ନୂଆ ବର୍ଷରୁ ଲାଗୁ ହେବ ଏସବୁ ନୂଆ ନିୟମ

ନୂଆଦିଲ୍ଲୀ,୧-୧: ମଙ୍ଗଳବାର ୨୦୧୯ ବର୍ଷ ଲାଗି ଶେଷ ଦିନ। ଏହି ଦିନ କିଛି ନିୟମ ଲାଗି ମଧ୍ୟ ଅନ୍ତିମ ଦିନ ହେବ। ୨୦୨୦ ପହିଲା ବୁଧବାର ପଡୁଥିବା ବେଳେ ଉକ୍ତ ଦିନଠାରୁ କିଛି ନୂଆ ନିୟମ ଲାଗୁ କରିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ପହିଲା ଦିନଠାରୁ ଟିକସ ନିୟମ ସମେତ ଅନ୍ୟ କିଛି ବିତ୍ତୀୟ ନିୟମ ଲାଗୁ ହେବାକୁ ଯାଉଛି। ଏହାର ପ୍ରଭାବ ସାଧାରଣ ଲୋକଙ୍କଠାରୁ ଶିଳ୍ପ ଉପରେ କଣ ରହିବ ତାହା ଦେଖିବାକୁ ରହିଲା। ପରିବର୍ତ୍ତନ ହେବାକୁ ଥିବା ବିଭିନ୍ନ ନିୟମ ଗୁଡିକ ସମ୍ପର୍କରେ ଏଠାରେ ଉଲ୍ଲେଖ କରାଗଲା….
ଇ-ବିଲିଂ ପରୀକ୍ଷଣ ଭିତ୍ତିରେ କାର୍ଯ୍ୟକାରୀ
ଜିଏସ୍‌ଟି କାର୍ଯ୍ୟକାରୀ ହେବାର ଅଢେଇ ବର୍ଷ ପରେ ଶିଳ୍ପ ଜଗତ ପ୍ରଥମ ଥର ଇ-ଇନଭଏସିଂ ସହ ଜଡିତ ହେବ। ୫୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ କାରବାର କରୁଥିବା କମ୍ପାନୀଗୁଡିକ ଲାଗି ଏହାକୁ ପହିଲାରୁ କାର୍ଯ୍ୟକାରୀ କରାଯାଉଛି। ଏହାକୁ ଏବେ ବାଧ୍ୟତାମୂଳକ କରାଯାଇନାହିଁ। ୧୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ କାରବାର କରୁଥିବା କମ୍ପାନୀଙ୍କ ଲାଗି ଏହା ଏପ୍ରିଲ ପହିଲାରୁ ଲାଗୁ କରାଯିବ। ଇ-ଇନଭଏସିଂ ଦ୍ୱାରା ଜାରି କରାଯାଉଥିବା ବିଲ୍‌ ଉପରେ ୟୁନିକ ଇନଭଏସିଂ ରେଫରେନ୍ସ ନମ୍ବର (ଆଇଆର୍‌ଏନ୍‌) ରହିବ। ଏହା ଦ୍ୱାରା ମିଥ୍ୟା ବିଲିଂ ଏବଂ ଟିକସ ଚୋରି ଉପରେ ରୋକ ଲଗାଯାଇପାରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।
ନୂଆ ଜିଏସ୍‌ଟି ହାର
୧୮ ଡିସେମ୍ବରରେ ବସିଥିବା ୩୮ତମ ଜିଏସ୍‌ଟି ପରିଷଦ ବୈଠକରେ ହୋଇଥିବା ୨ ନିଷ୍ପତ୍ତି ଜାନୁୟାରୀ ପହିଲାରୁ କାର୍ଯ୍ୟକାରୀ ହେବ। ପଲିଥିଲେନର ଏବଂ ପଲିପ୍ରପିଲିନରୁ ପ୍ରସ୍ତୁତ ହେଉଥିବା ବ୍ୟାଗ ଉପରେ ଜିଏସ୍‌ଟି ୧୮%କୁ ହ୍ରାସ କରାଯାଇଛି। ଏହା ବାଦ ଇଣ୍ଡଷ୍ଟ୍ରିଆଲ୍‌ ପ୍ଲଟ ଏବଂ ଦୀର୍ଘକାଳୀନ ଲିଜ୍‌ ଉପରେ ଜିଏସ୍‌ଟି ଲାଗୁ ନ କରାଇବା ପାଇଁ ନିଷ୍ପତ୍ତି ହୋଇଛି।
ସହଜ ହେବ ଡିଜିଟାଲ ପେମେଣ୍ଟ
ପହିଲାରୁ ରୂପେ ଏବଂ ୟୁପିଆଇ ପ୍ଲାଟଫର୍ମରେ ପେମେଣ୍ଟ ଉପରେ ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍‌ (ଏମ୍‌ଡିଆର) ଲାଗୁ ହେବ ନାହିଁ। ସେହିଭଳି ୫୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ କାରବାର କରୁଥିବା ବ୍ୟକ୍ତି ବିଶେଷଙ୍କ ଲାଗି ଡିଜିଟାଲ ପେମେଣ୍ଟ ହେବ। ପହିଲାରୁ ନ୍ୟାଶନାଲ ଇଲେକଟ୍ରୋନିକ୍ସ ଫଣ୍ଡ ଟ୍ରାନ୍ସଫର(ଏନ୍‌ଇଏଫ୍‌ଟି) ଦ୍ୱାରା ନେଣଦେଣ ଦେୟମୁକ୍ତ ହେବ। ଏହା ଦ୍ୱାରା କ୍ଷୁଦ୍ର ବ୍ୟବସାୟୀଙ୍କ ଲାଗି ବିଭିନ୍ନ ସୁବିଧା ହେବ। ଏଥିଲାଗି ରିଜର୍ଭ ବ୍ୟାଙ୍କ ବିଭିନ୍ନ ବାଣିଜି୍ୟକ ବ୍ୟାଙ୍କଗୁଡିକୁ ଚାର୍ଜ ନ ଲାଗୁ କରିବାକୁ ନିର୍ଦ୍ଦେଶରେ କହିଛି।
ଖିଲାପକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ
ଜିଏସ୍‌ଟି ଲାଗୁ ହେବା ଆଗରୁ ଟିକସ ବକେୟା ରଖିଥିବା ବ୍ୟକ୍ତି ବିଶେଷଙ୍କ ଲାଗି ସରକାର ଆଣିଥିବା ସବକା ବିଶ୍ୱାସ ସ୍କିମ ଜାନୁୟାରୀ ୧୫ ଯାଏ ରହିଛି। ଏହି ନିୟମ ଦ୍ୱାରା ଟିକସ ବକେୟା, ଟିକସ ଫାଙ୍କିବା, ଟିକସ ସମ୍ପର୍କରେ ପ୍ରଘଟ କରିବା ଉପରେ ଲାଗୁଥିବା ଟିକସ ଏବଂ ଜରିମାନା ଉପରେ ରିହାତି ପ୍ରଦାନ କରାଯାଉଛି। କେତେକ ମାମଲାରେ କେବଳ ୩୦% ଟିକସ ପ୍ରଦାନ ଦ୍ୱାରା ଜରିମାନା, ଅତିରିକ୍ତ ସୁଧ ଏବଂ ମୋକଦ୍ଦମାଠାରୁ ମୁକ୍ତି ମିଳୁଥିଲା। ଯେଉଁ ବ୍ୟକ୍ତି ବିଶେଷ ଏହି ସ୍କିମର ଲାଭ ନ ନେଇ ଏହାକୁ ଅଣଦେଖା କରିବା ସହ ଟିକସ ଚୋରୀରେ ସମ୍ପୃକ୍ତ ରହିଛନ୍ତି, ପହିଲାଠାରୁ ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ହେବ।
ଓଟିପି ଆଧାରିତ ଟଙ୍କା ଉଠାଣ
ଏସ୍‌ବିଆଇ ଗ୍ରାହକଙ୍କ ଲାଗି ଜାନୁୟାରୀ ପହିଲାରୁ ଏହି ନିୟମ ଅନେକ ଗୁରୁତ୍ୱ ବହନ କରିଥାଏ। ବ୍ୟାଙ୍କର ସମସ୍ତ ଏଟିଏମ୍‌ ଏବଂ କ୍ୟାଶ ସିଷ୍ଟମରେ ଟ୍ରାଞ୍ଜାକଶନ ଉପରେ ଓ୍ବାନ ଟାଇମ ପାଶଓ୍ବାର୍ଡ(ଓଟିପି) ଦ୍ୱାରା କାରବାର ହେବ। ଏହା ଦ୍ୱାରା ଅନଧିକୃତ କ୍ୟାଶ ଉଠାଣ ଏବଂ ଠକେଇରୁ ଗ୍ରାହକଙ୍କୁ ରକ୍ଷା କରାଯାଇପାରିବ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ପହିଲାରୁ ଏସ୍‌ବିଆଇର ମ୍ୟାଗ୍ନେଟିକ ଷ୍ଟ୍ରିପ୍‌ ଭିତ୍ତିକ କାର୍ଡ କାମ କରିବା ବନ୍ଦ କରିଦେବ। ଚିପ୍‌ ଭିତ୍ତିକ କାର୍ଡ ଏଟିଏମରେ କାମ କରିବ।
ଆଇଟି ରିଟର୍ନ ବିଳମ୍ବରେ ଅଧିକ ଜରିମାନା
୨୦୧୮-୧୯ ଆର୍ଥତ୍କ ବର୍ଷ ଲାଗି ଟାକ୍ସ ରିଟର୍ନର ଚୂଡାନ୍ତ ତାରିଖ ୩୧ ଅଗଷ୍ଟ ରହିଥିଲା। ଏହାକୁ ୨୦୨୦ ମାର୍ଚ୍ଚ ୩୧ ଯାଏ ସର୍ତ୍ତ ମୂଳକ ଭାବେ ପ୍ରଦାନ କରିବା ନେଇ ନିୟମ ରହିଛି। ଚଳିତ ବର୍ଷ ଡିସେମ୍ବର ଯାଏ ଏହା ଉପରେ ୫ ହଜାର ଜରିମାନା ରହିଥିଲା। ୨୦୨୦ ଜାନୁୟାରୀ ପହିଲାଠାରୁ ଏହା ବଢି ୧୦ ହଜାର ହୋଇଯିବ।
ପରିବହନ କ୍ଷେତ୍ର
ମୋଟର ଯାନ ଆଇନରେ ହୋଇଥିବା ସଂଶୋଧନ ଆଧାରରେ ବିଭିନ୍ନ ରାଜ୍ୟ ଜାନୁୟାରୀ ପହିଲାରୁ ନୂଆ ନିୟମ ଲାଗୁ କରିବେ। ୧ ଜାନୁୟାରୀ ୨୦୧୯ ପରଠାରୁ ପଞ୍ଜୀକରଣ ହୋଇଥିବା ସମସ୍ତ ଯାନରେ ଭେଇକିଲ ଲୋକେଶନ ଟ୍ରାକିଂ(ଭିଏଲ୍‌ଟି) ବ୍ୟବସ୍ଥା ରହିବ। ଏହା ଦ୍ୱାରା ଧାର୍ଯ୍ୟ ସୀମା ମୁତାମକ ଓଭରଲୋଡିଂ କ୍ଷେତ୍ରରେ ପରିବହନ କାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri