ନୂଆ ଓଡ଼ିଆ ସିନେମା ‘ମନେ ମନେ ମନ ଖୋଜୁଥିଲା’

‘ମନେ ମନେ ମନ ଖୋଜୁଥିଲା’-ଏପରି ଶୀର୍ଷକରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି ଯେ ଏହାର କାହାଣୀ ପ୍ରେମ ଉପରେ ପର୍ଯ୍ୟବସିତ। ହଁ,ଏକ ଭିନ୍ନ ଧରଣର ଟିନ୍‌-ଏଜ୍‌ ପ୍ରେମ କାହାଣୀକୁ ନେଇ ନିର୍ମିତ ହେଉଛି ନୂଆ ଓଡ଼ିଆ ସିନେମା ‘ମନେ ମନେ ମନ ଖୋଜୁଥିଲା’। ଦୁଇଟି ପରିବାର ଭିତରେ ଅହି-ନକୁଳ ସମ୍ପର୍କ। ହେଲେ ପ୍ରେମ ଏପରି ଏକ ଜିନିଷ ଯାହା କିଛି ଖାତିର କରେନା। ଅଭିମନ୍ୟୁଙ୍କ ପୁଅ ଓମ୍‌ ଏବଂ ଦୁର୍ଯ୍ୟୋଧନଙ୍କ ଝିଅ ଗୌରୀ ପ୍ରେମରେ ପଡିଯାଇଛନ୍ତି। ଦୁଇ ପରିବାର ଭିତରେ ଥିବା ଶତ୍ରୁତାକୁ ସେମାନେ ଜାଣିଥିଲେ ମଧ୍ୟ ନିଜ ଲକ୍ଷ୍ୟ ପଥରେ ଅଗ୍ରସର ହୋଇଛନ୍ତି। ହେଲେ ଏପରି ପ୍ରେମର ଶେଷ ପରିଣତି କ’ଣ ହେଉଛି ତାହା ସିନେମାରେ ଦେଖିବାକୁ ପାଇବେ। ଅନନ୍ୟା ଏଣ୍ଟରଟେନମେଣ୍ଟ ବ୍ୟାନରରେ ଏହି ଚଳଚ୍ଚିତ୍ରର ପ୍ରଯୋଜନା କରୁଛନ୍ତି ନବାଗତା ପ୍ରଯୋଜିକା ପ୍ରଭାତୀ ଆଚାର୍ଯ୍ୟ। ବେଶ୍‌ କିଛି ବର୍ଷର ଗ୍ୟାପ୍‌ ପରେ ନିର୍ଦ୍ଦେଶକ ଏନ. ପାଢ଼ୀ ଉକ୍ତ ଫିଲ୍ମ ମାଧ୍ୟମରେ ପୁଣି ଥରେ ନିର୍ଦ୍ଦେଶନା ମଇଦାନକୁ ଓହ୍ଲାଉଛନ୍ତି। ଦୁର୍ଗା ଆଚାର୍ଯ୍ୟଙ୍କ କାହାଣୀକୁ ଆଧାର କରି ସଂଳାପ ରଚନା କରିଛନ୍ତି ଦୀପକ ଜେନା। ସଂଯୋଜିତ ଗୀତଗୁଡ଼ିକୁ ସ୍ବର ଦେଇଛନ୍ତି ନବାଗତ ଏ. ଅଶୋକ କୁମାର। ଖାସ୍‌ କଥା ହେଲା ନବାଗତ ଓମ୍‌କାର ଏହି ଫିଲ୍ମରୁ ନିଜର ଓଲିଉଡ୍‌ କ୍ୟାରିୟର ଆରମ୍ଭ କରୁଛନ୍ତି। ତାଙ୍କ ସହ ସ୍କ୍ରିନ୍‌ ସେୟାର କରିଛନ୍ତି ଚୁଲବୁଲି ନମ୍ରତା ସିଂଦେଓ। ଏମାନଙ୍କ ବ୍ୟତୀତ ମିହିର ଦାସ, ଅଶ୍ରୁମୋଚନ ମହାନ୍ତି, ପ୍ରତିଭା ପଣ୍ଡା, ଅଞ୍ଜନା ଦାସ, ବିଜୟ ବଳ, ରାଜ୍‌ ସୁରଜ ପୁରୋହିତ ଏବଂ ଆଲୋକ ସାମନ୍ତଙ୍କୁ ବିଭିନ୍ନ ଭୂମିକାରେ ଦେଖିବାକୁ ମିଳିବ।

Share