Categories: ଫୁରସତ

ନୀଳ ରାସ୍ତା

ରାସ୍ତାର ରଙ୍ଗ ସମସ୍ତେ କଳା ହିଁ ଜାଣନ୍ତି। ହେଲେ ନିକଟରେ କତ୍ତାରର ଦୋହାରେ ଦେଖିବାକୁ ମିଳିଥିଲା ନୀଳ ରଙ୍ଗର ରାସ୍ତା। କାରଣ ଏହାର ସମସ୍ତ ରାସ୍ତାକୁ ନୀଳ ରଙ୍ଗରେ ରଙ୍ଗାଯାଉଛି। ଆଉ ଏହା ପଛର କାରଣ ହେଉଛି ତାପମାତ୍ରା ନିୟନ୍ତ୍ରଣ କରିବା। ନୀଳ ରଙ୍ଗ କରିବା ପରେ ତାପମାତ୍ରାରେ କିଭଳି ପରିବର୍ତ୍ତନ ଆସୁଛି ଜାଣିବା ପାଇଁ ସେନ୍ସର ବି ଲଗାଯାଇଛି। ବୈଜ୍ଞାନିକଙ୍କ ମତରେ କଳା ରଙ୍ଗ ଅପେକ୍ଷା ନୀଳରଙ୍ଗର ରାସ୍ତା ସୂର୍ଯ୍ୟର ରେଡିଏଶନ୍‌କୁ ୫୦% କମେଇଦେଇଥାଏ। ଏହାପୂର୍ବରୁ ଲସ୍‌ଆଞ୍ଜେଲସ୍‌, ମକ୍କା ଓ ଟୋକିଓର ରାସ୍ତା ବି ନୀଳ ରଙ୍ଗରେ ରଙ୍ଗାଯାଇଛି।

Share