ନେପାଳରେ ଚିହ୍ନଟ ହେଲେ ପ୍ରଥମ କୋରୋନା ଭାଇରସ ରୋଗୀ

କାଠମାଣ୍ଡୁ,୨୪।୧: ଚାଇନାର ଉହାନ ସହରରୁ ଆସିଥିବା ଜଣେ ଛାତ୍ରଙ୍କ ନିକଟରେ କୋରୋନା ଭାଇରସ ପଜିଟିଭ ଥିବା ଚିହ୍ନଟ ହୋଇଛି। ନେପାଳ ସ୍ବାସ୍ଥ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ଏହି ଭାଇରସ ଗତବର୍ଷ ଡିସେମ୍ବରରେ ଚାଇନାର ଉହାନ ସହରରେ ଚିହ୍ନଟ ହୋଇଥିବା ବେଳେ ଏବେ ଏହା ସାଉଥ୍‌ କୋରିଆ, ଜାପାନା, ତାଇଓ୍ବାନ ଓ ଥାଇଲାଣ୍ଡକୁ ବ୍ୟାପି ଗଲାଣି। ଏହାକୁ ଦେଖି ବିଭନ୍ନ ଦେଶରେ ଚାଇନାରୁ ଆସୁଥିବା ଲୋକେ ଓ ଚାଇନା ଗସ୍ତ କରୁଥିବା ଲୋକଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏମିତିକି ଭାରତ ଚାଇନାରେ ପାଳନ କରିବାକୁ ଥିବା ସାଧାରଣତନ୍ତ୍ର ଦିବସକୁ ବାତିଲ କରିଦେଇଥିବା ସୂଚନା ମିଳିଛି। ଖବର ଅନୁଯାୟୀ, ଚାଇନାରେ କୋରୋନା ଭାଇରସରେ ଶୁକ୍ରବାର ସୁଦ୍ଧା ପ୍ରାୟ ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮୫୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।

Share