ନୀଳରକ୍ତ କଙ୍କଡା ସୁରକ୍ଷା ପାଇଁ ବେଳାଭୂମି ସଫେଇ

ରୂପସା, ୯ା୩(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ବାହାବଳପୁର ସାମୁଦ୍ରିକ ଥାନା ଅନ୍ତର୍ଗତ ବଗଦା ବେଳାଭୂମିରେ ସୋମବାର ସଫେଇ ଅଭିଯାନ ଆରମ୍ଭ ହୋଇଛି। ସମୁଦ୍ରରେ ନୀଳରକ୍ତ କଙ୍କଡାର ସୁରକ୍ଷା ପାଇଁ ବାଲେଶ୍ୱରର ଆସୋସିଏଶନ ଫର ବାୟୋଡାଇଭରସିଟି କଞ୍ଜରଭେଶନ(ଏବିସି), ବଗଦ୍‌ାର ମମତା ଜଙ୍ଗଲ ସୁରକ୍ଷା କମିଟି, ଅମର ଯବାନ ଯୁବ ସଙ୍ଗଠନର ମିଳିତ ଆନୁକୂଲ୍ୟରେ ବେଳାଭୂମିରେ ପ୍ଲାଷ୍ଟିକ ପ୍ୟାକେଟ, ବୋତଲ, ଟୁକୁରା ଜାଲ, ପଲିଥିନ, କାଚ ସମେତ ଅନ୍ୟାନ୍ୟ ଆବର୍ଜନା ସବୁ ପରିଷ୍କାର ପରିଚ୍ଛନ୍ନ କରାଯାଇଥିଲା। ସ୍ଥାନୀୟ ଜନସାଧାରଣଙ୍କୁ ନେଇ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଚିତ୍ରଶିଳ୍ପୀ କେଶୁ ଦାସ ଏହି ସଭାରେ ପୌରୋହିତ୍ୟ କରି ବେଳାଭୂମିର ପରିଚ୍ଛନ୍ନତା ବଜାୟ ରଖିବା ସହ ଏହାକୁ ଏକ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପ୍ରାପ୍ତ ନିମେନ୍ତ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ। ଏବିସିର କୋର୍ଡିନେଟର ବିଜୟ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।