ନ୍ୟାସ୍‌ନାଲ କଲେଜ କ୍ୟାମ୍ପସରେ ୩ ଭାଲୁ

ନୂଆପଡା ଅଫିସ,୪।୧-ଦିନ ଦ୍ୱିପ୍ରହରେ ନୂଆପଡା ଜିଲା ସଦର ମହକୁମାରେ ଥିବା ନ୍ୟାସନାଲ କଲେଜ କ୍ୟାମ୍ପସକୁ ଶୁକ୍ରବାର ୩ଟି ବଣୁଆ ଭାଲୁ ଆସି ଆତଙ୍କ ଚଳାଇଥିବା ଦେଖାଯାଇଛି। ଅପରାହ୍ନ ୪ଟାବେଳେ ଆସି ଆଡ୍ଡା ଜମାଇ ରହିଛନ୍ତି। ଏହା କଲେଜ କର୍ମଚାରୀମାନଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି।
ନୂଆପଡା ସହରକୁ ଲାଗି ରହିଛି ସୁନାବେଡା ଅଭୟାରଣ୍ୟ ଏବଂ ଭାଲୁର ଗଡ କୁହାଯାଉଥିବା ସାଲିହା ଜଙ୍ଗଲ। ଏହି ଜଙ୍ଗଲ ଇଲାକାରେ ଅବାଧରେ ଚାଲିଛି ବହୁପଥର ଖାଦାନ। ଏଠାରେ ସବୁବେଳେ ବ୍ଲାଷ୍ଟିଂ ହେଉଥିବାବେଳେ ଜଙ୍ଗଲରେ ଖାଦ୍ୟାଭାବ ଯୋଗୁ ବନ୍ୟପ୍ରାଣୀମାନେ ଜନବସତିଗୁଡିକୁ ଚାଲିଆସୁଥିବାର ଦେଖାଯାଉଛି। ଏହାର ନଜିର ଏଠାରେ ଦେଖିବାକୁ ମିଳିଛି ା କଲେଜ କ୍ୟାମ୍ପସକୁ ଅପରାହ୍ନ ଠିକ ୪ଟାବେଳେ ୩ଗୋଟି ଭାଲୁ ଚାଲିଆସିଥିଲେ। ଏମାନେ କ୍ୟାମ୍ପସରେ ଥିବା ଅଡିଟରିୟମ ସାମନାରେ ଥିବା ପଡ଼ିଆରେ ବୁଲୁଥିଲେ। ଏମାନଙ୍କୁ ଦେଖିବାକୁ ସମସ୍ତ ଅଧ୍ୟାପିକାଅଧ୍ୟାପକ, ଛାତ୍ରୀଛାତ୍ର ଆସି ଠୁଳ ହୋଇଥିଲେ। କୋଳାହଳ ଶୁଣିମଧ୍ୟ ଏମାନେ ନିଶ୍ଚଳ ରହିଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ଏମାନେ ବୁଲୁଥିଲେ। ଏହାକୁ ନେଇ ବନ୍ୟପ୍ରାଣୀ ବିଭାଗ ପାଖରେ ମଧ୍ୟ କୌଣସି ଖବର ନ ଥିଲା। ଏହା ଉପରେ ତୁରନ୍ତ ବନ୍ୟପ୍ରାଣୀ ବିଭାଗ ହସ୍ତକ୍ଷେପ କରି ଘଉଡାଇବାର ବ୍ୟବସ୍ଥା କରିବାକୁ ଦାବି ହେଉଛି। ଅନ୍ୟପକ୍ଷେ ପଥର ବ୍ଲାଷ୍ଟିଂ ଉପରେ ପ୍ରଶାସନ ଅଙ୍କୁଶ ଲଗାଇବାର ଜରୁରୀ ହୋଇପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଷ୍ଟୁରାଣ୍ଟରେ ଘରୋଇ ଏଲ୍‌ପିଜି ସିଲିଣ୍ଡର: ମାଡିବସିଲା…

ନୂଆପଡ଼ା,୧୨ା୪ (ମକାରୁ ବେମାଲ): ନୂଆପଡ଼ା ଜିଲା ଖରିଆର ରୋଡ୍‌ସ୍ଥିତ ପାଳ ରେଷ୍ଟୁରାଣ୍ଟରେ ଘରୋଇ ଏଲ୍‌ପିଜି ସିଲିଣ୍ଡରକୁ ବାଣିଜି୍ୟକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଥିବା ଅଭିଯୋଗ ପରେ ଯୋଗାଣ ବିଭାଗର…

ଜାଲ୍‌ ଶିକ୍ଷକ ନିଯୁକ୍ତି ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି

ନୂଆପଡ଼ା,୮ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି ଘଟଣାରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରି କାମ ସାରିଦେଇଛି।…

ନିଜ ରାସ୍ତା କାମ ନିଜେ କଲେ ପଡ଼ାବାସୀ: ଚାନ୍ଦା ଆଦାୟକରି…

ନୂଆପଡ଼ା,୮ା୪ (ମକାରୁ ବେମାଲ): ନୂଆପଡ଼ା ଏନ୍‌ଏସି ସତ୍‌ସଙ୍ଗ ବିହାର ପଛପଟ ପଡ଼ା ରାସ୍ତାର ଡ୍ରେନ୍‌ ଉପରେ ପଡ଼ିଥିବା ଘୋଡ଼ଣି ଭାଙ୍ଗିଯାଇଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ।…

ଜାଲ୍‌ ଶିକ୍ଷକ ନିଯୁକ୍ତି କରି ଟଙ୍କା ଆତ୍ମସାତ୍‌ ଅଭିଯୋଗ: ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ଶିକ୍ଷକ

ନୂଆପଡ଼ା,୪ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି କଲେଜରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜାଲ୍‌ ଶିକ୍ଷକ ନିଯୁକ୍ତି କରି ଦରମା ଟଙ୍କା ଆତ୍ମସାତ୍‌ କରିଥିବା ସିନାପାଲି…

ବେଲଗଛରେ ଝୁଲୁଥିଲା ବିଜେଡି ନେତାଙ୍କ ସ୍ତ୍ରୀଙ୍କ ମୃତଦେହ: ପୋଲିସ କଲା ଜବତ

ନୂଆପଡ଼ା,୩୧ା୩ (ମକାରୁ ବେମାଲ):ନୂଆପଡା ସହରର ମାତାଗୁଡି ପଡାସ୍ଥିତ ଏକ ବେଲଗଛରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ସେ ହେଲେ ପୂର୍ବତନ ଯୁବ ବିଜୁ ଜନତା…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ଏପ୍ରିଲ ୧ରୁ ଆରମ୍ଭ ହେବ ମାରାଗୁଡ଼ା ଲୋକମହୋତ୍ସବ

ନୂଆପଡ଼ା,୨୭ା୩(ମକାରୁ ବେମାଲ): ନୂଆପଡ଼ା ଜିଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ ଆସନ୍ତା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନ୍ୟାଶନାଲ ମହାବିଦ୍ୟାଳୟ…

ହୋଟେଲ, ରେଷ୍ଟୁରାଣ୍ଟରେ ବଡ଼ ଧରଣର ଚଢ଼ାଉ

ନୂଆପଡ଼ା,୨୬ା୩ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଘରୋଇ ଏଲ୍‌ପିଜି ସିଲିଣ୍ଡରର କୃତ୍ରିମ ଅଭାବ ଦେଖାଦେଇଥିବା ବେଳେ ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟରେ ଅବୈଧ ବ୍ୟବହାର କରାଯାଉଥିବା ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri