ନୂଆ ଗ୍ରୀଷ୍ମକାଳୀନ ସ୍ବତନ୍ତ୍ର ଟ୍ରେନ ଚଳାଇଲା ରେଲଓ୍ବେ

ଭୁବନେଶ୍ୱର,୧୮-୪: ପୂର୍ବତଟ ରେଳପଥ ପରିସୀମା ମଧ୍ୟ ଦେଇ ପୁଣି ଏକ ନୂଆ ଗ୍ରୀଷ୍ମକାଳୀନ ସ୍ବତନ୍ତ୍ର ଟ୍ରେନର ଶୁଭାରମ୍ଭ କରାଯାଇଛି। ଜୁନ ମାସ ମାସ ଶେଷ ପର୍ଯ୍ୟନ୍ତ ସାନ୍ତ୍ରାଗାଛି-ଚେନ୍ନାଇ ସେଣ୍ଟ୍ରାଲ ଟ୍ରେନ ଚଳାଚଳ କରାଇବାକୁ ରେଲଓ୍ବେ ପକ୍ଷରୁ ଘୋଷଣା କରାଯାଇଛି। ଯାତ୍ରୀ ଭିଡକୁ ଏଡାଇବା ଦିଗରେ ଏହି ସ୍ବତନ୍ତ୍ର ଟ୍ରେନ ସହାୟକ ହେବ ବୋଲି ରେଲଓ୍ବେ ପକ୍ଷରୁ ସୂଚନା ରହିଛି। ଯାତ୍ରୀ ଭିଡକୁ ନଜରରେ ରଖି ଏହାର ପରିସୀମା ମଧ୍ୟରୁ ଏବଂ ଏହା ମଧ୍ୟ ଦେଇ ଦେଶର ବିଭିନ୍ନ ସ୍ଥାନକୁ ସ୍ବତନ୍ତ୍ର ଟ୍ରେନ ଚଳାଚଳ କରାଯାଉଛି। ଅଧିକ ବର୍ଥ ସଂଯୋଗ କରାଯିବା ସହ ଭିଡ କମାଇବାକୁ ପଦକ୍ଷେପ ନିଆଯାଇଛି। ପୂର୍ବରୁ ପୂର୍ବତଟ ରେଳପଥ ୧୫ ଯୋଡା ସ୍ବତନ୍ତ୍ର ଟ୍ରେନ ଚଳାଇବା ଲାଗି ଘୋଷଣା କରିଥିବା ବେଳେ ନୂଆ କରି ଆଉ ଏକ ଯୋଡା ଟ୍ରେନ ଚଳାଇଛି। ଏହି ସ୍ବତନ୍ତ୍ର ଟ୍ରେନରେ ଚାରଟି ଏସି ଟାୟାର, ପାଞ୍ଚଟି ୩ଏସି ଟାୟାର, ୪ଟି ସ୍ଲିପର କ୍ଲାସ, ୨ଟି ଗାର୍ଡ ଏବଂ ଲଗେଜ ଭ୍ୟାନ ରହିଛି। ଏହା ଖଡକପୁର, ଭଦ୍ରକ, ଯାଜପୁର, କେନ୍ଦୁଝର ରୋଡ, ବ୍ରହ୍ମପୁର, ବିଜୟ ନଗରମ, ଦୁଭାଦା, ରାଜମହେନ୍ଦ୍ରୀ, ବିଜୟଓ୍ବାଡା, ନେଲୋର ଏବଂ ଗୁଡୁର ଷ୍ଟେଶନଠାରେ ରହିବ।

ହିରାଖଣ୍ଡ, ରାଉରକେଲା-ଜଗଦଲପୁର ଏକ୍ସପ୍ରେସ ଜୟପୁର ଯାଏ ଚାଲିବ

ପୂର୍ବତଟ ରେଳପଥ ଓ୍ବାଲଟିୟର ରେଳମଣ୍ଡଳ ଅନ୍ତର୍ଗତ ଜୟପୁର-ଜଗଦଲଗୁର ରେଳ ସେକ୍ସନର ୩ଟି ସେକ୍ସନରେ ନିରାପତ୍ତା ସଂକ୍ରାନ୍ତ ଆଧୁନିକିକରଣ କାର୍ଯ୍ୟ ଯୋଗୁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହେବ ବୋଲି ସୂଚନା ରହିଛି। ଭୁବନେଶ୍ୱରରୁ ଜଗଦଲପୁର ଯାଉଥିବା ହୀରାଖଣ୍ଡ ଏକ୍ସପ୍ରେସ ଓ ରାଉରକେଲାରୁ ଜଗଦଲପୁର ଯାଉଥିବା ଏକ୍ସପ୍ରେସ ଚଳିତ ମାସ ୨୨ ତାରିଖ ପର୍ଯ୍ୟନ୍ତ ଜୟପୁର ପର୍ଯ୍ୟନ୍ତ ଚଳାଚଳ କରିବ। ଏହି ଟ୍ରେନ ଦୁଇଟିକୁ ଜୟପୁର ଏବଂ ଦଗଦଲପୁର ମଧ୍ୟରେ ଆଂଶିକ ବାତିଲ କରାଯିବାକୁ ନିଷ୍ପତ୍ତି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୫ଟି ଦେଶରୁ ଭାରତକୁ ଆସୁଛି ବିପୁଳ ପରିମାଣରେ ସୁନା, ଜାଣନ୍ତୁ କେତେ ଟଙ୍କାର ହେଉଛି କାରବାର

ନୂଆଦିଲ୍ଲୀ,୧୪।୨:ଭାରତରେ ସୁନା ଆମଦାନୀକାରୀ: ଭାରତ ବିଶ୍ୱର ସବୁଠାରୁ ବଡ଼ ସୁନା ଆମଦାନୀକାରୀ ଦେଶମାନଙ୍କ ମଧ୍ୟରୁ ଗୋଟିଏ। ଦେଶରେ ସୁନା ଉତ୍ପାଦନ ବହୁତ କମ, ଯେତେବେଳେ ଚାହିଦା (ଅଳଙ୍କାର,…

ଯୁବପିଢିଙ୍କୁ ପ୍ରତି ମାସରେ ମିଳିବ ୧୫୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ…

କୋଲକାତା,୧୪।୨: ପଶ୍ଚିମବଙ୍ଗ ସରକାର ଘୋଷଣା କରିଛନ୍ତି ଯେ ତାଙ୍କର ନୂତନ ଯୋଜନା, “ବାଙ୍ଗଲାର ଯୁବ ସାଥୀ”, ଏପ୍ରିଲ 1 ରୁ ଆରମ୍ଭ ହେବ। ଏହି ଯୋଜନା ମୂଳତଃ…

ଘର କିଣିବା ପାଇଁ ‘ଜଏଣ୍ଟ ହୋମ୍‌ ଲୋନ୍‌’ ନେବାକୁ ଚାହୁଁଛନ୍ତି କି? ବୁଝିନିଅନ୍ତୁ ଏହାର ଲାଭ-କ୍ଷତିର ହିସାବ…

ନୂଆଦିଲ୍ଲୀ,୧୩।୨: ଘର କିଣିବା ପାଇଁ ଆଜିକାଲି ‘ଜଏଣ୍ଟ ହୋମ ଲୋନ୍‌’ (Joint Home Loan) ବା ଯୁଗ୍ମ ଗୃହ ଋଣ ଏକ ଲୋକପ୍ରିୟ ବିକଳ୍ପ ପାଲଟିଛି। ବିଶେଷ…

ଦେଶରେ ବୃଦ୍ଧି ପାଉଛି ବ୍ୟକ୍ତିଗତ ଆୟକର, ମଧ୍ୟବିତ୍ତଙ୍କ ପାଇଁ ଏପରି ପ୍ରତିକ୍ରିୟା ଦେଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧୩।୨: ଦେଶରେ ବୃଦ୍ଧି ପାଉଥିବା ବ୍ୟକ୍ତିଗତ ଆୟକର ସଂଗ୍ରହର ଉପରେ ପ୍ରତିକ୍ରିୟା ରଖିଛନ୍ତି ଅର୍ଥମନ୍ତ୍ରୀ। ”ଆୟକର ସଂଗ୍ରହ ଅର୍ଥ ଏହା ନୁହେଁ ଯେ ମଧ୍ୟବିତ୍ତ ଶ୍ରେଣୀ ଚାପରେ…

ସୁନା ଓ ରୁପା ଦରରେ ବଡ଼ ଧରଣର ହ୍ରାସ: ଜାଣନ୍ତୁ ଭୁବନେଶ୍ୱରରେ କେତେ ଅଛି ମୂଲ୍ୟ

ଭୁବନେଶ୍ବର,୧୩।୨: ଆନ୍ତର୍ଜାତୀୟ ବଜାରରେ ମୂଲ୍ୟ ହ୍ରାସ ଯୋଗୁଁ ଭାରତୀୟ ବଜାରରେ ସୁନା ଓ ରୁପା ଦରରେ ବଡ଼ ଧରଣର ହ୍ରାସ ପରିଲକ୍ଷିତ ହୋଇଛି। ଶୁକ୍ରବାର ମଲ୍ଟି କମୋଡିଟି…

ବିଶ୍ୱ ବଜାରରେ କମିଲା ତୈଳ ଦର, ଭାରତରେ କମିବ କି ?

ନୂଆଦିଲ୍ଲୀ,୧୩।୨: ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ କ୍ରମାଗତ ହ୍ରାସ ପରିଲକ୍ଷିତ ହେଉଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ତୈଳ ଦର କ୍ରମାଗତ ଦ୍ୱିତୀୟ ସପ୍ତାହ…

ଆପଣଙ୍କୁ ହଇରାଣ କରିପାରିବେ ନାହିଁ ରିକଭରି ଏଜେଣ୍ଟ, କଠୋର ନିୟମ ଲାଗୁ କଲା RBI, ଘରେ ପହଞ୍ଚିଲେ କ’ଣ କରିବେ? ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୨: RBI ପରିଚାଳିତ ଆର୍ଥିକ ପ୍ରତିଷ୍ଠାନ (ବ୍ୟାଙ୍କ, ଗ୍ରାମୀଣ ବ୍ୟାଙ୍କ, NBFC, ଗୃହ ଆର୍ଥିକ କମ୍ପାନୀ, ସମବାୟ ବ୍ୟାଙ୍କ, ଇତ୍ୟାଦି) ଦ୍ୱାରା ନିଯୁକ୍ତ ରିକଭରି ଏଜେଣ୍ଟମାନେ ଆଉ…

ଜାନୁଆରୀରେ ଖୁଚୁରା ଦରଦାମ୍ ହାର ୨.୭୫%, ପ୍ରଥମ ଥର ହେଲା ଏପରି ପରିବର୍ତ୍ତନ

ମୁମ୍ବାଇ,୧୨।୨: ଭାରତର ଆର୍ଥିକ ପରିସଂଖ୍ୟାନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (CPI) ର ନୂଆ ବେସ୍ ଇୟର ୨୦୨୪ ଆଧାରରେ ପ୍ରଥମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri