ନିୟମ ମାନି ଘରେ ରହିବାକୁ ଛାତ୍ରୀଛାତ୍ରଙ୍କୁ କୁଳପତିଙ୍କ ପରାମର୍ଶ

ସମ୍ବଲପୁର, ୬।୪ (ବ୍ୟୁରୋ)- ସଂପ୍ରତି ଦେଶରେ କରୋନା କଟକଣା ଲାଗି ରହିଛି । ତେଣୁ ଛାତ୍ରୀଛାତ୍ରଙ୍କ ପାଠପଢ଼ାରେ ମଧ୍ୟ ଅସୁବିଧା ଉପୁଜୁଛି । ଏହାକୁ ଦୃଷ୍ଟିରେ ରଖି ଓଡିଶା ମୁକ୍ତ ବିଶ୍ୱବିଦ୍ୟାଳୟ (ଓଏସଓୟୁ) କୁଳପତି ପ୍ରଫେସର ଶ୍ରୀକାନ୍ତ ମହାପାତ୍ର ସ୍ନାତକୋତ୍ତର ଶେଷ ବର୍ଷର ୨୩୫ ଛାତ୍ରୀଛାତ୍ରଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି । କରୋନା ଭୂତାଣୁର ପ୍ରତିଷେଧକ ଭାବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପରାମର୍ଶକୁ ମାନି ଘରେ ରହିବା ଆବଶ୍ୟକତା ରହିଛି ବୋଲି ପ୍ରଥମେ କୁଳପତି ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଇଛନ୍ତି। କୁଳସଚିବ ଡ. ମାନସରଞ୍ଜନ ପୂଜାରୀଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧ୍ୟାପକ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।