ନୂଆବର୍ଷ ସେଲିବ୍ରେଟ କରିବାକୁ ଗୋଆରେ ପହଞ୍ଚିଲେ ମଲାଇକା

ମୁମ୍ବାଇ: ଆଉ କିଛି ସମୟ ପରେ ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆବର୍ଷକୁ ସ୍ବାଗତ କରାଯିବ। ଏଥିପାଇଁ ଗାଁରୁ ସହର ଚଳଚଞ୍ଚଳ ହୋଇପଡ଼ିଛି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ୍‌ ସେଲିବ୍ରିଟି ନୂଆବର୍ଷକୁ ପାଳିବା ପାଇଁ ନିଜ ନିଜ ପସନ୍ଦର ସ୍ଥାନ ଚୟନ କରିସାରିଛନ୍ତି। ଇତିମଧ୍ୟରେ ନୂଆବର୍ଷକୁ ସ୍ବାଗତ କରିବା ପାଇଁ ବଲିଉଡ୍‌ ଷ୍ଟାଇଲ୍‌ ଦିବା ମଲାଇକା ଅରୋରା, ଭଉଣୀ ଅମୃତା ଓ କିଛି ସାଙ୍ଗଙ୍କ ସହ ଗୋଆରେ ପହଞ୍ଚିଛନ୍ତି। ପହଞ୍ଚିବା ମାତ୍ରେ ଦୁଇ ଭଉଣୀ ପାର୍ଟି ଆରମ୍ଭ କରିଦେଇଛନ୍ତି। ଏନେଇ ଅମୃତା ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି। ଏଥିସହ ସେ କ୍ୟାପଶନ୍‌ରେ ଲେଖିଛନ୍ତି ‘ଗୋଆ ଟାଇମ୍ସ’ ଯେଉଁଥିରେ ଅମୃତା ଓ ତାଙ୍କ ସ୍ବାମୀ, ଭଉଣୀ ମଲାଇକା ଓ କିଛି ସାଙ୍ଗ ଏନ୍‌ଜୟ କରୁଥିବା ଦେଖିବାକୁ ମିଳିଛି। ଏହି ଫଟୋରେ ମଲାଇକା ବେଶ୍‌ ସୁନ୍ଦର ଦେଖାଯାଉଛନ୍ତି। ଗୋଆର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Share