ନୟାଗଡ଼ରେ ବଜ୍ରପାତ ବିପତ୍ତି: ୪ ବର୍ଷରେ ଗଲାଣି ୨୭ ଜୀବନ

ନୟାଗଡ଼ ଅଫିସ,୩୦ା୬- ବଣପାହାଡ଼ ଘେରା ନୟାଗଡ଼ ଜିଲାରେ ବିଭିନ୍ନ ସମୟରେ ବଜ୍ରପାତ ବିପତ୍ତି ଦେଖିବାକୁ ମିଳୁଛି। ଆଉ ଏଥିରେ କେତେକଙ୍କ ଅକାଳ ମୃତ୍ୟୁ ହେଉଥିବାବେଳେ କେତେକ ଗୁରୁତର ହେଉଛନ୍ତି। ୨୬ ଜୁଲାଇ୨୦୧୮ରେ ନୟାଗଡ଼ ବ୍ଲକ ଗଦାଧରପ୍ରସାଦ ପଞ୍ଚାୟତ ଗୋବିନ୍ଦପୁର ଗ୍ରାମର ସନ୍ତୋଷ କୁମାର ପ୍ରଧାନ ବିଲକୁ ଯାଇଥିବା ବେଳେ ବଜ୍ରପାତରେ ତାଙ୍କର ମୃତ୍ୟୁ ଘଟିଥିଲା। ସେହିପରି ୬ ସେପ୍ଟେମ୍ବର ୨୦୧୮ରେ ନୂଆଗାଁ ବ୍ଲକ ଖାଲମଡ଼ା ଗ୍ରାମର ଦୟା ଦିହୁଡ଼ି ବିଲରୁ ଘରକୁ ଫେରୁଥିବା ବେଳେ ବଜ୍ରପାତର ଶିକାର ହୋଇ ମୃତ୍ୟୁବରଣ କରିଥିଲେ। ୨ଦିନ ତଳେ ଗୁରୁବାର ନୟାଗଡ଼ ବ୍ଲକ ବାଉଁଶିଆପଡ଼ା ଗ୍ରାମର ନିରଞ୍ଜନ ଦୀକ୍ଷିତ (୨୭) ବିଲରେ ଗାଈ ଚରାଉଥିବା ବେଳେ ବଜ୍ରପାତର ଶିକାର ହୋଇ ଗୁରୁତର ହୋଇଥିଲେ। ଜିଲାରେ ବିଶେଷକରି ଏପ୍ରିଲ୍‌, ମେ, ଜୁନ୍‌ ମାସରେ ଅଧିକ ବଜ୍ରପାତ ଘଟୁଥିବା ଜଣାପଡ଼ିଛି। ଜିଲା ଜରୁରିକାଳୀନ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୪ବର୍ଷରେ ବଜ୍ରପାତରେ ୨୭ ଜଣଙ୍କ ଜୀବନ ହାନି ଘଟିଛି। ୨୦୧୬ରେ ୯, ୨୦୧୭ରେ ୭, ୨୦୧୮ରେ ୯ ଓ ୨୦୧୯ ବର୍ତ୍ତମାନ ସୁଦ୍ଧା ୨ଜଣଙ୍କ ମୃତ୍ୟୁ ଘଟିଛି। ଦଶପଲ୍ଲା ବ୍ଲକରେ ମୃତ୍ୟୁ ସଂଖ୍ୟା ସବୁଠାରୁ ଅଧିକ। ବଜ୍ରପାତ ଯୋଗୁ କେବଳ ଯେ ମଣିଷଙ୍କ ମୃତ୍ୟୁ ଘଟୁଛି ତା’ନୁହେଁ, ପ୍ରାଣୀସମ୍ପଦ ମଧ୍ୟ ମୃତ୍ୟୁମୁଖରେ ପଡୁଛନ୍ତି। ଦୁଇଦିନ ତଳେ ରଣପୁର ବ୍ଲକ ଚମ୍ପାପେଡ଼ି ଗ୍ରାମ ଆମ୍ବତୋଟାରେ ବଜ୍ରପାତରେ ଗୋଟିଏ ଷଣ୍ଢ ଓ ୩ଟି ଗାଈଙ୍କ ମୃତ୍ୟୁ ଘଟିଥିଲା। ୪ବର୍ଷରେ ପାଖାପାଖି ୩୦୦ ଗୃହପାଳିତ ପ୍ରାଣୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଗତ ମେ ୨୦ ତାରିଖରେ ବଜ୍ରପାତରେ ଓଡ଼ଗାଁ ସିନେମା ହଲ୍‌ ଛକରେ ଥିବା ଏକ ନଡ଼ିଆ ଗଛ ପୋଡିଯାଇଥିଲା। ପରିବେଶବିତ୍‌ଙ୍କ କହିବା ଅନୁସାରେ ଅଧିକାଂଶ ସମୟରେ ସଚେତନତା ଅଭାବରୁ ଜିଲାରେ ବଜ୍ରପାତ ମୃତ୍ୟୁ ଘଟୁଛି। ତେଣୁ ବିଭାଗ ପକ୍ଷରୁ ଏ ନେଇ ଗ୍ରାମ ଲୋକମାନଙ୍କୁ ସଚେତନ କରାଇବା ଜରୁରୀ ବୋଲି ସାଧାରଣରେ ମତପ୍ରକାଶ ପାଉଛି। ଏ ନେଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍‌ଓ) ଶ୍ୱେତକୁମାର ମହାପାତ୍ର କହନ୍ତି, ଯଦି କୌଣସି ବ୍ୟକ୍ତି ବଜ୍ରପାତର ଶିକାର ହୁଅନ୍ତି ତେବେ ତୁରନ୍ତ ତାଙ୍କୁ ମେଡ଼ିକାଲ ଅଣାଯିବା ଦରକାର। ଯଦ୍ଦ୍ବାରା ଚିକିତ୍ସା କରାଯାଇ ତାଙ୍କୁ ସୁସ୍ଥ କରାଯାଇପାରିବ। ସେହିପରି ବଜ୍ରପାତରେ ଯଦି କିଛି ଅଘଟଣ ଘଟିଛି ତା’ହେଲେ ମଧ୍ୟ ଚିକିତ୍ସାଳୟକୁ ଆଣିବା ଦରକାର। ବ୍ୟବଚ୍ଛେଦ ପରେ ସେମାନଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଏହାଛଡା ବଜ୍ରପାତ ସମୟରେ ମୋବାଇଲ୍‌ରେ ବିଭିନ୍ନ ସୂଚନା ଆସୁଛି। କାଳବୈଶାଖୀ ନେଇ ମୋବାଇଲ୍‌ରେ ଯଦି ନିଜ ଅଞ୍ଚଳର ବଜ୍ରପାତର ଆଶଙ୍କା ଥିବା ସୂଚନା ଆସୁଛି ସେତେବେଳେ ଘରୁ ବାହାରିବା ଉଚିତ ନୁହେଁ। ସଚେତନ ହେଲେ ଆମେ ସୁରକ୍ଷିତ ରହିପାରିବା ବୋଲି ସେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପେନସନ୍‌ କରାଇ ଦେବାକୁ ୩ ହଜାର ଲାଞ୍ଚ ନେଉଥିଲେ ବରିଷ୍ଠ କିରାଣୀ, ବାନ୍ଧିଲା ଭିଜିଲାନ୍ସ

ନୟାଗଡ/ଖଣ୍ଡପଡା,(ଲୋକନାଥ ମିଶ୍ର/ଅଜୟ କୁମାର ମହାରଣା)୩୦ା୩: ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲା ଖଣ୍ଡପଡ଼ା ସବ-ଟ୍ରେଜେରୀ କର୍ମଚାରୀ ସରୋଜ କୁମାର ସାହୁ । ପେନସନ୍‌ କରାଇ ଦେବାକୁ ଲାଞ୍ଚ ନେଉଥିବା…

ଓଲଟିଲା ଟୁରିଷ୍ଟ ବସ୍‌: ଚାଲିଗଲା ୫ ଜୀବନ

ନୟାଗଡ଼,୨୮।୩(ଲୋକନାତ ମିଶ୍ର):ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନା ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଟାକେରାରେ ଟୁରିଷ୍ଟ ବସ ଓଲଟି ଡ୍ରାଇଭର ସମେତ ୫…

ଭୁବନେଶ୍ୱରରେ ଚିକିତ୍ସିତ ହେଉଛନ୍ତି ବୈକୁଣ୍ଠ, ଘରେ ପୁଅ,ବୋହୂଙ୍କୁ ବାଡ଼େଇ…

ନୟାଗଡ଼,୨୭।୩(ଲୋକନାଥ ମିଶ୍ର): ନୟାଗଡ଼ ସଦର ବଲଭଦ୍ରପୁର ଗାଁର ବୈକୁଣ୍ଠ ସାହୁଙ୍କ ଘରୁ ଗୁରୁବାର ରାତିରେ ଚୋରି ହୋଇଛି। ଚୋରମାନେ ଗ୍ରୀଲ ଓ କବାଟ ଭାଙ୍ଗି ୭ ଲକ୍ଷରୁ…

ନୂଆ ଚିନି କଳ ସ୍ଥାନ ଚିହ୍ନଟ ପାଇଁ ନୟାଗଡରେ ଆଇପିଏଲ ଟେକ୍ନିକାଲ ଟିମ

ନୟାଗଡ଼,୨୧।୩(ଲୋକନାଥ ମିଶ୍ର): ନୟାଗଡ଼ରେ ନୂଆ ଚିନିଶିଳ୍ପ ଖୋଲିବା ନେଇ ମାର୍ଚ୍ଚ ୬ରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଘୋଷଣା କରିଥିଲେ। ଏପରିକି ଚିନି ଶିଳ୍ପ ଖୋଲିବା ନେଇ…

ବେଲପଡ଼ାପାଟଣା ସ୍କୁଲ ଛାତ୍ର ମୃତ୍ୟୁ ଘଟଣା: ୩୪ ଦିନ ପରେ ସ୍କୁଲ ଆସି ପାଠ ପଢ଼ିଲେ ପିଲା, ୧୩ ଅଟକ

ନୟାଗଡ଼,୨୩।୨(ଲୋକନାଥ ମିଶ୍ର): ଛାତ୍ର ମୃତ୍ୟୁକୁ ନେଇ ଦଶପଲ୍ଲା ବେଲପଡ଼ା ପ୍ରାଥମିକ ବିଦ୍ୟାଳୟରେ ୩୪ ଦିନ ହେବ ସ୍କୁଲ୍ ରେ ତାଲା ପକାଇଥିଲେ ପରିବାର ଲୋକେ। ଆଜି ବେଲପଡ଼ା…

ବିଳମ୍ବିତ ରାତିରେ  ଘରେ ପଶିଗଲା ଆମ୍ବୁଲାନ୍ସ 

ନୟାଗଡ଼,୮।୩(ଲୋକନାଥ ମିଶ୍ର/ପ୍ରକାଶ କୁମାର ପାଣି): ଭାରସାମ୍ୟ ହରାଇ ଏକ ଘରେ ପଶିଗଲା  ଆମ୍ବୁଲାନ୍ସ । ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲା ଦଶପଲ୍ଲା ବୁଗୁଡ଼ା ଛକରେ। ଦୁର୍ଘଟଣାରେ…

ମର୍ମନ୍ତୁଦ ବାଇକ ଦୁର୍ଘଟଣା: ଅକାଳରେ ଚାଲିଗଲା ୨ ଯୁବକଙ୍କ ଜୀବନ

ନୟାଗଡ, ୬।୩(ଲୋକନାଥ ମିଶ୍ର): ଖଣ୍ଡପଡ଼ା ଥାନା ଅଧୀନ ବୋଦସା ଗ୍ରାମ ଉପକଣ୍ଠରେ ଗୁରୁବାର ଅପରାହ୍ନରେ ଏକ ମର୍ମନ୍ତୁଦ ବାଇକ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣ ଯୁବକଙ୍କ…

ବିଲ୍ ପେମେଣ୍ଟ ହୋଇପାରୁନଥିବାରୁ ପାଟିତୁଣ୍ଡ, ବ୍ଲକ୍‌ ଅଫିସ୍‌ରେ ଶାସକ-ବିରୋଧୀ ଗୋଷ୍ଠୀ ମୁହାଁମୁହିଁ

ନୟାଗଡ଼,୨।୩(ଲୋକନାଥ ମିଶ୍ର): ଉନ୍ନତିମୂଳକ କାର୍ଯ୍ୟରେ ବିଲ୍ ପେମେଣ୍ଟ ହୋଇପାରୁନଥିବାରୁ ପାଟିତୁଣ୍ଡ । ଉନ୍ନତିମୂଳକ କାର୍ଯ୍ୟରେ ବିଲ୍ ପେମେଣ୍ଟ ହୋଇପାରୁନଥିବାରୁ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri