Categories: ଜାତୀୟ

ନେତାଜୀଙ୍କ ବୀରତ୍ୱକୁ ମନେ ପକାଇଲେ ମୋଦି

ନୂଆଦିଲ୍ଲୀ,୨୩।୧: ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ତାଙ୍କର ବୀରତ୍ୱ ଓ ଉପନିଷବାଦକୁ ଭାରତ ସବୁବେଳେ ମନେ ପକାଇବ ବୋଲି ମୋଦି ଟୁଇଟ୍‌ କରି କହିଛନ୍ତି। ୨୩ ଜାନୁୟାର ୧୮୯୭ରେ କଟକର ଓଡିଆ ବଜାରରେ ଜନ୍ମ ନେଇଥିବା ଏହି ବୀରପୁତ୍ରଙ୍କ ଭାରତ ସ୍ବାଧିନତାରେ ଥିବା ଅବଦାନକୁ ଭାରତବାସୀ ଚୀରକାଳ ମନେ ରଖି ବୋଲି ମୋଦି କହିଛନ୍ତି। ଆଜିବି ଏହି ବୀରପୁତ୍ରଙ୍କ ମୃତ୍ୟୁ ରହସ୍ୟ ହୋଇ ରହିଯାଇଛି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲ, କିରନ ରିଜେଜୁ ପ୍ରମୁଖ ଟୁଇଟ୍‌ କରି ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ନେତାଜୀଙ୍କ ଜୟନ୍ତୀକୁ ସରକାରୀ ଛୁଟି ଦିବସ ଭାବେ ଘୋଷଣା କରାଯାଉଥିବା ବେଳେ ୨୦୧୫ରେ ଝାଡଖଣ୍ଡରେ ଏହାକୁ ଉଠାଇ ଦିଆଗଲା। ହେଲେ କାହା ନିର୍ଦ୍ଦେଶରେ ଏହା କରାଯାଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନ ଥିବା କୁହାଯାଏ।

Share