ନୂଆ ଓଡ଼ିଆ ସିନେମା ‘ଦୁଇ ଦୁଣେ ପାଞ୍ଚ’: ଭିନ୍ନ ଭୂମିକାରେ ହରିହର ଦାଶ, ନାୟିକା ସାଜିଛନ୍ତି ସ୍ଥିତପ୍ରଜ୍ଞା

ଦୁଇ ଦୁଣେ କ’ଣ ପାଞ୍ଚ ହୋଇପାରେ ? ଏହା ନିଶ୍ଚୟ ଏକ ଉଦ୍ଭଟ ଚିନ୍ତାଧାରା। ହେଲେ କେତେକେ ଏହାକୁ ‘ଦୁଇ ଦୁଣେ ପାଞ୍ଚ’ ବୋଲି ପ୍ରମାଣ କରିବାକୁ ଚେଷ୍ଟାରତ। ସେମାନେ କିଏ ଆଉ କ’ଣ ପାଇଁ ଏଭଳି ଚିନ୍ତାଧାରା ଆପଣେଇଛନ୍ତି ଆଉ ତାହା ଦ୍ୱାରା କେଉଁମାନେ ପ୍ରଭାବିତ ହେଉଛନ୍ତି ତାହା ଜାଣିବେନି ? କାହାଣୀ ଅନୁସାରେ ଆଜିକାଲି ଦୁନିଆରେ କ୍ଷମତା ମୋହରେ ଧରାକୁ ସରା ମଣୁଥିବା କେତେକ ନେତା ସାଧାରଣ ଜନତାଙ୍କୁ ହଇରାଣ କରୁଛନ୍ତି। ଏହାବ୍ୟତୀତ ଚିଟଫଣ୍ଡ ମାୟାଜାଲରେ ଫସି ଅନେକ ଜନତା ସେଥିରୁ ମୁକୁଳିବାକୁ ଚାହୁଁଛନ୍ତି। ଠିକ୍‌ ସେତିକି ବେଳେ ଏପରି ସମସ୍ୟାର ସମ୍ମୁଖୀନ ହୋଇଥିବା ରାଜୁ ସାହସର ସହ ଆଗକୁ ବାହାରିଛି। ହେଲେ ନିଜର ଲକ୍ଷ୍ୟ ପଥରେ ସେ ପହଞ୍ଚତ୍ ପାରୁଛନ୍ତି ତ ? ସାଧାରଣ ଜନତା ସେପରି ନେତାଙ୍କୁ କିପରି ସାମନା କରୁଛନ୍ତି। ଏପରି ବିଷୟବସ୍ତୁକୁ ନେଇ ନିର୍ମିତ ହୋଇଛି ନୂଆ ଓଡ଼ିଆ ସିନେମା ‘ଦୁଇ ଦୁଣେ ପାଞ୍ଚ’। ଚଳଚ୍ଚିତ୍ରଟି ହେଲା ‘ଦୁଇ ଦୁଣେ ପାଞ୍ଚ’। ଏ ସମ୍ପର୍କରେ ଏହି ସିନେମାର କାହାଣୀ-ଚିତ୍ରନାଟ୍ୟ-ସଂଳାପ ରଚୟିତା ତଥା ନିର୍ଦ୍ଦେଶକ ସରୋଜ ମହାପାତ୍ର କହନ୍ତି, ‘ଏହି କାହାଣୀ ସାମ୍ପ୍ରତିକ ଘଟଣା ଉପରେ ଆଧାରିତ ହେଲେ ମଧ୍ୟ ସେଥିରେ ଅନେକ ନୂତନତ୍ୱ ରହିଛି। ଦୃଶ୍ୟାୟନ ସମୟରେ ତାହା କିପରି ଦର୍ଶକଙ୍କ ମନକୁ ଛୁଇଁପାରିବ ସେ ନେଇ ଯଥା ସମ୍ଭବ ଚେଷ୍ଟା କରାଯାଇଛି ଏବଂ ଫିଲ୍ମଟି ସେମାନଙ୍କୁ ନିଶ୍ଚୟ ପ୍ରଭାବିତ କରିବ ବୋଲି ଆଶା ରହିଛି।’ ହରେକୃଷ୍ଣ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ତଥା ରାଧେଶ୍ୟାମ ମିଶ୍ରଙ୍କ ଦ୍ୱାରା ପ୍ରଯୋଜିତ ଏହି ସିନେମାରେ ଡ୍ୟାନ୍ସର ହରିହର ଦାଶ ଏକ ଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ଏବଂ ଏଥିରେ ତାଙ୍କର ନାୟିକା ସାଜିଛନ୍ତି ସ୍ଥିତପ୍ରଜ୍ଞା। ଏମାନଙ୍କ ବ୍ୟତୀତ ଜୀବନ ପଣ୍ଡା, ସ୍ବର୍ଗତ ସଲିଲ ମିତ୍ର, ବିଜୁ ବଡଜେନା ଏବଂ ଅଶ୍ରୁମୋଚନ ମହାନ୍ତି ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି। ଏଥିରେ ସଂଯୋଜିତ ଗୀତଗୁଡିକୁ ବାପୁ ଗୋସ୍ବାମୀ ରଚନା କରିଥିବା ବେଳେ ସ୍ବର ସଂଯୋଜନା କରିଛନ୍ତି ଶଶାଙ୍କ ଶେଖର।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରା ଜଗତରେ ପାଦ ଥାପିବେ ବଲିଉଡ୍‌ର ଏହି ସୁପରଷ୍ଟାର, ସୂଚନା ଦେଇ ରାଣୀ ପଣ୍ଡା କହିଲେ ଖୁବ୍‌ଶୀଘ୍ର ମୋ’ ଯାତ୍ରାରେ…

ଭୁବନେଶ୍ୱର,୫ା୪: ଯାତ୍ରା ଅଭିନେତ୍ରୀରୁ ମାଲିକାଣୀ ପାଲଟିଥିବା ରାଣୀ ପଣ୍ଡା ଯାତ୍ରାଜଗତକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବଲିଉଡ୍‌ର ଜଣେ ସୁପରଷ୍ଟାର ତାଙ୍କ ଯାତ୍ରା…

ସ୍ବାମୀଙ୍କୁ ନେଇ ଏମିତି କହିଦେଲେ ଆଲିଆ

ବଲିଉଡ୍‌ ଅଭିନେତା ରଣବୀର କପୁର ଆଜିକାଲି ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ରାମାୟଣ’ରେ ଭଗବାନ ରାମଙ୍କ ପ୍ରଥମ ଝଲକ ରିଲିଜ୍‌ ହୋଇଛି। ଦର୍ଶକ ରଣବୀରଙ୍କୁ…

ଭୟରେ ଏମିତି କାମ କରିଦେଲେ ଅକ୍ଷୟ କୁମାର

ବହୁପ୍ରତୀକ୍ଷିତ ହରର କମେଡି ‘ଭୂତ ବଙ୍ଗଳା’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଦର୍ଶକ ମଧ୍ୟ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ‘ଭୂତ ବଙ୍ଗଳା’ର ଟିଜର ସାଉଁଟିଛି ଚର୍ଚ୍ଚା।…

କ୍ରିକେଟର୍‌ଙ୍କ ଅଭିଯୋଗରେ ଏହି ଅଭିନେତ୍ରୀଙ୍କୁ ବାନ୍ଧିଲା ପୋଲିସ: ପଛରେ ରହିଛି ଏମିତି କାରଣ

କଲମ୍ବୋ,୨।୪: ଶ୍ରୀଲଙ୍କାର କ୍ରିକେଟର ଭାନୁକା ରାଜପକ୍ଷେ ଅଭିନେତ୍ରୀ ହର୍ଷି ରସାଙ୍ଗାଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ଏହା ପରେ ପୋଲିସ ତାଙ୍କୁ ଗିରଫ କରିଛି। ଏହି ମାମଲା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଯୁଦ୍ଧ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ଶାହରୁଖ ଖାନ୍‌: ସିନେ ଇଣ୍ଡଷ୍ଟ୍ରିରେ ପଡ଼ିଗଲା ଚହଳ

ମଧ୍ୟପ୍ରାଚରେ ଚାଲିଥିବା ଯୁଦ୍ଧ ସାରା ବିଶ୍ୱରେ ପ୍ରଭାବ ପକାଇଛି। କେବଳ ଘରୋଇ ବଜାରରେ ନୁହେଁ ବରଂ ସିନେ ଇଣ୍ଡଷ୍ଟ୍ରିରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବଲିଉଡ…

କପୁର ପରିବାରରେ ଖୁସିର ଲହରୀ, ଅଜା ହେଲେ ଅନିଲ କପୁର

ମୁମ୍ବାଇ: ଅଭିନେତ୍ରୀ ସୋନମ କପୁର ତାଙ୍କ ସ୍ବାମୀ ଆନନ୍ଦ ଆହୁଜାଙ୍କ ସହ ତାଙ୍କର ଦ୍ୱିତୀୟ ସନ୍ତାନ, ଏକ ଶିଶୁପୁତ୍ରକୁ ସ୍ବାଗତ କରିଛନ୍ତି। ଇନଷ୍ଟାଗ୍ରାମରେ ଏହି ଖୁସି ଖବର…

ଦୁଃଖ ବଖାଣିଲେ ବରୁଣ ଧାୱନ: ଝିଅ ଲାରାଙ୍କୁ ହୋଇଛି…

ଅଭିନେତା ବରୁଣ ଧାୱନ ଇଣ୍ଡଷ୍ଟ୍ରିର ସବୁଠାରୁ ନିର୍ଭରଯୋଗ୍ୟ ଅଭିନେତା ଭାବରେ ଉଭା ହୋଇଛନ୍ତି। ଆଜିକାଲି ସେ ତାଙ୍କର ବ୍ଲକବଷ୍ଟର ଓ୍ବାର୍‌ ଡ୍ରାମା ଫିଲ୍ମ ‘ବର୍ଡର ୨’ର ସଫଳତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri