ନୀଳାଚଳ କାରଖାନାରେ ଫୁସ୍‌ଫୁସ୍‌ ଜନିତ ରୋଗରେ ଆକ୍ରାନ୍ତ ମାମଲା: ଏସ୍‌ଆର୍‌ଏଲ୍‌ ତଥ୍ୟ ଭୁଲ ଥିଲା

ଯାଜପୁର ଅଫିସ, ୯ା୬- କଳିଙ୍ଗନଗର ଶିଳ୍ପାଞ୍ଚଳସ୍ଥିତ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ(ଏନ୍‌ଆଇଏନ୍‌ଏଲ୍‌)ରେ କାର୍ଯ୍ୟରତ ୪୦ବର୍ଷରୁ କମ୍‌ ନିୟମିତ କର୍ମଚାରୀଙ୍କ ମଧ୍ୟରୁ ପ୍ରାୟ ୭୮ପ୍ରତିଶତ ଫୁସ୍‌ଫୁସ୍‌ ଜନିତ ରୋଗ (ଆରଏଲଡି-ରେଷ୍ଟ୍ରିକ୍ଟିଭ ଲଙ୍ଗ୍‌ସ ଡିଜିଜ) ରେ ଆକ୍ରାନ୍ତ ଥିବା ଏସ୍‌ଆର୍‌ଏଲ୍‌ ପାଥୋଲାବ ଦେଇଥିବା ରିପୋର୍ଟ ଭୁଲ ଥିଲା ବୋଲି ଏନ୍‌ଆଇଏଲ୍‌ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସ୍ବାସ୍ଥ୍ୟ ପରୀକ୍ଷା ସମୟରେ ଏସ୍‌ଆର୍‌ଏଲ୍‌(ସୁପର ରେଲିଗେୟାର ଲାବୋରେଟୋରୀ)ର ପିଏଫଟି (ସ୍ପାଇରୋମେଟ୍ରିକ ନାମକ ଏକ ଯନ୍ତ୍ର)ରେ ଅସ୍ବାଭାବିକ ଫଳାଫଳ ବାହାରୁଥିଲା ବୋଲି ଏନ୍‌ଆଇଏନଏଲର ଜେନେରାଲ ମ୍ୟାନେଜର ସିରିଶ ମହାପାତ୍ର ଏକ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି। ବିଜ୍ଞପ୍ତିରେ ସେ ଆହୁରି ଦର୍ଶାଇଛନ୍ତି ଯେ, କଳିଙ୍ଗନଗର ଶିିଳ୍ପାଞ୍ଚଳରେ ବାର୍ଷିକ ୧.୧ ମିଲିୟନ ଟନ୍‌ କ୍ଷମତା ବିଶିଷ୍ଟ ସମନ୍ବିତ ଷ୍ଟିଲ ପ୍ଲାଣ୍ଟରେ ପ୍ରାୟ ୩,୫୦୦ କର୍ମଚାରୀ ଓ ଶ୍ରମିକ କାର୍ଯ୍ୟରତ। ଏମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ନିୟମିତ ବ୍ୟବଧାନରେ କରାଯାଇଥାଏ। ୨୦୧୮-୧୯ ଆର୍ଥିକ ବର୍ଷରେ ଏସ୍‌ଆର୍‌ଏଲ୍‌କୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଦାୟିତ୍ୱ ଦିଆଯାଇଥିଲା। ଏହି ସ୍ବାସ୍ଥ୍ୟ ପରୀକ୍ଷା ୨୦୧୮ ଜୁନ୍‌ ଓ ଜୁଲାଇ ମାସରେ ହୋଇଥିଲା। ଆରଏଲଡି ପାଇଁ ପିଏଫ୍‌ଟି ପରୀକ୍ଷା ପ୍ରାଥମିକ ଭାବେ ହୋଇଥାଏ। ତେଣୁ ପୁନର୍ବାର ପିଏଫ୍‌ଟି ପରୀକ୍ଷା କରିବାକୁ ଏସଆର୍‌ଏଲ୍‌ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ଏପରି କି ଏଓ୍‌ଆର୍‌ଏଲ୍‌କୁ ପ୍ରାପ୍ୟ ପ୍ରଦାନ କରାଯାଇ ନାହିଁ । ତେଣୁ ଏନେଇ କୌଣସି ତଥ୍ୟ କିମ୍ବା ଦସ୍ତାବିଜ ଅମୂଳକ ଭାବେ ଗ୍ରହଣ କରାଯାଇପାରେ ବୋଲି ଏନ୍‌ଆଇଏନ୍‌ଏଲ୍‌ କର୍ତ୍ତୃପକ୍ଷ ନିଜର ସ୍ପଷ୍ଟୀକରଣରେ ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ କାରଖାନା ପରିସରରେ ପ୍ରଦୂଷଣ ସମ୍ପର୍କରେ ଜାଣିବାକୁ ଏୟାର ଏମ୍ବିନେଣ୍ଟ କ୍ବାଲିଟି ମନିଟରିଂ ଷ୍ଟେଶନ ଏବଂ କଣ୍ଟିନିୟସ ଏମିସନ ମନିଟରିଂ ଷ୍ଟେଶନ ସ୍ଥାପନ ହୋଇଛି। ଏହା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସପିସିବି)ର ଯନ୍ତ୍ର ସହିତ ସଂଯୋଗ ହୋଇଛି ା ଏସ୍‌ପିସିବି କର୍ତ୍ତୃପକ୍ଷ ଏନ୍‌ଆଇଏନ୍‌ଏଲ୍‌ ସହିତ ଯୋଗାଯୋଗରେ ରହି ପ୍ରଦୂଷଣ ମାନ ଉପରେ ସନ୍ତୁଷ୍ଟ ଅଛନ୍ତି ବୋଲି ଜେନେରାଲ ମ୍ୟାନେଜର ମହାପାତ୍ର କହିଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ, ଏସ୍‌ଆରଏଲ୍‌ ଏକ ଅର୍ନ୍ତଜାତୀୟ ଲାବୋରେଟୋରୀ ସଂସ୍ଥା। ସାରା ଭାରତ ବର୍ଷରେ ଏହାର ୩୬୮ଟି ଶାଖା ରହିଥିବାବେଳେ ୫ହଜାରରୁ ୧୦ ହଜାର କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଏହାର ମୁଖ୍ୟ କାର୍ଯ୍ୟାଳୟ ଗୁରୁଗ୍ରାମ୍‌ରେ ରହିଛି। ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାରେ ନିୟୋଜିତ କର୍ମଚାରୀଙ୍କ ବୃତ୍ତିଗତ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଏସଆରଏଲକୁ ପ୍ରାଧାନ୍ୟ ଦିଆଯାଇଥାଏ। ଏଠାରେ ପ୍ରଶ୍ନ ଉଠୁଛି ଯେ, ଗତ ବର୍ଷ ଜୁନ୍‌ ଓ ଜୁଲାଇରେ ହୋଇଥିବା ବୃତ୍ତିଗତ ସ୍ବାସ୍ଥ୍ୟ ପରୀକ୍ଷାରେ ଯଦି ଏଭଳି ତ୍ରୁଟି ରହିଥିଲା, ତେବେ ଏଯାବତ ୨ୟ ଥର ପାଇଁ କର୍ମଚାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କାହିଁକି କରାଯାଇ ନାହିଁ। ଯାହାକି କର୍ମଚାରୀମାନଙ୍କ ସ୍ବାସ୍ଥ୍ୟଗତ ସମସ୍ୟାକୁ ବଢ଼ାଉଛି ବୋଲି ଅନେକ ନିଜ ନାମ ଗୋପନ ରଖି ପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଧରିତ୍ରୀରେ ଗତ ୭ତାରିଖରେ ୭୮ପ୍ରତିଶତ କର୍ମଚାରୀ ଫୁସ୍‌ଫୁସ୍‌ ଜନିତ ରୋଗରେ ଆକ୍ରାନ୍ତ ଶୀର୍ଷକ ଖବର ପ୍ରକାଶ ପାଇଥିଲା। ଏଥିରେ ଏନ୍‌ଆଇଏନ୍‌ଏଲ୍‌ର ସମୁଦାୟ ୧୮୭ଜଣ କର୍ମଚାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷାରୁ ୧୪୭ଜଣ ଫୁସଫୁସ ଜନିତ ରୋଗରେ ଆକ୍ରାନ୍ତ ହୋଇଥିବା ତଥ୍ୟ ଭିତ୍ତିକ ରିପୋର୍ଟ ପ୍ରକାଶ ପାଇଥିଲା ା ମାତ୍ର ଏସ୍‌ଆର୍‌ଏଲ୍‌ର ପିଏଫଟି ଯନ୍ତ୍ରରେ ତ୍ରୁଟି ରହିଥିବାରୁ ଭୁଲ୍‌ ରିପୋର୍ଟ ପ୍ରକାଶ ପାଇଥିବା ଏନ୍‌ଆଇଏନ୍‌ଏଲ୍‌ କର୍ତ୍ତୃପକ୍ଷ ପରୋକ୍ଷରେ ସୂଚନା ଦେଇଛନ୍ତି । ଏନେଇ ଏସ୍‌ଆର୍‌ଏଲ୍‌ର ମାର୍କେଟିଂ ଅଫିସର ସୁଶିଲ କୁମାର ପ୍ରଧାନଙ୍କୁ ପଚାରିବାରେ ସେ କହିଛନ୍ତି ଯେ, ଏନ୍‌ଆଇଏନ୍‌ଏଲ୍‌ ତରଫରୁ ସେମାନଙ୍କ ନିକଟକୁ ୨ୟ ଥର ବୃତ୍ତିଗତ ସ୍ବାସ୍ଥ୍ୟ ପରୀକ୍ଷା କରିବା ପାଇଁ ଯୋଗାଯୋଗ କରାଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କୁମାର ପୂର୍ଣ୍ଣିମା, ଗଜଲକ୍ଷ୍ମୀ ପୂଜା ତାରିଖକୁ ନେଇ ଦ୍ୱନ୍ଦ୍ୱ

ଭୁବନେଶ୍ୱର,୫ା୧୦: ଓଡ଼ିଶାରେ ପାରମ୍ପରିକ ଭାବେ ଗୋଟିଏ ଦିନରେ ପାଳନ କରାଯାଉଥିବା କୁମାର ପୂର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜାର ତାରିଖକୁ ନେଇ ଚଳିତ ଦ୍ୱନ୍ଦ୍ୱ ଦେଖାଦେଇଛି। କ୍ୟାଲେଣ୍ଡରରେ...

ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ଧର୍ମପତ୍ନୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ବରଗଡ଼,୫ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଜଣାଶୁଣା ରାଜନେତା, ବିରୋଧୀ ଦଳ ଉପନେତା, ରେଢ଼ାଖୋଲ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ, ପୂର୍ବତନ ଏମ୍‌ପି ପ୍ରସନ୍ନ ଆଚାର୍ଯ୍ୟଙ୍କ ଧର୍ମପତ୍ନୀ ଚାରୁଶୀଳା...

ଜିଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର: ସମସ୍ୟାର ତ୍ୱରିତ୍‌ ସମାଧାନ ନିର୍ଦ୍ଦେଶ

ସୋହେଲା,୧୯।୫(ଅଶ୍ବିନୀ ପାତ୍ର):ବରଗଡ ଜିଲା ସୋହେଲା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସୋମବାର ଜିଲାପାଳ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।...

କବାଟ ଭାଙ୍ଗି ଘରୁ ସୁନାଗହଣା, ଟଙ୍କା ଚୋରି

ଦିଗପହଣ୍ଡି,୯ା୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହର ଗୁଡ଼ିଆଗଳି ବାସିନ୍ଦା ସୁଦର୍ଶନ ସାହୁଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୪୦ ହଜାର ଟଙ୍କା ଏବଂ ବହୁ ପରିମାଣର ସୁନାଗହଣା...

ସୌଜନ୍ୟ ବଦଳରେ ସ୍ବଜନ୍ୟ ଲେଖାକୁ ନେଇ ଉଦବେଗ ପ୍ରକାଶ କଲେ ପର୍ଯ୍ୟଟକ

ଦାରିଙ୍ଗବାଡି, ୨୯।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଓଡିଶାର କାଶ୍ମୀର ଭାବେ ବହୁ ପରିଚିତ। ଦୈନିକ ଶହ ଶହ ପର୍ଯ୍ୟଟକ ଦାରିଙ୍ଗବାଡିକୁ ବୁଲିବାକୁ ଆସୁଛନ୍ତି...

ଟଙ୍କା ନ ଦେବାରୁ ସ୍ତ୍ରୀଙ୍କୁ କରିଥିଲେ ହତ୍ୟା: କୋର୍ଟ ଶୁଣାଇଲେ ଆଜୀବନ କାରାଦଣ୍ଡ 

ଭଞ୍ଜନଗର,୨୨।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା  ଭଞ୍ଜନଗର ଥାନା ଅନ୍ତର୍ଗତ ଆଖୁପଦର ଗ୍ରାମର ଗୀତାଞ୍ଜଳୀ ମୁଳିଙ୍କୁ ତାଙ୍କ ସ୍ବାମୀ ରାଜୁ ମୁଳିି ୨୦୨୩ ମସିହା ମେ ମାସ...

ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ନେଇ ଯାଉଥିବା ବୋଲେରୋ ଧକ୍କାରେ ଚାଲିଗଲା ସାଇକେଲ ଆରୋହୀଙ୍କ ଜୀବନ

ରାଜନଗର,୨୧ା୨( ଭାସ୍କର ରାଉତରାୟ ): ମାଟ୍ରିକ ପିଲାଙ୍କୁ ନେଇ ପରୀକ୍ଷାକେନ୍ଦ୍ରକୁ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏକ ବୋଲେରୋ। ଫଳରେ ବୋଲେରୋରେ ଥିବା ୧୧ ପରୀକ୍ଷାର୍ଥୀ...

ଅଟୋ ଚଲାଇଲେ ମନ୍ତ୍ରୀ, ବସିଲେ ଏମ୍‌ଏଲ୍‌, ଏମ୍‌ପି

ଗଜପତି,୭।୧୧(ଗିରିଧାରୀ ପରିଛା): ଦିନିକିଆ ଗଜପତି ଜିଲା ଗସ୍ତରେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ  ଗକୁଳ ମଲ୍ଲିକ। ୨ଦିନ ଧରି ପ୍ରଶାସନିକ ତରଫରୁ ଆୟୋଜିତ ମତ୍ସ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri