ନୀତି ଆୟୋଗର ଏସିଆଇସି ସେଣ୍ଟର ଶୁଭାରମ୍ଭ କଲେ ଧର୍ମେନ୍ଦ୍ର: ସୃଜନଶୀଳତା କ୍ଷେତ୍ରରେ ନୂଆ ଅଧ୍ୟାୟ ଯୋଡ଼ିବ

ଭୁବନେଶ୍ୱର, ୧।୮(ବ୍ୟୁରୋ): ଅଟଳ କମ୍ୟୁନିଟି ଇନୋଭେସନ ସେଣ୍ଟର (ଏସିଆଇସି) ଦେଶର ସୃଜନଶୀଳତା କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡ଼ିବ। ଅଟଳ କମ୍ୟୁନିଟି ଇନୋଭେସନ ସେଣ୍ଟର ଏପରି ଏକ ମଞ୍ଚ ଯେଉଁଠି ଏକ ପରମ୍ପରାଗତ ସୃଜନଶୀଳ ବ୍ୟକ୍ତିଙ୍କ ନୂତନ ଚିନ୍ତାଧାରାକୁ ଆଧୁନିକତାର ମାର୍କେଟ୍‌ ସହ ଯୋଡିବାର ବ୍ୟବସ୍ଥା କରିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ନୂଆଦିଲ୍ଲୀଠାରେ ନୀତି ଆୟୋଗର ଏସିଆଇସିର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେଇ ଧର୍ମେନ୍ଦ୍ର କହିଛନ୍ତି ଯେ, ଏହି ସେଣ୍ଟର ଦେଶର ଅର୍ଥନୀତି ଓ ରୋଜଗାରକୁ ବଢ଼ାଇବାରେ ବହୁତ ବଡ଼ ମାଧ୍ୟମ ହେବ। ବିନା ଅଟଳ କମ୍ୟୁନିଟି ସେଣ୍ଟରରେ ଭାରତ ୫ ଟ୍ରିଲିୟନ ଅର୍ଥନୀତିରେ ପରିଣତ ହୋଇପାରିବ ନାହିଁ। ଉର୍ଜା ସଂରକ୍ଷଣରେ ଘରୋଇ ଇନୋଭେସନ ଥିବାବେଳେ ଏଥିରେ ରହିଥିବା ନୀତିଗତ ସଂସ୍କାରରେ ସୁଧାର ଆଣିଲେ ଦେଶର ରୋଜଗାର, ଆମଦାନୀ ଓ ପର୍ଯ୍ୟାବରଣରେ ପରିବର୍ତ୍ତନ ଆସିପାରିବ। ସବୁ ପଞ୍ଚାୟତରେ ଏହି ଏସିଆଇସି ସେଣ୍ଟର ହେବାର ଆବଶ୍ୟକତା ରହିଛି। ଆସନ୍ତା ୨୦ ବର୍ଷରେ ଉର୍ଜା ବ୍ୟବହାର କ୍ଷେତ୍ରରେ ଭାରତ ବିଶ୍ୱର ୧ ନମ୍ବର ଦେଶ ହେବ। ସେହି ସମୟରେ ବିକଳ୍ପ ଉର୍ଜାର ସମ୍ବଳ କ’ଣ ଏବଂ କେଉଁଥିରୁ ଉପତ୍ାଦନ ହୋଇପାରିବ ସେନେଇ ଏହି ସେଣ୍ଟର ଅଭିନବ କୌଶଳ ମାଧ୍ୟମରେ ବାହାର କରିବାର ଆବଶ୍ୟକତା ରହିଛି। ଦେଶରେ ୬ ଶହ ମିଲିୟନ ମେଟ୍ରିକ୍‌ ଟନ ନନ୍‌ ଫସିଲାଇଜଡ୍‌ ବାୟୋମାସ କାର୍ବନ ରହିଥିବାବେଳେ ଏହି କମ୍ୟୁନିଟି ସେଣ୍ଟର ନୂତନ ପଦ୍ଧତି ଜରିଆରେ ଏହି ଉର୍ଜାକୁ ବାହାର କରିପାରିବ। ଭାରତରେ ପାଖାପାଖି ୧ କୋଟି ଲୋକ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥାଆନ୍ତି। ଏହି କମ୍ୟୁନିଟି ସେଣ୍ଟର ସେମାନଙ୍କୁ ଯଦି ମାର୍କେଟ ସହ ଯୋଡିବାର ପ୍ରଶିକ୍ଷଣ ବା ଶିକ୍ଷା ପ୍ରଦାନ କରିବ ତେବେ ସେମାନେ ବିକୁଥିବା ୩୦ ଟଙ୍କାର ଦ୍ରବ୍ୟ ୨ଶହ ଟଙ୍କାରେ ବିକାଯାଇପାରିବ। ଫଳରେ ସେମାନେ ଲାଭବାନ ହୋଇପାରିବେ ବୋଲି ସେ କହିଛନ୍ତି। ଗରିବ ଶ୍ରେଣୀର ଲୋକଙ୍କୁ ଏହି ସେଣ୍ଟରରେ ଯୋଡ଼ିବା ନେଇ ନୀତି ଆୟୋଗର ଅଭିନବ ପଦକ୍ଷେପକୁ ଧର୍ମେନ୍ଦ୍ର ଭୂୟସୀ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

ଓଡ଼ିଶା ବଜାରରେ ବିକ୍ରି ହେଉଛି ନିମ୍ନମାନର କ୍ଷୀର, ଆପଣ କିଣୁନାହାନ୍ତି ତ ?

ଭୁବନେଶ୍ବର,୧୮।୨: ରାଜ୍ୟରେ ବିକ୍ରି ହେଉଛି ନିମ୍ନ ମାନର ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ। ଏନେଇ ବୁଧବାର ବିଧାନସଭାରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri