ନୀଳାଚଳ ଇସ୍ପାତରୁ ପୁଞ୍ଜି ପ୍ରତ୍ୟାହାର ପ୍ରସଙ୍ଗ: ପୁଞ୍ଜି ଲଗାଇ ପୁନରୁଦ୍ଧାର କରାଯାଇପାରନ୍ତା: ଶ୍ରୀକାନ୍ତ

ଭୁବନେଶ୍ୱର,୧୩ା୧(ବ୍ୟୁରୋ) କେନ୍ଦ୍ର କ୍ୟାବିନେଟ୍‌ ନିକଟରେ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍‌ (ଏନ୍‌ଆଇଏନ୍‌ଏଲ୍‌)ରୁ ଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକର ଅଂଶଧନରୁ ପୁଞ୍ଜି ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ନେଇଛି। କେନ୍ଦ୍ରର ଏହି ପଦକ୍ଷେପକୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ରବିବାର ସମାଲୋଚନା କରିଛନ୍ତି। ଏକ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି ଯେ, ସରକାର ଚାହିଁଥିଲେ ପୁଞ୍ଜି ଲଗାଇ ଏହି ଉଦ୍ୟୋଗର ପୁନରୁଦ୍ଧାର କରିପାରିଥାନ୍ତେ। ହେଲେ କେନ୍ଦ୍ର ପୁଞ୍ଜି ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନେଇଛି। ଏହା ଅପରାଗତାର ପ୍ରମାଣ ବୋଲି ଶ୍ରୀକାନ୍ତ ଅଭିଯୋଗ କରିଛନ୍ତି। ପୁଞ୍ଜି ପ୍ରତ୍ୟାହାର ବାହାନାରେ କେନ୍ଦ୍ର ସରକାର ଏହାକୁ ପରୋକ୍ଷରେ ବିକି ଦେବା ପାଇଁ ବାଟ ପ୍ରଶସ୍ତ କରିଛନ୍ତି। ଦୁଃଖର ବିଷୟ ରାଜ୍ୟ ସରକାର କେନ୍ଦ୍ରର ଏହି ନିଷ୍ପତ୍ତିକୁ ମୁଣ୍ଡପାତି ସହି ନେଇଛନ୍ତି। ପ୍ରତିବାଦ କରିବା ପରିବର୍ତ୍ତେ ସରକାର ରାଜ୍ୟ ବିରୋଧରେ ଚାଲିଥିବା ଷଡ଼ଯନ୍ତ୍ରରେ ଭାଗୀଦାର ହୋଇଛନ୍ତି ବୋଲି ଶ୍ରୀକାନ୍ତ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ବର୍ତ୍ତମାନ ନୀଳାଚଳ ଇସ୍ପାତର ଉପତ୍ାଦନ କ୍ଷମତା ବାର୍ଷିକ ୧.୧ ନିୟୁତ ଟନ୍‌ ରହିଛି। ଏହାକୁ ୧୦ନିୟୁତକୁ ବୃଦ୍ଧି କରାଯିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଉଛି। ଦକ୍ଷତା ବୃଦ୍ଧି ପାଇଁ ପୁଞ୍ଜି ପ୍ରତ୍ୟାହାର ଏକମାତ୍ର ମାଧ୍ୟମ ନୁହେଁ। ସରକାର ଚାହିଁଥିଲେ ଆର୍ଥତ୍କ ସହାୟତା ନେଇ ଏହି ସଂସ୍ଥାର ପୁନରୁଦ୍ଧାର କରିପାରିଥାନ୍ତେ। ୧୯୯୬ ମସିହାରେ ସେ କେନ୍ଦ୍ର କ୍ୟାବିନେଟ୍‌ରେ ମନ୍ତ୍ରୀ ଥିବା ସମୟରେ ୧୨୦କୋଟି ଟଙ୍କାର ଆର୍ଥିକ ସହାୟତା ଦେଇଥିଲେ। ଫଳସ୍ବରୂପ ଏହାର ଉପତ୍ାଦନ ବୃଦ୍ଧି ଘଟିଥିଲା। ନରେନ୍ଦ୍ର ମୋଦିଙ୍କ ସରକାର ଶାସନକୁ ଆସିବା ପରଠୁ ଉଦ୍ଦେଶ୍ୟମୂଳକ ଭାବେ ଏହି ସଂସ୍ଥାକୁ ରୁଗ୍‌ଣ ଦର୍ଶାଇ ବିକିଦେବା ପାଇଁ ମସୁଧା ଆରମ୍ଭ ହୋଇଯାଇଥିଲା। ୨୦୧୩ ମସିହାରେ ଏନ୍‌ଆଇଏନ୍‌ଏଲ୍‌କୁ ସୁନ୍ଦରଗଡ଼ର କେପ୍‌ଟିଭ୍‌ ମାଇନ୍ସ ମିଳିଥିଲା। ୬ବର୍ଷରୁ ଅଧିକ ସମୟ ବିତିଗଲାଣି, ହେଲେ କେନ୍ଦ୍ର ସରକାର ଏହି ଖଣିକୁ ପରିବେଶ ମଞ୍ଜୁରୀ ଦେଉନାହାନ୍ତି। ଫଳରେ ବଜାର ଦରଠାରୁ ଅଧିକ ଦରରେ ଲୁହାପଥର କିଣୁଛି। ତଥାପି ଏନ୍‌ଆଇଏନ୍‌ଏଲ୍‌ ଲାଭ କରୁଛି। ଗତ ବର୍ଷ ୨୧୦୦ କୋଟି ଟଙ୍କାର ବ୍ୟବସାୟ କରିଛି। କୌଣସି ଗୋଟିଏ ବର୍ଷ କୌଣସି ଏକ ଶିଳ୍ପ ସଂସ୍ଥା ଯଦି କ୍ଷତି କରୁଛି, ତେବେ ତାକୁ ବନ୍ଦ କରିଦେବା ବିକଳ୍ପ ନୁହେଁ ବୋଲି ଶ୍ରୀକାନ୍ତ କହିଛନ୍ତି। ସେହିଭଳି ରାଜ୍ୟ ସରକାର ୩୯ ପ୍ରତିଶତ ଅଂଶଧନର ପୁଞ୍ଜି ପ୍ରତ୍ୟାହାର ପାଇଁ ରାଜି ହୋଇଛନ୍ତି। ହେଲେ ଓଡ଼ିଶା ଖଣି ନିଗମ(ଓଏମ୍‌ସି)ର ବ୍ୟାଙ୍କ୍‌ରେ ୨ ହଜାର କୋଟି ଟଙ୍କା ରହିଛି। କେବଳ ରାଜ୍ୟ ସରକାର ଚାହିଁଥିଲେ ମଧ୍ୟ ଏନ୍‌ଆଇଏନ୍‌ଏଲ୍‌ର ପୁନରୁଦ୍ଧାର କରିପାରିଥାନ୍ତେ।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ଜୀବନ

କଟିହାର,୧୧ା୪: ବିହାରର କଟିହାର ଜିଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌, ଟ୍ରକ୍‌ ଏବଂ ପିକ୍‌ଅପ୍‌ ମଧ୍ୟରେ ଧକ୍କା ହୋଇ ୧୦ଜଣଙ୍କ ମୃତ୍ୟୁ ଘଟିଥିବା…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

ବାହାରେ ବୁଲିବା ପଡ଼ିଲା ମହଙ୍ଗା

ଗୁଡ଼ାରି,୧୧।୪ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକର ବିଭିନ୍ନ ବିଦ୍ୟାଳୟର ୧୩ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri