ନୟାଗଡ଼ରେ ୪ କରୋନା ପଜିଟିଭ୍‌ ଚିହ୍ନଟ: ଗୋଟିଏ ପରିବାରର ୩ ଆକ୍ରାନ୍ତ

ନୟାଗଡ଼ ଅଫିସ,୧୫।୬: ନୟାଗଡ଼ ଜିଲାରେ ସୋମବାର ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଦଶପଲ୍ଲା ହାଇସ୍କୁଲ କ୍ବାରାଣ୍ଟାଇନ ସେଣ୍ଟରରୁ ଶାଆନ୍ତସାହିର ଜଣେ ଚିହ୍ନଟ ହୋଇଥିବା ବେଳେ ବାରମାସିଦଣ୍ଡାର ଗୋଟିଏ ପରିବାରର ୩ ଜଣ ବାପା, ମା’ ଓ ପୁଅ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ସିଡିଏମ୍‌ଓ ସୁଧାଂଶୁ ଶେଖର ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।