ନୂଆ ମୋଟର ଯାନ ଆଇନ-୨୦୧୯: ଆଉ ୬ଦିନ, କଡ଼ାକଡ଼ି ଯାଞ୍ଚ ପାଇଁ ପ୍ରସ୍ତୁତି ଜୋର୍‌ଦାର

ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ରାଜ୍ୟ ସରକାର ଦେଇଥିବା ୩ମାସର ମହଲତ ସରିବାକୁ ଆଉ ମାତ୍ର ୬ ଦିନ ବାକି। ଡିସେମ୍ବର ୧ରୁ ନୂଆ ମୋଟର ଯାନ ଆଇନକୁ କଡ଼ାକଡ଼ି କରିବା ପାଇଁ ଆର୍‌ଟିଓ ଏବଂ ପୋଲିସ ପ୍ରସ୍ତୁତିକୁ ଜୋର୍‌ଦାର କରିଛି। ଏଣିକି ଆଉ କୌଣସି ବି ସୁଯୋଗ ଦିଆଯିବ ନାହିଁ ଓ ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ୧୦ଗୁଣା ଜରିମାନା ଗଣିବାକୁ ପଡ଼ିବ। ସମୟ ପାଖେଇ ଆସୁଥିବାରୁ କାଗଜପତ୍ର ଠିକ୍‌ କରିପାରି ନ ଥିବା ଲୋକଙ୍କ ମନରେ ଛନକା ପଶିଛି। କଣ୍ଟ ଶେଷ ହୋଇ ଆସୁଥିବାରୁ ଏବେ ଆର୍‌ଟିଓ ଅଫିସରେ ପୂର୍ବଭଳି ଲୋକଙ୍କ ଗହଳି ଚହଳି ଦେଖିବାକୁ ମିଳୁଛି। ଲୋକେ ଆର୍‌ଟିଓ ଅଫିସ ସମ୍ମୁଖ ଓ ନିକଟ ରାସ୍ତାରେ ଗାଡ଼ି ରଖୁଥିବାରୁ ଟ୍ରାଫିକ ସମସ୍ୟା ବଢ଼ୁଛି।
ମିଳିଥିବା ସୂଚନାନୁସାରେ, ନୂଆ ଆଇନ ଲାଗୁ ହେବା ପରେ ପ୍ରଥମେ ଆର୍‌ଟିଓ ଅଫିସରେ ପ୍ରତିଦିନ ପ୍ରାୟ ୨୫୦ରୁ ଊର୍ଦ୍ଧ୍ୱ ଲୋକ ଲର୍ନିଂ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରୁଥିଲେ। କୋହଳ ହେବାର ଦେଢ ମାସ ପର୍ଯ୍ୟନ୍ତ ସେଭଳି ଭିଡ଼ ଲାଗି ରହିଥିଲା। ଏହା ପରେ କିଛିଦିନ ସେଭଳି ଗହଳି ନ ଥିବାବେଳେ ଶେଷ ସମୟରେ ପୁଣି ଆରଟିଓ ଅଫିସରେ ଭିଡ଼ ବଢ଼ିବାରେ ଲାଗିଛି। ପ୍ରତିଦିନ ୨ଶହ ପାଖାପାଖି ଲୋକେ ଡ୍ରାଇଭିଂ ଲାଇସେନ୍ସ ଓ ଅନ୍ୟ କାଗଜପତ୍ର ପାଇଁ ଆବେଦନ କରୁଛନ୍ତି। ଅନ୍ୟପକ୍ଷରେ ଅନ୍‌ଲାଇନ୍‌ ଆବେଦନକୁ ନେଇ ଲୋକେ ହଟହଟା ହେଉଛନ୍ତି। ଅନେକ ସମୟରେ ଆର୍‌ଟିଓ ଓ୍ବେବ୍‌ସାଇଟ୍‌ରେ ରହିଥିବା ବିଭିନ୍ନ ଅପ୍‌ଶନ ଆସୁନି। ଏପରି କି ଉକ୍ତ ସାଇଟ୍‌ ଖୋଲୁ ନ ଥିବା ମଧ୍ୟ ଅଭିଯୋଗ ହେଉଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଫଳରେ ସେମାନେ ବାଧ୍ୟହୋଇ ଅଫ୍‌ଲାଇନ୍‌ରେ ଆବେଦନ କରିବାକୁ ଆର୍‌ଟିଓ ଅଫିସକୁ ଆସୁଛନ୍ତି। କିନ୍ତୁ ଅଫିସ ପକ୍ଷରୁ ଅନ୍‌ଲାଇନ୍‌ ଆବେଦନ କରିବାକୁ ବାଧ୍ୟ କରାଯାଉଥିବାରୁ ଲୋକେ ଦଲାଲଙ୍କ ସାହାରା ନେଉଛନ୍ତି। କିଛିଦିନ ତଳେ ଭୁବନେଶ୍ୱରର ଦୁଇଟି ଆର୍‌ଟିଓ ଅଫିସ ନିକଟରେ ରହିଥିବା ଦଲାଲ ଚାଳିଆକୁ ଭାଙ୍ଗି ଦିଆଯିବା ସହ ଅନେକଙ୍କୁ ଗିରଫ କରାଯାଇଥିଲା। ଏହାପରେ କିଛିଦିନ ପାଇଁ ଦଲାଲ ସେଠାରୁ ଉଭାନ ହୋଇଯାଇଥିଲେ। ହେଲେ ଏବେ ଆର୍‌ଟିଓ ଅଫିସରେ ଖୁଲମ୍‌ ଖୁଲା ବୁଲୁଛନ୍ତି ଦଲାଲ। ସେମାନେ ଲୋକଙ୍କୁ ଲାଇସେନ୍ସ କରାଇଦେବାକୁ କହି ପୂର୍ବାପେକ୍ଷା ଅଧିକ ଟଙ୍କା ନେଉଛନ୍ତି। ଫୋନ୍‌ ନମ୍ବର ନେଇ ଯୋଗାଯୋଗରେ ରହିବା ସହ ଗ୍ରାହକ ବଢ଼ାଇ ଚାଲିଛନ୍ତି। ଏ ନେଇ ଆର୍‌ଟିଓ ଓ ପୋଲିସ ପକ୍ଷରୁ ପ୍ରତିକ୍ରିୟା ମିଳିପାରି ନ ଥିବାବେଳେ ଟ୍ରାଫିକ ଡିସିପି ସାଗରିକା ନାଥ କହିଛନ୍ତି, ଏବେ ଲୋକଙ୍କୁ ସଚେତନ କରାଯାଉଛି। ଆଉ ୬ ଦିନ ପରେ ଯାଞ୍ଚ କଡାକଡି କରାଯିବ। ଟ୍ରାଫିକ ନିୟମ ମାନିବା ସହ ଗାଡିର କାଗଜପତ୍ର ଠିକ୍‌ ରଖିବାକୁ କୁହାଯାଉଛି।
ସୂଚନାଯୋଗ୍ୟ, ସେପ୍ଟେମ୍ବର ୧ରୁ ସାରା ଦେଶରେ ନୂଆ ମୋଟର ଯାନ ଆଇନ ଲାଗୁ ହୋଇଥିଲା। ଅପ୍ରସ୍ତୁତ ଥିବା ଲୋକେ ହଠାତ୍‌ ବଡ଼ ଧରଣର ଜରିମାନା ଗଣିବାରୁ ଏହାକୁ ନେଇ ଅସନ୍ତୋଷ ଦେଖାଦେଇଥିଲା। ରାଜମହଲ ଛକରେ ପୋଲିସ ଓ ସାଧାରଣ ଜନତା ମୁହଁାମୁହିଁ ହୋଇଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ସେପ୍ଟେମ୍ବର ୯ରେ ଗାଡ଼ି କାଗଜପତ୍ର କରିବାକୁ ୩ମାସ ସମୟ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri