ନୂପୁର ନୃତ୍ୟ ସଙ୍ଗୀତ ଉତ୍ସବ ଦ୍ୱିତୀୟ ଦିବସ: କୁଚିପୁଡି, ଢାପ, ଗୋଟିପୁଅ ନୃତ୍ୟ ଆକର୍ଷଣ ସାଜିଲା

ଦେବଗଡ଼, ୧୮।୧(ଡି.ଏନ୍‌.ଏ.)- ଦେବଗଡ଼ ଜିଲାର ଅଗ୍ରଣୀ ରୁମୁକୁଝୁମା ସାଂସ୍କୃତିକ ଅନୁଷ୍ଠାନ ଓ ଭକ୍ତବନ୍ଧୁ ଟ୍ରଷ୍ଟ ମିଳିତ ଆନୁକୂଲ୍ୟରେ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ଜିଲାସ୍ତରୀୟ ନୂପୁର ନୃତ୍ୟ ସଙ୍ଗୀତ ଉତ୍ସବ ଶୁକ୍ରବାର ଦ୍ୱିତୀୟ ଦିନରେ ବିଭିନ୍ନ କାର୍ଯ୍ୟକ୍ରମ ହୋଇଥିଲା। ଅନୁଷ୍ଠାନର ରାଜ୍ୟ ସଭାନେତ୍ରୀ ତଥା ନୂପୁର ନୃତ୍ୟ ସଙ୍ଗୀତ ଉତ୍ସବର ଅଧ୍ୟକ୍ଷା ନିବେଦିତା ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ପୋଲିସ ହାଉସିଂ ୱେଲଫେୟାର କର୍ପୋରେସନ ଭୁବନେଶ୍ୱରର ଏଡିଜିପି ସିଡିଏମ ଲଳିତ ଦାଶ, ଦେବଗଡ ଏସ୍‌ପି ରାହୁଲ ଜୈନ, ଚନ୍ଦ୍ର ଶେଖର ନାଗ, ଗୌରହରି ମିଶ୍ର, ରାଜ୍ୟ ସମ୍ପାଦକ ସରୋଜ ଭୂୟା, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ତଥା ଅନୁଷ୍ଠାନର ଉପଦେଷ୍ଠା ଅତୁଲ୍ୟ କୁମାର ପୂଝାରୀ, ଜିଲା ସଭାପତି ମୀନାକ୍ଷୀ ମିଶ୍ର, ନୂପୁର ନୃତ୍ୟ ସଙ୍ଗୀତ ଉତ୍ସବର ସମ୍ପାଦକ ଶଶାଙ୍କ ଶେଖର ଝାଙ୍କର ପ୍ରମୁଖ ଉପସ୍ଥିତ ରହି ନିଆରା ଢଙ୍ଗରେ ପୁରୀ ଜଗନ୍ନାଥ ଧାମରୁ ଆସିଥିବା ପ୍ରସାଦକୁ ଦୀପ ପ୍ରଜ୍ନଳନ କରି ଉଦ୍‌ଘାଟନ କରିଥିଲେ ା ପରେ ପ୍ରସାଦ ଉପସ୍ଥିତ ଦର୍ଶକଙ୍କୁ ବଣ୍ଟନ କରାଯାଇଥିଲା। ଦ୍ୱିତୀୟ ସନ୍ଧ୍ୟାରେ କୁଚିପୁଡି ନୃତ୍ୟ, ଢାପ ନୃତ୍ୟ, ଗୋଟିପୁଅ ନୃତ୍ୟ ଏବଂ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ନିଜର କଳା ପ୍ରଦର୍ଶନ କରିଥିଲେ। ଜିଲାର ବିଭିନ୍ନ କଳା, ସଂସ୍କୃତି ଓ ଲୋକନୃତ୍ୟକୁ ଲୋକଲୋଚନକୁ ଆଣିବାକୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରୟାସ କରାଯାଉଛି। ପୌରାଞ୍ଚଳରୁ ଆରମ୍ଭ କରି ତିନି ବ୍ଲକରୁ କଳାକାରମାନେ ସେମାନଙ୍କର କଳାନୈପୁଣ ପ୍ରଦର୍ଶନ କରୁଛନ୍ତି। ଗ୍ରାମାଞ୍ଚଳ ପ୍ରତିଭା, ଦୃଷ୍ଟି ଆଢୁଆଳରେ ରହିଯାଉଥିବା କଳାକାର, କଳାସଂସ୍କୃତିକୁ ଲୋକଲୋଚନକୁ ଆଣିବା ଅନୁଷ୍ଠାନର ପ୍ରୟାସ ଓ ଲକ୍ଷ୍ୟ ବୋଲି କୁହାଯାଇଛି। ଉପସ୍ଥାପିକା ଅଭିନେତ୍ରୀ ଗୁନ୍‌ଗୁନ୍‌ ଅତିଥି ପରିଚୟ କରିବା ସହ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ଅନ୍ତର୍ଜାତୀୟ ପର୍ବତାରୋହି ଲିପିକା ସେଠ୍‌, ସଙ୍ଗୀତ ନିର୍ଦ୍ଦେଶକ କୁମାର ଳବଙ୍କୁ ଅନୁଷ୍ଠାନ ପକ୍ଷରୁ ଅତିଥିଙ୍କ ଦ୍ୱାରା ଉପଢୌକନ ଦେଇ ସମ୍ବର୍ଦ୍ଧି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ପରବର୍ତ୍ତୀ ରାଜନୀତିକୁ ନେଇ ମୁହଁ ଖୋଲିଲେ ଅରବିନ୍ଦ ମହାପାତ୍ର, ବିଧାନସଭାରେ ଯଦି…

ଭୁବନେଶ୍ବର,୧୬।୨: ବିଜେଡିରୁ ନିଲମ୍ବନ ପରଠାରୁ ଚର୍ଚ୍ଚାରେ ରହିଛନ୍ତି ଅରବିନ୍ଦ ମହାପାତ୍ର । ନିଲମ୍ବନ ଓ ପରବର୍ତ୍ତୀ ରାଜନୀତିକୁ ନେଇ ଆଜି ସେ ମୁହଁ ଖୋଲିଛନ୍ତି । ନବୀନ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

ପରିବା ଖାଇବାକୁ ଆସି କୂଅରେ ପଡ଼ିଗଲେ ବାରହା, ତାପରେ….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଅଧିନସ୍ଥ ଜ୍ୟୋତିପୁର ବାଉଟିଆପଦା ଗ୍ରାମରେ ଆଜି ଅଭାବନୀୟ ଘଟଣା ଘଟିଛି । ଉକ୍ତ ଗ୍ରାମରେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri