ଦେଖିବାକୁ ମିଳିଛି। ଏହାର ପ୍ରଭାବରେ ଦେଢମାସରେ ୧୦ ଜଣ ନିଲମ୍ବିତ ହୋଇଥିବା ବେଳେ ଜଣେ ବହିଷ୍କୃତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ୩ ଅଧିକାରୀ ଓ ୮ ଜଣ କର୍ମଚାରୀ। ଏହାକୁ ନେଇ ଅଧିକାରୀଙ୍କଠାରୁ ଆରମ୍ଭ କରି କର୍ମଚାରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ସେପ୍ଟେମ୍ବର ୩୦ ତାରିଖରେ ଏକ ମାମଲାର ତଦନ୍ତରେ ବିଳମ୍ବ ଯୋଗୁ ଓଡ଼ଗାଁ ଥାନା ଏଏସ୍‌ଆଇ ଶରତ ଚନ୍ଦ୍ର ମିଶ୍ରଙ୍କୁ ନିଲମ୍ବିତ କରାଯାଇଥିଲା। ଅକ୍ଟୋବର ୧୭ରେ ଦୁର୍ଘଟଣା ଘଟାଇଥିବା ଗାଡ଼ି ପରିବର୍ତ୍ତେ ଅନ୍ୟ ଏକ ଗାଡ଼ି ନାମରେ ମାମଲା ରୁଜୁ କରିବାରୁ ଫତେଗଡ଼ ଥାନା ଭାପୁର ବିଟ୍‌ ହାଉସର ଏଏସ୍‌ଆଇ ଅପର୍ତ୍ତି ସାହୁ ନିଲମ୍ବିତ ହୋଇଥିଲେ। ସେହିଭଳି ଜଣେ ବ୍ୟକ୍ତିଙ୍କୁ ଟଙ୍କା ମାଗିବାରୁ ରଣପୁର ଥାନା ଦର୍ପନାରାୟଣପୁର ଫାଣ୍ଡି କନଷ୍ଟେବଳ ଅଚ୍ୟୁତାନନ୍ଦ ପ୍ରଧାନ ନିଲମ୍ବିତ ହୋଇଥିଲେ। ଅକ୍ଟୋବର ୩୧ରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ତରଫରୁ ନୟାଗଡ଼ ଜିଲା ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ଯୁଗଳ କିଶୋର ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି। ଯୁଗଳ ଭାପୁର ବ୍ଲକର ବିଭିନ୍ନ ଜଳ ବିଭାଜିକା ସଂଘ ସଭାପତି ଓ ସମ୍ପାଦକଙ୍କ ଅଗୋଚରରେ ଟଙ୍କା ଉଠାଣ କରିବା ସହିତ ବିଭିନ୍ନ ପ୍ରକଳ୍ପରେ ଦୁର୍ନୀତି କରିଥିବା ଅଭିଯୋଗ ହୋଇଥିଲା। ନଭେମ୍ବର ୬ରେ ନୟାଗଡ଼ ଜିଲା ସମାଜ ମଙ୍ଗଳ କାର୍ଯ୍ୟାଳୟରେ କାର୍ଯ୍ୟରତ ପ୍ରୋଗ୍ରାମ୍‌ ଅଧିକାରୀ ଚୂଡ଼ାମଣି ମୁର୍ମୁଙ୍କୁ ବିଭାଗୀୟ ପ୍ରମୁଖ ସଚିବ ବହିଷ୍କୃତ କରିଥିଲେ। ଚୂଡ଼ାମଣି ପ୍ରୋଗ୍ରାମ୍‌ ଅଫିସର ସହିତ ଓଡ଼ଗାଁ ବ୍ଲକର ସିଡିପିଓ ଦାୟିତ୍ୱରେ ଥିଲେ। କିଛିବର୍ଷ ତଳେ ସେ ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକରେ କାର୍ଯ୍ୟ କରୁଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଏହି କାରଣରୁ ଚୂଡ଼ାମଣିଙ୍କୁ ବହିଷ୍କୃତ କରାଯାଇଥଲା। ସବୁଠାରୁ ବଳିଯାଇଥିଲା ଗତ ୧୩ ତାରିଖର ଘଟଣା। ଏହିଦିନ ନୟାଗଡ଼ ଜିଲା ଯୋଗାଣ କାର୍ଯ୍ୟାଳୟର ଏକାଥରରେ ୬ ଜଣଙ୍କୁ ବିଭାଗ ନିଲମ୍ବିତ କରିଥିଲା। ଜିଲା ଯୋଗାଣ ଅଧିକାରୀ ବିକ୍ରମ କୁମାର ମାଝି ଓ ସହକାରୀ ଜିଲା ଯୋଗାଣ ଅଧିକାରୀ ଶ୍ରୀନିବାସ ସାହୁଙ୍କୁ ନିଲମ୍ବନ କରାଯାଇଥିଲା। ନିଲମ୍ବିତ ହୋଇଥିବା ଅନ୍ୟମାନେ ହେଲେ ଉକ୍ତ କାର୍ଯ୍ୟାଳୟର ସଂଗ୍ରାହକ ଅଧୀକ୍ଷକ ସଞ୍ଜୀବ ସାହୁ, ମାନ ନିର୍ଦ୍ଧାରକ ଜୟଶ୍ରୀ ମୁନି, ଡାଟା ଏଣ୍ଟ୍ରି ଅପରେଟେର ସୁଧାକର ଦଳବେହେରା ଓ ରୋଜାଲିନ୍‌ ସେଠୀ। ନିଲମ୍ବନର କାରଣ ସ୍ପଷ୍ଟ ହୋଇ ନ ଥିବାବେଳେ ଯୋଗାଣ ବିଭାଗ ପକ୍ଷରୁ ହିତାଧିକାରୀଙ୍କୁ ନିମ୍ନମାନର ଖାଦ୍ୟ ସାମଗ୍ରୀ ଦିଆଯାଉଥିବାରୁ ୬ ଜଣଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡ଼ିଛି। ଅନ୍ୟପଟେ ଅକ୍ଟୋବର ୧୭ ତାରିଖରେ ଜିଲା କ୍ଷୁଦ୍ର ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ବିନୟ କୁମାର ସୁବୁଦ୍ଧି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଗତ ୧୫ ତାରିଖରେ ଖଣ୍ଡପଡ଼ା ବ୍ଲକ ବନମାଳୀପୁର ପଞ୍ଚାୟତ ବାହାଡ଼ା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମାକାନ୍ତ ସାହୁ ମଧ୍ୟାହ୍ନ ଭୋଜନ ଲାଗି ଜାଳେଣି କାଠ ଓ ପରିବା ବିଲ୍‌ କରାଇଦେବା ପାଇଁ ପ୍ରସନ୍ନ କୁମାର ସାହୁଙ୍କଠାରୁ ୧୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ୫ ଟି ପ୍ରଭାବରେ ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ କର୍ମଚାରୀ କିଛି ମାତ୍ରାରେ ସୁଧୁରିବେ ବୋଲି ସାଧାରଣରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri