Categories: ବାଣିଜ୍ୟ

ନୂଆ ହୋଣ୍ଡା ଆମେଜ୍‌ ବିକ୍ରି ୧ ଲକ୍ଷ ୟୁନିଟ ଟପିଲା

ଭୁବନେଶ୍ୱର,୧୯-୬ – ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ (ଏଚ୍‌ସିଆଇଏଲ୍‌)ର ପ୍ରମୁଖ ଲୋକପ୍ରିୟ ମଡେଲ ଦ୍ୱିତୀୟ ପିଢିର ନୂଆ ଆମେଜ ବିକ୍ରି ୧ ଲକ୍ଷ ୟୁନିଟ ଟପିଛି। ୧୩ ମାସ ମଧ୍ୟରେ କମ୍ପାନୀ ଏହି ବିକ୍ରି ସଫଳତା ହାସଲ କରିଛି। ଏହା ୨୦୧୮ ମେ ମାସରେ ବଜାରକୁ ଆସିଥିଲା। କମ୍ପାନୀ ପକ୍ଷରୁ ଘରୋଇ ବଜାରକୁ ଆସିଥିବା ବିଭିନ୍ନ ମଡେଲ ମଧ୍ୟରେ ଆମେଜ ତ୍ୱରିତ ଭାବେ ୧ ଲକ୍ଷ ୟୁନିଟ ବିକ୍ରି ମାଇଲଷ୍ଟୋନ ହାସଲ କରିଥିବା ହୋଣ୍ଡା କାର୍‌ସ ପକ୍ଷରୁ ସୂଚନା ରହିଛି।
ଏହି ସଫଳତାକୁ ପାଳନ କରିବା ଲାଗି କମ୍ପାନୀ ହୋଣ୍ଡା ଆମେଜ୍‌ର ସ୍ପେଶାଲ ଏସ୍‌ ଏଡିଶନ ବଜାରକୁ ଆଣିଛି। ଏହା ଉଭୟ ଡିଜେଲ ଏବଂ ପେଟ୍ରୋଲ ଭାରିଆଣ୍ଟରେ ଉପଲବ୍ଧ ହେବ। ରେଡିଆଣ୍ଟ ରେଡ୍‌, ଲୁନାର ସିଲଭର, ହ୍ବାଇଟ ଅର୍କିଡ ପର୍ଲ ରଙ୍ଗରେ ଏହା ଆସୁଛି। ନୂଆ ମଡେଲର ଅନ୍ୟ ବୈଶିଷ୍ଟ୍ୟ ମଧ୍ୟରେ ଷ୍ଟାଇଲିଶ ବ୍ଲାକ ଆଲଏ ହ୍ବିଲ, ସ୍ପୋର୍ଟି ବ୍ଲାକ ଟ୍ରଙ୍କ ସ୍ପଏଲର, ଏସ୍‌ ଏଡିଶନ ବ୍ରାଣ୍ଡିଂ, ଷ୍ଟାଇଲିସ ସିଟ୍‌ କଭର, ଫ୍ରଣ୍ଟ ରୁମ୍‌ ଲ୍ୟାମ୍ପ, ବ୍ଲାକ ଡୋର ଭିଜର ଏବଂ ଡୋର ଏଜ ଗାର୍ନିସ ସାମିଲ ରହିଛି। ହୋଣ୍ଡା ଉପରେ ଗ୍ରାହକଙ୍କ ବିଶ୍ୱାସ ଏବଂ ନିରନ୍ତର ସହଯୋଗ ଯୋଗୁ ବିକ୍ରି କ୍ଷେତ୍ରରେ ଏଭଳି ସଫଳତା ସହ ନୂଆ ମଡେଲ ଯାନ ବଜାରକୁ ଆଣିଛୁ ବୋଲି କମ୍ପାନୀର ବିକ୍ରି ଓ ମାର୍କେଟିଂ ବରିଷ୍ଠ ଉପସଭାପତି ରାଜେଶ ଗୋଏଲ କହିଛନ୍ତି। ମଡେଲଟିର ବଜାର ଦର ୭.୮୯ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି।

Share