Posted inଖେଳ

ନ୍ୟାଶନାଲ ଡୋପ୍‌ ଟେଷ୍ଟିଂ ଲାବରେଟୋରିକୁ ସସ୍‌ପେଣ୍ଡ କଲା ଓ୍ବାଡା

ନୂଆଦିଲ୍ଲୀ, ୨୪ା୮ (ପି.ଟି.)-ଓ୍ବାଲର୍‌ଡ୍‌ ଆଣ୍ଟି ଡୋପିଂ ଏଜେନ୍ସି (ଓ୍ବାଡା) ଭାରତର ନ୍ୟାଶନାଲ ଡୋପ୍‌ ଟେଷ୍ଟିଂ ଲାବରେଟୋରି (ଏନ୍‌ଡିଟିଏଲ୍‌)କୁ ୬ ମାସ ପାଇଁ ସସ୍‌ପେଣ୍ଡ କରିଛି। ଫଳରେ ଦେଶର ଆଣ୍ଟି ଡୋପିଂ ପ୍ରୋଗ୍ରାମ୍‌କୁ ଶକ୍ତ ଧକ୍କା ଲାଗିଛି। କ୍ରୀଡ଼ା ମନ୍ତ୍ରଣାଳୟ ଏଥିରେ ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହ ଅପିଲ କରିବା ଲାଗି ସ୍ଥିର କରିଛି। ଏନ୍‌ଡିଟିଏଲ୍‌ ୨୦୦୮ରେ ଓ୍ବାଡା ସ୍ବୀକୃତି ଲାଭ କରିଥିଲା। ସସ୍‌ପେଣ୍ଡ ଆଦେଶ ଅଗଷ୍ଟ ୨୦ରୁ ଲାଗୁ ହୋଇଛି। ସସ୍‌ପେଣ୍ଡ ଆଦେଶ ନ ଉଠିବା ପର୍ଯ୍ୟନ୍ତ ନ୍ୟାଶନାଲ ଡୋପ୍‌ ଟେଷ୍ଟିଂ ଲାବରେଟୋରିରେ ଡୋପ୍‌ ଟେଷ୍ଟ ପାଇଁ ସଂଗ୍ରହ କରାଯାଇଥିବା କୌଣସି ସାମ୍ପଲ ପରୀକ୍ଷା ହୋଇପାରିବ ନାହିଁ। ଟୋକିଓ ଅଲିମ୍ପିକ୍ସ ଆଉ ମାତ୍ର ଏକ ବର୍ଷ ଥିବାବେଳେ ଓ୍ବାଡାର ଏହି ନିଷ୍ପତ୍ତି ଶକ୍ତ ଧକ୍କା ଦେଇଛି। ଓ୍ବାଡାର ଏକ ପ୍ରତିନିଧି ଦଳ ନିକଟରେ ନ୍ୟାଶନାଲ ଡୋପ୍‌ ଟେଷ୍ଟିଂ ଲାବରେଟୋରି ପରିଦର୍ଶନରେ ଆସିଥିଲେ। ଏହା ଇଣ୍ଟରନ୍ୟାଶନାଲ ଷ୍ଟାଣ୍ଡାର୍ଡ ଫର୍‌ ଲାବରେଟୋରି (ଆଇଏସ୍‌ଏଲ) ମାନଦଣ୍ଡ ବାହାରେ ବୋଲି ସେମାନେ ରିପୋର୍ଟ ଦେଇଥିଲେ। ଏନ୍‌ଡିଟିଏଲ୍‌ ଚାହିଁଲେ ୨୧ଦିନ ମଧ୍ୟରେ ଓ୍ବାଡାର ଏହି ନିଷ୍ପତ୍ତି ବିରୋଧରେ ଅପିଲ କରିପାରିବ। ବ୍ୟବସାୟିକ ସ୍ବାର୍ଥ ଦୃଷ୍ଟିରୁ ଏହା କରାଯାଇଥାଇପାରେ ବୋଲି ଓ୍ବାଡା ନିଷ୍ପତ୍ତିରେ ଆଶ୍ଚର୍ଯ୍ୟ ପ୍ରକାଶ କରିଥିବା କ୍ରୀଡ଼ା ସଚିବ ରାଧେଶ୍ୟାମ ଜୁଲାନିୟା କହିଛନ୍ତି। କାରଣ ଆମ ଲାବରେଟୋରିରେ ସାମ୍ପଲ ଟେଷ୍ଟ କରିବାର ଖର୍ଚ୍ଚ ଅନ୍ୟ ଦେଶର ଲାବରେଟୋରିଗୁଡ଼ିକ ତୁଳନାରେ ଶସ୍ତା। ନ୍ୟାଶନାଲ ଆଣ୍ଟି ଡୋପିଂ ଏଜେନ୍ସି (ନାଡା)ଠାରୁ ଏନ୍‌ଡିଟିଏଲ୍‌ ବିଚ୍ଛିନ୍ନ ହେବା ଦ୍ୱାରା ଭାରତରେ ଆଣ୍ଟି-ଡୋପିଂ ପ୍ରୋଗ୍ରାମ୍‌ରେ ବାଧା ସୃଷ୍ଟି ହେବ। ସସ୍‌ପେଣ୍ଡ ସମୟରେ କେବଳ ସାମ୍ପଲ ସଂଗ୍ରହ କରିପାରିବ ବୋଲି ନାଡା ମହାନିର୍ଦ୍ଦେଶକ ନବୀନ ଅଗ୍ରଓ୍ବାଲ ପ୍ରକାଶ କରିଛନ୍ତି। ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) କହିଛି ଅନ୍ୟ ଦେଶରେ ସାମ୍ପୁଲର ପରୀକ୍ଷା ପାଇଁ ଆମକୁ ଅତିରିକ୍ତ ବ୍ୟୟଭାର ସମ୍ଭାଳିବାକୁ ପଡ଼ିବ, ଯାହାକି କଷ୍ଟସାଧ୍ୟ। ଯଥାସମ୍ଭବ ଆମକୁ ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ ଥିବା ଓ୍ବାଡା ସ୍ବୀକୃତିପ୍ରାପ୍ତ ଲାବରେଟୋରି ଉପରେ ଆମକୁ ନିର୍ଭର କରିବାକୁ ପଡ଼ିବ। ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ସଭାପତି ନରିନ୍ଦର ବାତ୍ରା କହିଛନ୍ତି, ଟୋକିଓ ଗେମ୍ସ ଆଉ ମାତ୍ର ୧୧ ମାସ ରହିଥିବାବେଳେ ଓ୍ବାଡାର ନିଷ୍ପତ୍ତି ଭାରତରେ ଅଲିମ୍ପିକ ଆନ୍ଦୋଳନକୁ ଶକ୍ତ ଧକ୍କା ଦେଇଛି। ଭାରତର ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକ ଅତିରିକ୍ତ ବ୍ୟୟଭାର ବହନ କରିବା ସ୍ଥିତିରେ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri