ନ୍ୟାୟ ପାଇଁ ଛାତ୍ରୀଛାତ୍ରଙ୍କ ଅହିଂସା ପଦଯାତ୍ରା: ଅଧାବାଟରୁ ଫେରାଇ ନେଲା ପ୍ରଶାସନ

ବାଲେଶ୍ୱର ଅଫିସ, ୬।୧୧-ତ୍ରୁଟିପୂର୍ଣ୍ଣ ଶିକ୍ଷାନୀତି ଯୋଗୁ ବିଏଡ୍‌-ଏମ୍‌ଏଡ୍‌ ଶିକ୍ଷାଲାଭ କରିଥିବା ଛାତ୍ରୀଛାତ୍ର ନିଯୁକ୍ତି ସୁଯୋଗରୁ ବଞ୍ଚିତ ହେଉଛନ୍ତି। ଏପରି କି ସେମାନଙ୍କୁ ଶିକ୍ଷକ ପ୍ରବେଶିକା ପରୀକ୍ଷା ଓଟିଇଟି, ସିଟିଇଟି, ଓଏସ୍‌ଏସ୍‌ଟିଇଟି ଭଳି ପରୀକ୍ଷା ଦେବାକୁ ସୁଯୋଗ ମିଳୁନାହିଁ। ଏ ସମ୍ପର୍କରେ ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟର ବିଏଡ୍‌, ଏମ୍‌ଏଡ ଛାତ୍ରୀଛାତ୍ର ପ୍ରତିବାଦ ଜଣାଇ ନିରାଶ ହେବାରୁ ସେମାନେ ନ୍ୟାୟ ପାଇଁ ମଙ୍ଗଳବାର ଅହିଂସା ପଦଯାତ୍ରାରେ ଭୁବନେଶ୍ୱର ଲୋକସଭା ଭବନକୁ ବାହାରିଥିଲେ। ପ୍ରଶାସନ ସେମାନଙ୍କୁ ବାଟରେ ଅଟକାଇ ବୁଝାଶୁଝା କରିବା ପରେ ଦାବି ପୂରଣ ନେଇ ଲିଖିତ ପ୍ରତିଶ୍ରୁତି ଦେବାରୁ ଛାତ୍ରୀଛାତ୍ର ଆନ୍ଦୋଳନକୁ ସ୍ଥଗିତ ରଖିଥିବା ଜଣାପଡିଛି। ଏହି ଦାବି ନେଇ ଅନୁରୂପ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ର ଆନ୍ଦୋଳନ କରିଥିବା ସୂଚନା ମିଳିଛି।
ଉଲ୍ଲେଖନୀୟ ଯେ, ଫକୀରମୋହନ ବିଶ୍ୱବିଦ୍ୟାଳୟର ଶତାଧିକ ଛାତ୍ରୀଛାତ୍ର ମଙ୍ଗଳବାର ପୂର୍ବାହ୍ନ ୯ଟାରେ ରେମୁଣାସ୍ଥିତ ବ୍ୟାସବିହାର କ୍ୟାମ୍ପସ୍‌ଠାରୁ ଭୁବନେଶ୍ୱର ଲୋକସଭା ଭବନ ଅଭିମୁଖେ ପଦଯାତ୍ରା ଆରମ୍ଭ କରିଥିଲେ। ସ୍ଥାନୀୟ ଭୀମପୁରା ଛକଠାରେ ଶିଳ୍ପାଞ୍ଚଳ ଥାନା ପୋଲିସ ଅଧିକାରୀ ପ୍ରଥମେ ସେମାନଙ୍କୁ ଅଟକାଇ ବାଟରେ ବୁଝାଶୁଝା କରିବାକୁ ଉଦ୍ୟମ କରିଥିଲେ। ଛାତ୍ରୀଛାତ୍ରମାନେ ଜିଦ୍‌ରେ ଅଟଳ ରହି ପଦଯାତ୍ରା ଜାରି ରଖିଥିଲେ। ପରେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏବଂ ଜିଲା ଆରକ୍ଷୀ ଅଧୀକ୍ଷକ ବି. ଯୁଗଳ କିଶୋର ପହଞ୍ଚତ୍ ଛାତ୍ରୀଛାତ୍ରଙ୍କ ସହ ଆଲୋଚନା କରିଥିଲେ। ଏହାପରେ ଜିଲାପାଳ ଫକୀରମୋହନ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷଙ୍କୁ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ବାଲେଶ୍ୱର ସହର ଫକୀରମୋହନ ଗୋଲେଇଠାରେ ଛାତ୍ରୀଛାତ୍ରଙ୍କ ଶୋଭାଯାତ୍ରା ପହଞ୍ଚତ୍ବା ବେଳେ ସଦର ବିଧାୟକ ମଦନମୋହନ ଦତ୍ତ ଏବଂ ନୀଳଗିରି ବିଧାୟକ ଇଂ. ସୁକାନ୍ତ ନାୟକ ପହଞ୍ଚତ୍ ସେମାନଙ୍କ ଦାବି ସମ୍ପର୍କରେ ଆଲୋଚନା କରିଥିଲେ। ଛାତ୍ରୀଛାତ୍ରଙ୍କ ଦାବି ନ୍ୟାୟଯୁକ୍ତ ବୋଲି ସେମାନେ ଦର୍ଶାଇ ଏ ସମ୍ପର୍କରେ ଆଲୋଚନା ଲାଗି ଜିଲାପାଳଙ୍କ ଅଫିସ୍‌ ପରିସରକୁ ଆସିବାକୁ ପରାମର୍ଶ ଦେଇଥିଲେ। ଅପରାହ୍ନ ୧ଟାଠାରୁ ଛାତ୍ରୀଛାତ୍ର ଜିଲାପାଳଙ୍କ ଅଫିସ୍‌ ପରିସରକୁ ଯାଇ ସେଠାରେ ବସି ରହି ଧାରଣା ଦେଇଥିଲେ। ଅପରାହ୍ନ ପ୍ରାୟ ୫ଟାରେ ସଦର ବିଧାୟକ ଦତ୍ତଙ୍କ ଉପସ୍ଥିତିରେ ଅତିରିକ୍ତ ଜିଲାପାଳ ସମ୍ବିତ ନାୟକ, ଫକୀରମୋହନ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଅମର ସିଂ ସୋରେନ୍‌ ଛାତ୍ରୀଛାତ୍ରଙ୍କ ସହ ଆଲୋଚନା କରିଥିଲେ। ଛାତ୍ରୀଛାତ୍ରଙ୍କ ଦାବିକୁ ଜିଲା ପ୍ରଶାସନ ଗ୍ରହଣ କରି ୩ଦିନ ଭିତରେ ଦାବି ପୂରଣ ନିମନ୍ତେ ଅଫିସ୍‌ ଚିଠି (ନଂ. ୬୦୮, ୫।୧୧।୨୦୧୯) ଜରିଆରେ ଉଚ୍ଚଶିକ୍ଷା ବିଭାଗକୁ ପଠାଇବା ଲାଗି ଲିଖିତ ପ୍ରତିଶ୍ରୁତି ଦେବାରୁ ଛାତ୍ରୀଛାତ୍ରମାନେ ଧାରଣାରୁ ଓହରିଥିବା ନେଇ ବିଏଡ୍‌-ଏମ୍‌ଏଡ୍‌ରେ ପାଶ୍‌ କରିଥିବା ଛାତ୍ର ନିଲେଶ କୁମାର ସ୍ବାଇଁ, ଦ୍ୱିତୀୟବର୍ଷର ଛାତ୍ର ଲକ୍ଷ୍ମୀନାରାୟଣ ନାୟକ, ଇରମ୍‌ ସ୍ବାଇଁ, ଛାତ୍ରୀ ସୁପ୍ରଭା ପଣ୍ଡା, ସରିତା ସାହୁ, ଅର୍ଚ୍ଚନା ଘଡ଼େଇ, ତୃତୀୟ ବର୍ଷର ଛାତ୍ରୀ ଶ୍ରାବଣୀ ବେହେରା, ଉତ୍ସର୍ଗ ଜେନା, ପ୍ରିୟବ୍ରତ ସେନାପତି ପ୍ରମୁଖ ପ୍ରକାଶ କରିଛନ୍ତି। ଏହି ଆନ୍ଦୋଳନକୁ ଅଖିଳ ବିଦ୍ୟାର୍ଥୀ ପରିଷଦ ଏବଂ ଛାତ୍ର କଂଗ୍ରେସର ଛାତ୍ରନେତାମାନେ ସମର୍ଥନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଲେ ଯୁବ ସମିତି ସଭ୍ୟ, ନିଜ ଦରମାରୁ ଦେଇଦେଲେ ଟଙ୍କା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତର ବୋରିଗାଁ ଗ୍ରାମର ଗାଣ୍ଡୁ ଗୌଡ଼ ଦୀର୍ଘ ଦିନ ହେବ ଅଜଣା ରୋଗରେ ପୀଡିତ ଅଛନ୍ତି...

ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ମିଡିୟୁବାନ୍ଦା ଜଳପ୍ରପାତ: VIDEO ଦେଖିଲେ ଲାଖି ଯିବ ଲାଖି

ଦାରିଙ୍ଗବାଡି,୧।୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଅନେକ ଜଳ ପ୍ରପାତ ରହିଛି। ସେଥିମଧ୍ୟରେ ଅନ୍ୟତମ ଜଳପ୍ରପାତ ହେଉଛି ମିଡିୟୁାନ୍ଦା ଜଳପ୍ରପାତ, ଯାହାକି ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ...

ଲିଟିଲ ମିସ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ବିଜେତାଙ୍କୁ ଭବ୍ୟ ସାଗତ: ଡିଜେ ବଜାଇ ପାଛୋଟି ନେଲେ..

ଲୋଇସିଂହା,୧।୧(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ଆୟୋଜିତ ଲିଟିଲ ମିସ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା...

ବିଧାୟକଙ୍କ ହୋଡିଂରେ ନାହିଁ ଟାଣୁଆ ନେତା ରାମଚନ୍ଦ୍ର ପଣ୍ଡାଙ୍କ ଫଟୋ, ସହରରେ ଚର୍ଚ୍ଚା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଆଜି ହେଉଛି ବର୍ଷର ପ୍ରଥମ ଦିବସ ତଥା ନୂଆବର୍ଷ। ଏହି ଦିନକୁ ଗାଁଠୁ ସହର ସବୁଠି ଧୂମଧାମର ପାଳନ କରୁଛନ୍ତି ସମସ୍ତେ।...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧(କୈଳାଶ ଚନ୍ଦ୍ର ପଟନାୟକ ): ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ଫଳରେ ମଝି ଚିଲିକାରେ ୫୦ ଯାତ୍ରୀ,...

ଜାଡ଼ରେ ଜିରୋ ନାଇଟ, ସକାଳୁ ନୂଆବର୍ଷ ପାଇଁ ଉତ୍ସବମୁଖର: ଭାଇଚାରା ବାଣ୍ଟିଲେ ଅଞ୍ଚଳବାସୀ

ଦାରିଙ୍ଗବାଡି, ୧ (୧ (ଅରୁଣ ସାହୁ ):ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଲାଗି ରହିଛି ଶୀତ। ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଶୀତକୁ ଖାତିର ନକରି ସବୁଠି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri