CORONAVIRUS UPDATE: ନୂଆପଡ଼ାରେ ଆଉ ୧୨ କରୋନା ପଜିଟିଭ ଚିହ୍ନଟ

ନୂଆପଡା ଅଫିସ,୨୯ା୫- ଶୁକ୍ରବାର ନୂଆପଡା ଜିଲାରେ ଆଉ ୧୨ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ା ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୬ରେ ପହଞ୍ଚତ୍ଛି ା ଚିହ୍ନଟ ୧୨ ନୂଆ ରୋଗୀଙ୍କ ମଧ୍ୟରୁ ନୂଆପଡ଼ା ଏନଏସି ଅଞ୍ଚଳରେ ଥିବା ବସଷ୍ଟାଣ୍ଡ ନିକଟସ୍ଥ ୟୁଜିଏମଇ ସ୍କୁଲ ଟିଏମସିରୁ ୨, ଖଡିଆଳ ବ୍ଲକ ଦୋହେଲପଡା ଟିଏମସିରୁ ୪, ସିନାପାଲି ବ୍ଲକ ନିଲଜି, ଗଣ୍ଡାବାହାଲି ଏବଂ ଘୁଚାଗୁଡା ଟିଏମସିରୁ ଜଣେ ଲେଖାଏ, ବୋଡେନ ଯୁକ୍ତ ୩ କଲେଜର ଟିଏମ୍‌ସିରୁ ଜଣେ ଏବଂ ହାଇସ୍କୁଲ ଟିଏମସିରୁ ୨ଜଣ ରହିଛନ୍ତି ବୋଲି ଜିଲାପାଳ ମଧୁସ୍ମିତା ସାହୁ ସୂଚନା ଦେଇଛନ୍ତି ା ଏମାନଙ୍କ ମଧ୍ୟରୁ ଜଣେ ହାଇଦ୍ରାବାଦରୁ ଆସିଥିବାବେଳେ ବାକି ୧୧ଜଣଙ୍କ ମହାରାଷ୍ଟ୍ର ଲିଙ୍କ୍‌ ରହିଛି ା ସମସ୍ତଙ୍କୁ ବଲାଙ୍ଗୀରସ୍ଥିତ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ା ସଂପୃକ୍ତ ଟିଏମସି ପରିସରକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି ବୋଲି ଜିଲାପାଳ କହିଛନ୍ତି ା