Categories: ଫୁରସତ

ନୂଆ ଚାକିରୀ ପାଇଁ କ’ଣ ସବୁ କରିବା ଆବଶ୍ୟକ ଜାଣନ୍ତୁ..

କୌଣସି କାରଣ ବସତଃ ଚାକିରୀ ଚାଲିଗଲେ ଅନେକେ ଡିପ୍ରେସନର ଶିକାର ହୋଇଥାନ୍ତି। ତେବେ ଏଭଳି ସମୟରେ ନିରାଶ ନ ହୋଇ ଧର୍ଯ୍ୟର ସହ ନୂତନ ଚାକିରୀ ସନ୍ଧାନ କରିବା ଉଚିତ। ତେବେ ନୂଆ ଚାକିରୀ ପାଇଁ କ’ଣ ସବୁ କରିବା ଆବଶ୍ୟକ ଆସନ୍ତୁ ଜାଣିବା।

* ସର୍ବପ୍ରଥମେ ନିଜର ବାୟୋଡାଟାକୁ ଅପଡେଟ କରନ୍ତୁ।
* ବନ୍ଧୁ ପରିଜନ, ସାଙ୍ଗସାଥି ତଥା ପୁରାତନ କର୍ମଚାରୀଙ୍କୁ ନୂଆ ଚାକିରୀ ପାଇଁ ରେଫରେନ୍ସ ମାଗିପାରିବେ।
* ଚାକିରୀ ପ୍ରଦାନ କରୁଥିବା କନସଲଟାନ୍ସି ତଥା ବିଭିନ୍ନ ସଂସ୍ଥାର ଏଚ୍‌ ଆର୍‌ ଙ୍କ ସହ ସମ୍ପର୍କ କରିପାରିବେ।
* କ୍ୟାରିୟରକୁ ଯଦି ନୂଆଦିଗ ଦେବାକୁ ଚାହାଁନ୍ତି ତେବେ କ୍ୟାରିୟର କାଉନସିଲରଙ୍କ ସହ ଯୋଗାଯୋଗ କରିପାରିବେ।
* ସକାରାତ୍ମକ ମନୋଭାବ ସହ ଇଣ୍ଟରଭ୍ୟୁ ପାଇଁ ନିଜକୁ ପ୍ରସ୍ତୁତ କରନ୍ତୁ।
* ନୂଆ ଚାକିରୀ ଜଏନ୍‌ କରିବା ପୂର୍ବରୁ ଦରମାକୁ ନେଇ ନମନୀୟ ରୁହନ୍ତୁ। ପୂର୍ବରୁ ନିର୍ଦ୍ଧିଷ୍ଟ ଦରମା ସ୍ଥିରିକୃତ କରି ରଖନ୍ତୁ ନାହିଁ।
* ଏହି ସମୟରେ ନିଜର ଆତ୍ମ ବିଶ୍ୱାସକୁ ସୁଦୃଢ ରଖିବା ନିହାତି ଜରୁରୀ।

Share