ନୋବେଲ ଶାନ୍ତି ପୁରସ୍କାର ଘୋଷଣା ଆଜି:ଦୌଡ଼ ଆଗରେ ଗ୍ରେଟା ଥନବର୍ଗ

ଓସ୍‌ଲୋ,୧୧-୧୦:(ଆଇଏଏନ୍‌ଏସ୍‌):ସ୍ବିଡେନର ପରିବେଶ କର୍ମୀ ଗ୍ରେଟା ଥନ୍‌ବର୍ଗ ନୋବେଲ ଶାନ୍ତି ପୁରସ୍କାର ଦୌଡ଼ରେ ଆଗୁଆ ରହିଛନ୍ତି। ସେହିପରି ବ୍ରାଜିଲର ଆଦିବାସୀ ନେତା ରାଓନି ମେଟୁକ୍‌ଟାୟର ଓ ଇଥିଓପିଆ ପ୍ରଧାନମନ୍ତ୍ରୀ ଏବି ଅହମ୍ମଦଙ୍କ ନାମ ମଧ୍ୟ ତାଲିକାରେ ଥିବା ଜଣାପଡ଼ିଛି। ତେବେ ଏହି ମର୍ଯ୍ୟାଦାଜନକ ସମ୍ମାନ କିଏ ପାଇବେ ତାହା ଶୁକ୍ରବାର ଘୋଷଣା କରାଯିବ।
ପ୍ରାୟ ବର୍ଷକ ତଳେ ସ୍ବିଡେନର ୧୬ ବର୍ଷୀୟା ଗ୍ରେଟା ଥନ୍‌ବର୍ଗ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଆହ୍ବାନ ଦେଇ ଏକ ସାପ୍ତାହିକ ସ୍କୁଲ ଷ୍ଟ୍ରାଇକ୍‌ ଆରମ୍ଭ କରିଥିଲେ। ସ୍ବିଡେନ ପାର୍ଲାମେଣ୍ଟ ଆଗରେ ସେ ଆରମ୍ଭ କରିଥିବା ଏହି ପଦକ୍ଷେପ ପରବର୍ତ୍ତୀ ସମୟରେ ‘ଫ୍ରାଇଡେଜ୍‌ ଫର ଫ୍ୟୁଚର’ ନାମରେ ଏକ ବିଶ୍ୱସ୍ତରୀୟ ଆନ୍ଦୋଳନର ରୂପ ନେଇଥିଲା। କିଛିଦିନ ତଳେ ଗ୍ରେଟା ଜାତିସଂଘ ଜଳବାୟୁ କାର୍ଯ୍ୟାନୁଷ୍ଠାନ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ବିଶ୍ୱନେତାଙ୍କୁ ବିସ୍ମିତ କରିଦେଇଥିଲେ। ଏହାସହ ସେ ଜଳବାୟୁ ପରିବର୍ତ୍ତନ ଲଢ଼େଇରେ ବିଶ୍ୱର ସବୁଠୁ ବଡ଼ ଚେହେରା ପାଲଟିଯାଇଛନ୍ତି। ଗ୍ରେଟାଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିଲେ ସେ ଏହି ଆଓ୍ବାର୍ଡର ସର୍ବକନିଷ୍ଠ ବିଜେତା ଭାବେ ଇତିହାସ ରଚିବେ। ୨୦୧୪ରେ ପାକିସ୍ତାନର ଶିକ୍ଷା ଅଧିକାର କର୍ମୀ ମଲାଲା ୟୁସୁଫ୍‌ଜାଇଙ୍କୁ ୧୭ ବର୍ଷ ବୟସରେ ନୋବେଲ ଶାନ୍ତି ପୁରସ୍କାର ମିଳିଥିଲା।
ବ୍ରାଜିଲର ଆଦିବାସୀ ନେତା ରାଓନି ମେଟୁକ୍‌ଟାୟରଙ୍କ ନାମ ମଧ୍ୟ ନୋବେଲ ଶାନ୍ତି ପୁରସ୍କାର ପାଇଁ ତାଲିକାଭୁକ୍ତ ହୋଇଛି। ଆମାଜନ ଜଙ୍ଗଲ କ୍ଷୟ ବିରୋଧରେ ସଂଗ୍ରାମର ପ୍ରତୀକ ପାଲଟିଥିବା ରାଓନି ହେଉଛନ୍ତି କାୟାପୋ ସମ୍ପ୍ରଦାୟର। ୟୁରୋପୀୟ ପାର୍ଲାମେଣ୍ଟର ୨୦୧୯ ସାଖାରୋଭ୍‌ ପ୍ରାଇଜ୍‌ ଅଫ୍‌ ଫ୍ରିଡମ୍‌ ଅଫ୍‌ ଥଟ୍‌ ପାଇଁ ମଧ୍ୟ ତାଙ୍କ ନାମ ଚୂଡ଼ାନ୍ତ ହୋଇଥିଲା। ପ୍ୟାରିସ୍‌ ଚୁକ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ଉଦ୍ୟମକୁ ନେଇ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜାକିଣ୍ଡା ଆର୍ଡର୍ନଙ୍କୁ ମଧ୍ୟ ନୋବେଲ ଶାନ୍ତି ପୁରସ୍କାର ମିଳିପାରେ ବୋଲି କୁହାଯାଉଛି। ଏହି ସମ୍ମାନ ପାଇଁ ଚର୍ଚ୍ଚାରେ ରହିଥିବା ଆଉ ଏକ ନାମ ହେଉଛି ଏବି ଅହମ୍ମଦ। ଇଥିଓପିଆର ପ୍ରଧାନମନ୍ତ୍ରୀ ଏବି ନିଜ ଦେଶ ଓ ଇରିଟ୍ରିଆ ମଧ୍ୟରେ ଏକ ଶାନ୍ତି ଚୁକ୍ତିନାମା ସ୍ବାକ୍ଷର ଲାଗି ପ୍ରୋତ୍ସାହିତ କରିଥିଲେ। ଅନୁରୂପ ଭାବେ ଜାତିସଂଘ ଶରଣାର୍ଥୀ ସଂସ୍ଥା (ୟୁଏନ୍‌ଏଚ୍‌ସିଆର୍‌), ଆମେରିକାନ୍‌ ସିଭିଲ୍‌ ଲିବର୍ଟି ୟୁନିୟନ୍‌ (ଏସିଏଲ୍‌ୟୁ), ଇଣ୍ଟରନ୍ୟାଶନାଲ ଲ୍ୟାଣ୍ଡ କୋଲିଶନ (ଆଇଏଲ୍‌ସି) ଏବଂ ଇଣ୍ଟରନ୍ୟାଶନାଲ ରେସ୍କ୍ୟୁ କମିଟି (ଆଇଆର୍‌ସି) ଭଳି ସଂସ୍ଥାଗୁଡ଼ିକ ମଧ୍ୟ ଏହି ଦୌଡ଼ରେ ରହିଛନ୍ତି। ନୋବେଲ ଶାନ୍ତି ପୁରସ୍କାର ପାଇଁ ଯେଉଁ ଅନ୍ୟ ପ୍ରାର୍ଥୀଙ୍କ ନାମ ସାମ୍ନାକୁ ଆସିଛି ସେମାନଙ୍କ ମଧ୍ୟରେ ଅଛନ୍ତି ସିଆଇଏର ପୂର୍ବତନ ଆନାଲିଷ୍ଟ ଏଡଓ୍ବାର୍ଡ ସ୍ନୋଡେନ୍‌ ଏବଂ ମେମୋରିଆଲ ଅର୍ଗାନାଇଜେଶନର ସେଟଲାନା ଗନୁସ୍କିନା ଓ ‘ନୋଭୟା ଗେଜେଟା’ ଖବରକାଗଜର ସେର୍ଗେଇ କୋଭାଲିଓଭ୍‌ ଭଳି ଅନେକ ରୁଷୀୟ ପ୍ରତିନିଧି। ଚେଚେନ୍‌ ଆଇଜଜୀବୀ ଲିଡିଆ ୟୁସୁପୋଭା, ଜର୍ମାନ ଚାନ୍ସଲର ଏଞ୍ଜେଲା ମର୍କେଲ, କ୍ୟାଥୋଲିକ୍‌ ଧର୍ମଗୁରୁ ପୋପ୍‌ ଫ୍ରାନ୍ସିସ୍‌ ଓ ଓ୍ବିକିଲିକ୍ସ ପ୍ରତିଷ୍ଠାତା ଜୁଲିଆନ୍‌ ଆସେଞ୍ଜଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି। ତେବେ ଅନେକ ସମୟରେ ଏହି ତାଲିକାକୁ କେବଳ କଳ୍ପନାଜଳ୍ପନା ବୋଲି ମନେକରାଯାଏ। କାରଣ ପ୍ରାର୍ଥୀମାନେ ହିଁ ସେମାନଙ୍କ ସ୍ଥାନ ସମ୍ପର୍କରେ କହିପାରିବେ । ନରଓ୍ବେଜିଆନ୍‌ ନୋବେଲ କମିଟି ସେହି ନାମଗୁଡ଼ିକର ସଂଖ୍ୟା ପ୍ରକାଶ କରେ। ଚଳିତବର୍ଷ ଦୌଡ଼ରେ ଥିବା ୩୦୪ ପ୍ରାର୍ଥୀଙ୍କ ମଧ୍ୟରୁ ୨୧୯ ହେଉଛନ୍ତି ବ୍ୟକ୍ତି ଓ ଅବଶିଷ୍ଟ ସଙ୍ଗଠନ।
ଗତବର୍ଷ ନୋବେଲ ଶାନ୍ତି ପୁରସ୍କାର କଙ୍ଗୋର ଡେନିସ୍‌ ମୁକ୍‌ଓ୍ବେଗେ ଏବଂ ଇରାକର ନାଦିଆ ମୁରାଦ୍‌ଙ୍କୁ ମିଳିଥିଲା। ଯୁଦ୍ଧ ଓ ସଶସ୍ତ୍ର ସଂଘର୍ଷ ବେଳେ ଯୌନ ହିଂସାକୁ ଅସ୍ତ୍ର ଭାବେ ବ୍ୟବହାର କରାଯାଉଥିବାବେଳେ ଏଥିରେ ବିରାମ ଲଗାଇବା ପାଇଁ ଉଦ୍ୟମ କରିଥିବାରୁ ଉଭୟଙ୍କୁ ଏହି ଆଓ୍ବାର୍ଡ ମିଳିଥିଲା। ଶାନ୍ତି ପୁରସ୍କାର ହେଉଛି ୬ ପୁରସ୍କାର ମଧ୍ୟରୁ ଏକମାତ୍ର, ଯାହା ଆଲଫ୍ରେଡ୍‌ ନୋବେଲଙ୍କ ଅନୁରୋଧକ୍ରମେ ସ୍ବିଡେନ୍‌ ବାହାରେ (ନରଓ୍ବେ ରାଜଧାନୀ ଓସ୍‌ଲୋରେ) ପ୍ରଦାନ କରାଯାଏ। କାରଣ ସେତେବେଳେ ସ୍ବିଡେନ ସାମ୍ରାଜ୍ୟର ଏକ ଅଂଶବିଶେଷ ଥିଲା ନରଓ୍ବେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ପାଇଁ ୨୩ ହଜାର କୋଟି

ଭୁବନେଶ୍ୱର,୨୦।୨: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ୩ଲକ୍ଷ ୧୦ହଜାର କୋଟି…

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶିତ ପରେ ଗଛରୁ କଣ୍ଟା କାଢୁଛି ବନ ବିଭାଗ

ଦାରିଙ୍ଗବାଡି, ୨୦।୨(ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବନାଞ୍ଚଳ ଦେଇ ଯାଇଥିବା ଗୋପାଳପୁର-ରାଇପୁର ୫୯ ନଂ ଜାତୀୟ ରାଜପଥ କଡ଼ ସମେତ ବିଭିନ୍ନ ଗାଁ ଛକ ଓ ରାସ୍ତାକଡ଼ରେ…

ବଜେଟରେ ଉପକୂଳବାସୀଙ୍କୁ ବଡ଼ ଉପହାର ଦେଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ,୨୦।୨: ଏଥର ବଜେଟରେ ଉଚ୍ଚଶିକ୍ଷା ଭିତ୍ତିଭୁମିକୁ ସଜାଡିବାକୁ ବଡ଼ ନିଷ୍ପତ୍ତି ନିଆଯାଇଛି। ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ପାଇଁ ବଡ଼ ଘୋଷଣା କରାଯାଇଥିବା ବେଳେ ଏଥିରେ…

‘ଟପଲେସ୍‌, ବ୍ରେନଲେସ ଆଣ୍ଡ ସେମଲେସ୍‌’, ଏଆଇ ସମ୍ମିଳନୀରେ କଂଗ୍ରେସର ସାର୍ଟଲେସ ପ୍ରଦର୍ଶନ ଉପରେ ଭାଜପାର ଭର୍ତ୍ସନା

ନୂଆଦିଲ୍ଲୀ,୨୦।୨: ସମ୍ବିତ ପାତ୍ର ଫେବୃଆରୀ ୨୦, ୨୦୨୬ ରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୁବ କଂଗ୍ରେସର ସଦସ୍ୟମାନଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ…

ବଜେଟରେ ବନ୍ୟା ପରିଚାଳନାକୁ ଗୁରୁତ୍ୱ

ଭୁବନେଶ୍ୱର,୨୦।୨: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ୩ଲକ୍ଷ ୧୦ହଜାର କୋଟି ଟଙ୍କାର…

ବାଂଲାଦେଶର ନୂଆ ପ୍ରଧାନମନ୍ତ୍ରୀ ରହମାନ ଭାରତକୁ ନେଇ କଲେ ବଡ଼ ଘୋଷଣା, ୟୁନୁସଙ୍କୁ ଶକ୍ତ ଝଟ୍‌କା

ଢାକା,୨୦।୨: ବାଂଲାଦେଶର ନୂତନ ପ୍ରଧାନମନ୍ତ୍ରୀ ତାରିକ ରହମାନ ଭାରତ ସହିତ ସମ୍ପର୍କ ଉନ୍ନତ କରିବା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର ଦିଲ୍ଲୀରେ ଥିବା ବାଂଲାଦେଶ…

ବଡ଼ ଘୋଷଣା: ଚଳିତ ବଜେଟରେ ବାହାର ଅତିଥିଙ୍କୁ ଖୁସି କରିଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦।୨: ଶୁକ୍ରବାର ଓଡ଼ିଶା ବିଧାନସଭାରେ ଉପସ୍ଥାପିତ ହେଉଛି ବଜେଟ ୨୦୨୬-୨୭ । ଚଳିତ ଥର ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଜେଟ ଉପସ୍ଥାପନ କରୁଛନ୍ତି। ଗତ…

BA ପାସ୍‌ କଲେ ଝିଅଙ୍କୁ ମିଳିବ ୧ ଲକ୍ଷ ୧ ଟଙ୍କା: ବଜେଟ୍‌ରେ ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ଭୁବନେଶ୍ୱର,୨୦।୨: ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆଥିକ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ କରିଛନ୍ତି । ବଜେଟ୍‌ରେ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri