Odisha Elections 2024
Posted inଖେଳ

ନୋରିସଙ୍କୁ ପ୍ରଥମ ଫର୍ମୁଲା ଓ୍ବାନ ସଫଳତା

ମାୟାମି ଗାର୍ଡେନ୍ସ, ୭ା୫: ବିଶ୍ୱ ଚାମ୍ପିୟନ ତଥା ରେଡ୍‌ବୁଲର ମାକ୍ସ ଭର୍ଷ୍ଟାପେନ୍‌ଙ୍କୁ ୭ ସେକେଣ୍ଡ ପଛରେ ପକାଇ ଲାଣ୍ଡୋ ନୋରିସ ଏଠାରେ ମାୟାମି ଗ୍ରଁା ପ୍ରି ଜିତିବା ସହ ତାଙ୍କ କ୍ୟାରିୟରର ପ୍ରଥମ ଫର୍ମୁଲା ଓ୍ବାନ ଟାଇଟଲ ହାସଲ କରିଛନ୍ତି। ମ୍ୟାକଲରେନ ତରଫରୁ ଏହାଥିଲା ତାଙ୍କର ୧୧୦ତମ ରେସ୍‌। ଫେରାରିର ଚାଲର୍‌ସ ଲେକରେକ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏଠାରେ ପୋଲ ପୋଜିଶନରୁ ରେସ୍‌ ଆରମ୍ଭ କରିଥିବା ଭର୍ଷ୍ଟାପେନ ଚଳିତ ସିଜନ ଓପନିଂ ୫ଟି ରେସ୍‌ ମଧ୍ୟରୁ ୪ଟିରେ ବିଜୟ ହାସଲ କରି ବିଶ୍ୱ ଚାମ୍ପିୟନଶିପ୍‌ ଷ୍ଟାଣ୍ଡିଂରେ ପ୍ରଥମ ସ୍ଥାନରେ ଅଛନ୍ତି। ଯଥାକ୍ରମେ ଚତୁର୍ଥରୁ ଦଶମ ସ୍ଥାନ ଅଧିକାର କରିଥିବା ଅନ୍ୟ ଡ୍ରାଇଭରମାନେ ହେଲେ ସର୍ଗିଓ ପେରେଜ (ରେଡ୍‌ବୁଲ୍‌), କାର୍ଲୋସ ସେଞ୍ଜ ଜୁନିୟର (ଫେରାରି), ଲୁଇସ ହାମିଲଟନ (ମର୍ସିଡିଜ), ୟୁକି ଟିସୁନୋଡା (ଆର୍‌ବି), ଜର୍ଜ ରସେଲ (ମର୍ସିଡିଜ), ଫର୍ନାଣ୍ଡୋ ଆଲେଁାସୋ (ଆଷ୍ଟନ ମାର୍ଟିନ) ଓ ଏଷ୍ଟିବାନ ଓକନ (ଅଲ୍‌ପାଇନ)। ଚଳିତବର୍ଷର ପରବର୍ତ୍ତୀ ଫର୍ମୁଲା ଓ୍ବାନ୍‌ ରେସ୍‌ ୧୯ ତାରିଖରେ ଇମୋଲାଠାରେ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବେଙ୍ଗାଲୁରୁକୁ ଜିତାଇଲା ଧୋନୀଙ୍କ ଛକା, ଦୀନେଶ କାର୍ତ୍ତିକ କଲେ ବଡ଼ ଖୁଲାସା

ବେଙ୍ଗାଲୁରୁ,୧୯।୫: ଶନିବାର ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ ରୋମାଞ୍ଚକର ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ବିଜୟ ହାସଲ କରି...

ପ୍ଲେ ଅଫ୍‌ରେ ଆରସିବି

ବେଙ୍ଗାଲୁରୁ,୧୮ା୫: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚକୁ ୨୭ ରନ୍‌ରେ ଜିତି ନାଟକୀୟ ଢଙ୍ଗରେ ପ୍ଲେ ଅଫ୍‌ରେ ପ୍ରବେଶ କରିଛି ରୟାଲ...

ପ୍ରଶଂସକଙ୍କୁ ଗୋଟିଏ ଖୁସି କେବେବି ଦେଇ ପାରିବେନି କୋହଲି, ଆଇପିଏଲରେ ଗୋଟିଏ କାମ କରିବାକୁ ଡରୁଛନ୍ତି…

ନୂଆଦିଲ୍ଲୀ,୧୮।୫: ବିରାଟ କୋହଲି ବର୍ତ୍ତମାନ ସମୟର ଜଣେ ମହାନ ବ୍ୟାଟ୍ସମ୍ୟାନ। ଏହି ସମୟରେ ସେ ମଧ୍ୟ ବହୁତ ଭଲ ଫର୍ମରେ ଅଛନ୍ତି। ତାଙ୍କ ବ୍ୟାଟ ଆଇପିଏଲ...

ମନ କଥା ଖୋଲିକି କହିଦେଲେ କୋହଲି: କରିବାକୁ ଚାହୁଁନ୍ତି ଏହି କାମ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ୨୦୨୪ର ୬୮ତମ ମ୍ୟାଚ ଆରସିବି ଏବଂ ସିଏସ୍‌କେ ମଧ୍ୟରେ ଆଜି ଖେଳାଯିବ। ଏହି ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ। ଚେନ୍ନାଇ ସୁପର...

କ୍ୟାମେରାମ୍ୟାନ୍‌ଙ୍କୁ ହାତଯୋଡି ଏମିତି ଗୁହାରି କଲେ ରୋହିତ ଶର୍ମା

ମୁମ୍ବାଇ,୧୮।୫: ଆଇପିଏଲ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସ ଖେଳ ଅପେକ୍ଷା ଦଳ ପରିଚାଳନା ପାଇଁ ଅଧିକ ଚର୍ଚ୍ଚାରେ ରହିଥିଲା। ବିଶେଷ ଭାବେ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ...

୩ ବଲ୍‌ରେ ୩ ଉଇକେଟ୍‌ ଗଲା, କିନ୍ତୁ ଘୋଷଣା ହେଲାନି ହ୍ୟାଟ୍ରିକ୍‌: ଜାଣନ୍ତୁ କାହିଁକି

ମୁମ୍ବାଇ,୧୮।୫: ମୁମ୍ବାଇର ୱାଙ୍ଖେଡେଠାରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଆଇପିଏଲର ୬୭ ତମ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚର କୌଣସି ବିଶେଷ...

ଏଥର ଟି-୨୦ ବିଶ୍ୱକପ୍‌ କିଏ ହେବ ଚାମ୍ପିୟନ୍‌: ଜୟ ଶାହା କଲେ ଖୁଲାସା

ନୂଆଦିଲ୍ଲୀ,୧୮।୫: ୱେଷ୍ଟଇଣ୍ଡିଜ ଏବଂ ଆମେରିକା ଟି-୨୦ ବିଶ୍ୱକପ ପାଇଁ ପ୍ରସ୍ତୁତ। ଏହି ଟୁର୍ନାମେଣ୍ଟ ଜୁନ ୨ରୁ ଆରମ୍ଭ ହେଉଛି। ଏଥି ସହିତ ରୋହିତ ଶର୍ମାଙ୍କ ନେତୃତ୍ୱରେ...

ଉଇକେଟ୍‌ ନ ମିଳିବାକୁ ରାଗିଗଲେ ଅର୍ଜୁନ ତେନ୍ଦୁଲକର: କଲେ ଏମିତି କାମ…

ମୁମ୍ବାଇ,୧୮।୫: ମୁମ୍ବାଇ ଇଣ୍ଡିଆନ୍ସ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନଙ୍କୁ ଲକ୍ଷ୍ନୌ ସୁପର ଜିଆଣ୍ଟସ ବିପକ୍ଷ ମ୍ୟାଚରେ ଖେଳିବାର ସୁଯୋଗ ଦେଇଥିଲା। ଫଳରେ ଅର୍ଜୁନ ଆଇପିଏଲ ୨୦୨୪ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri