Categories: ଜାତୀୟ

ନୌକାଯାତ୍ରା କଲେ ପ୍ରିୟଙ୍କା

ବାରାଣସୀ,୧୦।୧: କଂଗ୍ରେସ ମହାସଚିବ ତଥା ଉତ୍ତର ପ୍ରଦେଶର ପ୍ରଭାରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଶୁକ୍ରବାର ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ବାରାଣସୀକୁ ଦିନିକିଆ ଗସ୍ତ କରିଛନ୍ତି। ସେଠାରେ ପହଞ୍ଚି ବାରାଣସୀର ରାଜଘାଟ ସ୍ଥିତ ରବିଦାସ ମନ୍ଦିରରେ ପ୍ରିୟଙ୍କା ସ୍ବତନ୍ତ୍ର ପୂଜାର୍ଚ୍ଚନା କରିଛନ୍ତି। ଏହାପରେ ପଞ୍ଚଗଙ୍ଗା ଘାଟରେ ପହଞ୍ଚି ସେ ନୌକାଯାତ୍ରା କରିଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଏହି ଗସ୍ତ ସମୟରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଓ ଏନ୍‌ଆରସିକୁ ନେଇ ଉତ୍ତରପ୍ରଦେଶ ପୋଲିସ ଦ୍ୱାରା ଗିରଫ ହୋଇଥିବା ପ୍ରଦର୍ଶନକାରୀଙ୍କୁ ଭେଟିବେ ପ୍ରିୟଙ୍କା। ଏଥିସହ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଛାତ୍ର ଓ ସିଭିଲ ସୋସାଇଟିର ସଦସ୍ୟଙ୍କୁ ମଧ୍ୟ ତାଙ୍କର ଭେଟିବାର କାର୍ଯ୍ୟକ୍ରମ ରହିଛି।

Share