Posted inଜାତୀୟ

ନୂଆ ଶିକ୍ଷାନୀତି କାର୍ଯ୍ୟକାରୀ ଲାଗି ବୈଠକ: ପାଣ୍ଠି ପ୍ରସଙ୍ଗ ଉଠାଇଲେ ରାଜ୍ୟ

ନୂଆଦିଲ୍ଲୀ,୭ା୧୦(ପି.ଟି.): କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପ୍ରସ୍ତାବିତ ନୂତନ ଶିକ୍ଷାନୀତି କାର୍ଯ୍ୟକାରିତା ଲାଗି ବିଭିନ୍ନ ରାଜ୍ୟ ପାଣ୍ଠି ପ୍ରସଙ୍ଗ ଉଠାଇଛନ୍ତି। ସରକାରଙ୍କ ଚିଠା ନୀତିରେ କେତେକ ଭଲ ପ୍ରସ୍ତାବ ରହିଥିଲେ ହେଁ ଏହାକୁ କାର୍ଯ୍ୟକାରୀ କରିବା ଲାଗି ପାଣ୍ଠି ଯୋଗାଣର କୌଣସି ଯୋଜନା ନ ଥିବା ସେମାନେ କହିଛନ୍ତି। କୌଣସି ନୂଆ ନୀତି କାର୍ଯ୍ୟକାରୀ କରିବାକୁ ହେଲେ ପାଣ୍ଠି ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ମାନବ ସମ୍ବଳ ମନ୍ତ୍ରଣାଳୟର କେନ୍ଦ୍ରୀୟ ଶିକ୍ଷା ଉପଦେଷ୍ଟା ବୋର୍ଡ (ସିଏବିଇ) ବୈଠକରେ ବିଭିନ୍ନ ରାଜ୍ୟର ଶିକ୍ଷାମନ୍ତ୍ରୀ ମତ ଦେଇଛନ୍ତି।
ରାଜ୍ୟଗୁଡ଼ିକରେ ନୂତନ ଶିକ୍ଷାନୀତି କାର୍ଯ୍ୟକାରୀ କରିବାକୁ ହେଲେ ଅଧିକ ଆର୍ଥତ୍କ ସହାୟତାର ଆବଶ୍ୟକତା ରହିଛି। ତେଣୁ ଏଥିପାଇଁ ଉପଯୁକ୍ତ ଆର୍ଥତ୍କ ଯୋଜନା ପ୍ରସ୍ତୁତ ହେବା ଜରୁରୀ ବୋଲି ଓଡ଼ିଶାର ଶିକ୍ଷାମନ୍ତ୍ରୀ ଅରୁଣ କୁମାର ସାହୁ କହିଥିଲେ। ପ୍ରାକ୍‌ ପ୍ରାଥମିକ ଶିକ୍ଷା ଏବଂ ଅଙ୍ଗନଓ୍ବାଡ଼ି ଆଦି ଭଲ ପଦକ୍ଷେପ ହୋଇଥିବାବେଳେ କେବଳ ରାଜ୍ୟ ସରକାରଙ୍କ ଦ୍ୱାରା ଏହା କାର୍ଯ୍ୟକାରୀ କରିବା ସମ୍ଭବ ନୁହେଁ। ଏଥିପାଇଁ କେନ୍ଦ୍ର ପାଣ୍ଠି ଯୋଗାଇଦେବା ଆବଶ୍ୟକ ବୋଲି ଓଡ଼ିଶାର ସ୍କୁଲ୍‌ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଥିଲେ। ସେହିପରି ଶିକ୍ଷା ଅଧିକାର ଆଇନ କାର୍ଯ୍ୟକାରିତା ଲାଗି ରାଜ୍ୟଗୁଡିକ ଉପରେ ପଡିବାକୁ ଥିବା ଆର୍ଥତ୍କ ବୋଝକୁ କେନ୍ଦ୍ର ବହନ କରିବା ଉଚିିତ ବୋଲି ବିହାର ଶିକ୍ଷାମନ୍ତ୍ରୀ କେ.ଏନ୍‌. ପ୍ରସାଦ ବର୍ମା କହିଥିଲେ। ଏହା ଭଲ ପ୍ରସ୍ତାବ ହୋଇଥିଲେ ହେଁ ଏହାକୁ କିପରି କାର୍ଯ୍ୟକାରୀ କରାଯିବ ତାହା ଉଲ୍ଲେଖ ନ ଥିବା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ୍‌ ସିସୋଦିଆ କହିଛନ୍ତି। ସେହିପରି ଅନ୍ୟରାଜ୍ୟର ଅର୍ଥମନ୍ତ୍ରୀ ଓ ପ୍ରତିନିଧିମାନେ ମଧ୍ୟ ପାଣ୍ଠି ପ୍ରସଙ୍ଗ ଉଠାଇଥିଲେ।
ଇସ୍ରୋର ପୂର୍ବତନ ମୁଖ୍ୟ କେ. କସ୍ତୁରିରଙ୍ଗନ୍‌ଙ୍କ ନେତୃତ୍ୱରେ ଗଠିତ କମିଟି ନୂଆ ଜାତୀୟ ଶିକ୍ଷାନୀତିର ଚିଠା ପ୍ରସ୍ତୁତ କରି ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କଙ୍କୁ ହସ୍ତାନ୍ତର କରିଥିଲେ। ଏହା ଉପରେ ଜନସାଧାରଣଙ୍କ ମତାମତ ଲୋଡାଯାଇଥିଲାବେଳେ ୨ ଲକ୍ଷରୁ ଊର୍ଦ୍ଧ୍ୱ ପ୍ରସ୍ତାବ ମିଳିଥିଲା। ବର୍ତ୍ତମାନର ଜାତୀୟ ଶିକ୍ଷାନୀତି ୧୯୮୬ରେ ପ୍ରସ୍ତୁତ ହୋଇଥିଲା ଓ ୧୯୯୨ରେ ସେଥିରେ ସଂଶୋଧନ କରାଯାଇଥିଲା। ନୂଆ ଶିକ୍ଷାନୀତି ଆଣିବା ୨୦୧୪ରେ ଭାଜପାର ନିର୍ବାଚନୀ ଏଜେଣ୍ଡା ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri