ନିୟମ ମାନିବାକୁ ଲୋକେ ନାରାଜ

ସମ୍ବଲପୁର, ୨।୪ (ବ୍ୟୁରୋ)- ସମ୍ବଲପୁର ସହରରେ ଲକ୍‌ ଡାଉନ ଲାଗି ରହିଛି । ତଥାପି ଜନସାଧାରଣ ଅନେକାଂଶରେ ନିୟମ ମାନୁ ନାହାନ୍ତି । ଘରୁ ବାହାରି ପୋଲିସକୁ ମିଛ କହି ବୁଲୁଛନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି ଗୁରୁବାର ସମ୍ବଲପୁର ସମଲେଇ ଗୁଡି ଛକରେ ଟ୍ରାଫିକ ଯାଞ୍ଚ କଡାକଡି କରାଯାଇଥିଲା। କ୍ଷେତରାଜପୁର ଥାନା ଆଇଆଇସି ମମତା ନାୟକ ଯାଞ୍ଚ ତଦାରଖ କରିଥିଲେ । ଏହା ଯୋଗୁ କ୍ଷେତରାଜପୁର, ବଡବଜାର, ବଙ୍ଗାଳିପଡା ଅଞ୍ଚଳରୁ ଆସୁଥିବା ମହିଳା, ପୁରୁଷ ଫେରି ଯାଉଥିଲେ । ସେମାନେ ସମଲେଶ୍ୱରୀ ମନ୍ଦିର ଛକ ଗଳିରେ ରିଂ-ରୋଡ ବାଟରେ ଯାଉଥିବା ଦେଖିବାକୁ ମିଳିଥିଲା । ଜନସାଧାରଣ ନିଜେ ସଚେତନ ନ ହେଲେ, କରୋନା ଭୂତାଣୁକୁ ପରାଜୟ କରିପାରିବା ନାହିଁ ବୋଲି ଜନସାଧାରଣଙ୍କୁ ପୋଲିସ ଯାଞ୍ଚ ବେଳେ ବୁଝାଉଥିଲା