ନୂଆ ଜୀବନ ପାଇଥିବା ନିବେଦିତା ଗଢ଼ିବେ ନୂଆ ସଂସାର

ଭୁବନେଶ୍ୱର,୧୭ା୨(ବ୍ୟୁରୋ): ନୂଆ ଜୀବନ ପାଇଥିବା ରମାଦେବୀ ବିଶ୍ୱବିଦ୍ୟାଳୟର ଆଇଟି ଅଧ୍ୟାପିକା ନିବେଦିତା ସାହୁ ନୂଆ ସଂସାର ଗଢିବାକୁ ଯାଉଛନ୍ତି। ରବିବାର ନିବେଦିତାଙ୍କ ଗାଁ ଢେଙ୍କାନାଳ ମେରାମଣ୍ଡଳୀରେ ତାଙ୍କର ନିର୍ବନ୍ଧ ହୋଇଛି। ଶନିବାର ନିବେଦିତା ନିର୍ବନ୍ଧ ପାଇଁ ଘରକୁ ଯିବାକୁ ଭୁବନେଶ୍ୱର ରେଳ ଷ୍ଟେଶନରେ ଟ୍ରେନ୍‌କୁ ଚଢ଼ୁଥିବାବେଳେ ଖସିପଡ଼ିଥିଲେ। ଟ୍ରେନ୍‌ ତଳକୁ ଚାଲିଯାଉଥିବାବେଳେ ଦେବଦୂତ ସାଜି ଆର୍‌ପିଏଫ୍‌ କନ୍‌ଷ୍ଟେବଳ ସୁବ୍ରତ ମହାରଣା ତାଙ୍କୁ ଉଦ୍ଧାର କରିଥିଲେ। ନୂଆଜୀବନ ପାଇ ଫେରିଥିବା ନିବେଦିତା ଘରେ ପହଞ୍ଚତ୍ବା ପରେ ପରିବାରରେ ଖୁସିର ଲହରି ଖେଳିଯାଇଥିଲା। ଏପରି କି ତାଙ୍କୁ ବାପା, ମା ଓ ଅନ୍ୟମାନେ ଖୁସିରେ କୋଳେଇ ନେଇଥିଲେ। ରବିବାର ହସଖୁସିରେ ନିବେଦିତାଙ୍କ ନିର୍ବନ୍ଧ ସରିଥିବାବେଳେ ବରଘରେ ମଧ୍ୟ ନିଆରା ଆନନ୍ଦ ଦେଖିବାକୁ ମିଳିଛି।
ଘଟଣାକୁ ମନେ ପକାଇ ନିବେଦିତା କହିଛନ୍ତି, ଏହା ଏକ ବଡ଼ ଦୁର୍ଘଟଣା ଥିଲା। ଭଗବାନଙ୍କ ଦୟା ଓ ବଞ୍ଚାଇଥିବା ଆର୍‌ପିଏଫ୍‌ ଯବାନ ଭାଇଙ୍କ ପାଇଁ ମୁଁ ନୂଆ ଜୀବନ ପାଇଛି। ସେ ଭଗବାନଙ୍କ ଦୂତ ହୋଇ ଆସି ମୋତେ ବଞ୍ଚାଇଛନ୍ତି। ଟ୍ରେନରୁ ଗୋଡ଼ ଖସିଯିବା ପରେ କ’ଣ ହେଲା ମୋର ମନ ନାହିଁ। ମରିଗଲି ଭାବିଥିଲି। ପରେ ମୁଁ ବଞ୍ଚତ୍ଥିଲେ ମଧ୍ୟ ନିଜକୁ ବିଶ୍ୱାସ କରିପାରି ନ ଥିଲି। ମୁଁ ଭାବି ପାରିନଥିଲି ଯେ, ମୁଁ ଟ୍ରେନ୍‌ ତଳୁ ବଞ୍ଚତ୍କି ଆସିଛି। ଘଟଣା ପରେ ମୋର ମାନସିକ ସ୍ଥିତି ଭଲ ନ ଥିଲା। ଆଜି ମୁଁ ଧନ୍ୟବାଦ ଜଣାଉଛି, ପ୍ରଣାମ କରୁଛି ସେହି ପୋଲିସ ଭାଇଙ୍କୁ। ନିର୍ବନ୍ଧ ପାଇଁ ତାଙ୍କୁ ଡାକି ପାରିନି। କିନ୍ତୁ ବିବାହ ପାଇଁ ନିଶ୍ଚିତ ଡାକିବି ବୋଲି ନିବେଦିତା କହିଛନ୍ତି। ଏହାସହ ସେ କହିଛନ୍ତି, ଚଳନ୍ତା ଟ୍ରେନରେ ଚଢନ୍ତୁ ନାହିଁ। ଟ୍ରେନ୍‌ ଛାଡିବାର ୧୫ ମିନିଟ ଆଗରେ ଷ୍ଟେଶନରେ ପହଞ୍ଚତ୍ ଟ୍ରେନ ଧରନ୍ତୁ ବୋଲି ସେ ସମସ୍ତଙ୍କୁ ନିବେଦନ କରିଛନ୍ତି।
ଅନ୍ୟପକ୍ଷରେ ଜୀବନ ବଞ୍ଚାଇଥିବା ଆର୍‌ପିଏଫ୍‌ କନ୍‌ଷ୍ଟେବଳ ସୁବ୍ରତଙ୍କୁ ପୁରସ୍କୃତ କରାଯିବ। ଏନେଇ ଆରପିଏଫ୍‌ ଅଧିକାରୀ କେ.ସେଠୀ ରେଲ୍‌ଓ୍ବେ ଆଇଜିଙ୍କୁ ଘଟଣା ସଂକ୍ରାନ୍ତରେ ଅବଗତ କରାଇବା ପରେ ତାଙ୍କୁ ପୁରସ୍କାର ପାଇଁ ଡିଜି ଓ ଜିଏମ୍‌ଙ୍କୁ ଚିଠି ଲେଖାଯାଇଥିବା ସୂଚନା ମିଳିଛି। ସେହିଭଳି ସୁବ୍ରତଙ୍କ ଏଭଳି ମହାନ କାର୍ଯ୍ୟ ପାଇଁ ତାଙ୍କ ନିକଟକୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି।

ବୋହୂ ଆମ ପାଇଁ ଲକ୍ଷ୍ମୀ
ଘଟଣା ସମ୍ପର୍କରେ ନିବେଦିତାଙ୍କ ଶ୍ୱଶୁର କହିଛନ୍ତି,ଆମ ବୋହୂ ଆମ ପାଇଁ ଲକ୍ଷ୍ମୀ। ବୋହୂର କର୍ମଫଳ ଭଲ ଥିଲା ବୋଲି ସେ ନୂଆ ଜୀବନ ପାଇଛନ୍ତି। ଆମ ବୋହୂ ଆମ ପାଇଁ ଲକି, ତେଣୁ ଆମେ ଗର୍ବ ଅନୁଭବ କରୁଛୁ। ଆମ ଘରକୁ ଗଲେ ଆମ ପାଇଁ ଭାଗ୍ୟବତୀ ହେବେ। ତାଙ୍କ ଜୀବନ ବଞ୍ଚାଇଥିବା ଯବାନ ଭାଇଙ୍କୁ ଧନ୍ୟବାଦ ଦେଉଛୁ।
ଜୀବନ ବଞ୍ଚାଇଥିବାରୁ ଖୁସି ଲାଗୁଛି : ସୁବ୍ରତ


ଜୀବନ ବଞ୍ଚାଇଥିବା ଆର୍‌ପିଏଫ୍‌ କନ୍‌ଷ୍ଟେବଳ ସୁବ୍ରତ କୁମାର ମହାରଣା କହିଛନ୍ତି, ଟ୍ରେନ ଛାଡି ଦେଇଥିବାରୁ ଭାଇ,ଭଉଣୀ ଚଳନ୍ତା ଟ୍ରେନରେ ଚଢୁଥିଲେ। ଭାଇ ତଳେ ଥିବାବେଳେ ଭଉଣୀ ଆଗେ ଚଢିଥିଲେ। ହେଲେ ତାଙ୍କ ହାତ ଖସିଯାଇଥିଲା। ତାଙ୍କର ଅଧା ଶରୀର ପ୍ଲାଟଫର୍ମ ଓ ଟ୍ରେନ୍‌ ଫାଙ୍କରେ ପଶିଯାଉଥିଲା। ମୁଁ ଏହା ଦେଖି ଦୌଡି ଯାଇ ତାଙ୍କୁ ଟାଣି ଉପରକୁ ନେଇଆସିଥିଲି। ଏହା ଆମର କର୍ତ୍ତବ୍ୟ ଓ ଧର୍ମ। ମୁଁ ଅନ୍ୟର ଜୀବନ ବଞ୍ଚାଇଥିବାରୁ ମୋତେ ଖୁସି ଲାଗୁଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍‌କା!

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...

ନୂଆବର୍ଷରେ ମହଙ୍ଗା ମାଡ, ୨୮ମାସରେ ସବୁଠାରୁ ଅଧିକ ବଢିଲା ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ଏକ ବଡ଼ ଝଟକା ସହିତ ଆରମ୍ଭ ହୋଇଛି। ଏହି ଝଟକା ହେଉଛି ମୁଦ୍ରାସ୍ଫୀତି। ସରକାର ପାଇପ ପ୍ରାକୃତିକ ରନ୍ଧନ ଗ୍ୟାସର ମୂଲ୍ୟ...

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ନୂଆବର୍ଷରେ ଭାରତକୁ ଶୁଭେଚ୍ଛା ନୁହେଁ, ଧମକ ଦେଲା ପାକିସ୍ତାନ: ମୁନିର କହିଦେଲେ…

ଇସଲାମାବାଦ୍‌,୧।୧: ନୂତନ ବର୍ଷ ଆରମ୍ଭରେ ପାକିସ୍ତାନ ପୁଣି ଥରେ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଛି। ଭାରତର ନାଁ ନ ନେଇ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

ବଜାରରେ ମିଳୁଛି ନକଲି ଶାଗୁଦାନା: ହୋଇଯାନ୍ତୁ ସାବଧାନ

ନୂଆପଡ଼ା,୧ା୧ (ମକାରୁ ବେମାଲ):ନୂଆପଡ଼ା ସହରରେ ପ୍ଲାଷ୍ଟିକ ଶାଗୁଦାନା ବିକ୍ରୟ ହେଉଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଟାନୱାଟ ପଞ୍ଚାୟତ ଝିଲମିଲା ଗାଁର ଜ୍ୟୋତିର୍ମୟ ପୁହାଣ ନୂଆପଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri