Categories: ବାଣିଜ୍ୟ

ନୋକିଆର ଚେନ୍ନାଇ ୟୁନିଟ କିଣିଲା ସାଲକମ୍ପ

ନୂଆଦିଲ୍ଲୀ,୨୬-୧୧: ଆପଲର ପ୍ରମୁଖ ଯନ୍ତ୍ରାଂଶ ଯୋଗାଣକାରୀ କମ୍ପାନୀ ସାଲ୍‌କମ୍ପ ନୋକିଆର ଚେନ୍ନାଇ ୟୁନିଟକୁ କ୍ରୟ କରିଛି। ଏହି ଡିଲ୍‌ ନେଇ ଉଭୟ କମ୍ପାନୀ ସ୍ପଷ୍ଟ କରିଛନ୍ତି। ନୋକିଆର ଏହି ହ୍ୟାଣ୍ଡସେଟ ନିର୍ମାଣକାରି ୟୁନିଟ ଗତ ୨୦୧୪ ପରଠାରୁ ବନ୍ଦ ପଡିଥିଲା। ଏହି ୟୁନିଟ ପୁନରୁଦ୍ଧାର ଲାଗି ସାଲକମ୍ପ ପ୍ରାୟ ୨୧୫ କୋଟି ଟଙ୍କା ଖର୍ଚ୍ଚ କରିଛି। ଏକ ମାମଲାରେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ବିବାଦ ଯୋଗୁ ଏହି ୟୁନିଟ ବନ୍ଦ ହୋଇଯାଇଥିଲା। ଚେନ୍ନାଇର ଶ୍ରୀପୁରମବୁଦୁରଠାରେ ଥିବା ଉକ୍ତ ୟୁନିଟ କ୍ରୟ ଲାଗି ନୋକିଆ ସହ ଚୁକ୍ତି କରିଥିବାରୁ ଅତ୍ୟନ୍ତ ଖୁସି ବୋଲି ସାଲ୍‌କମ୍ପ ପକ୍ଷରୁ କୁହାଯାଇଛି। ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ଏହି ୟୁନିଟରୁ ନିର୍ମାଣ ଲାଗି କମ୍ପାନୀ ଯୋଜନା ରଖିଛି। ଏଥିରେ ପ୍ରାୟ ୧୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଅନୁମାନ କରାଯାଇଛି। ଏହି ସ୍ଥାନରେ କମ୍ପାନୀ ବର୍ତ୍ତମାନ ଆଉ ୨ ୟୁନିଟ ପରିଚାଳନା କରୁଛି। ଏଠାରେ ପ୍ରାୟ ୭ ହଜାର ଲୋକ କାର୍ଯ୍ୟ କରୁଛନ୍ତି।

Share