ନିୟମ ନ ମାନିବାରୁ ୬ ଦୋକାନ ସିଲ୍‌

ଚିତ୍ରକୋଣ୍ଡା,୨୪ା୫(ଡି.ଏନ୍‌.ଏ.)- ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଦୈନିକ ବଜାରରେ ରବିବାର ୫ଟି ଦୋକାନକୁ ପ୍ରଶାସନ ପକ୍ଷରୁ ସିଲ୍‌ କରାଯାଇଛି। ବାରମ୍ବାର ସଚେତନ ପରେ ସମ୍ପୃକ୍ତ ଦୋକାନଗୁଡିକର ବ୍ୟବସାୟୀମାନେ କରୋନା ନିୟମ ମାନିନାହାନ୍ତି। ସେମାନଙ୍କ ଦୋକାନ ସମ୍ମୁଖରେ ସାମାଜିକ ଦୂରତା ରକ୍ଷା ନ କରି ଗହଳି କରି ବ୍ୟବସାୟ କରୁଥିବାରୁ ଅତିରିକ୍ତ ତହସିଲଦାର ଚନ୍ଦ୍ରମଣି ସ୍ବାଇଁଙ୍କ ନେତୃତ୍ୱରେ ବଜାରରେ ଯାଞ୍ଚ ବେଳେ ଧରାପଡ଼ିଥିଲା। ଫଳରେ ସମ୍ପୃକ୍ତ ଦୋକାନଗୁଡ଼ିକ ଉପରେ ଚଢ଼ାଉକରି ସିଲ୍‌ କରାଯାଇଥିଲା। ପରେ ଏହି ଟିମ୍‌ ସାପ୍ତାହିକ ହାଟ, କଲୋନୀ ଅଞ୍ଚଳରେ ଡାକବାଜି ଯନ୍ତ୍ର ଯୋଗେ କରୋନା ସମ୍ପର୍କିତ ସଚେତନତା ବାର୍ତ୍ତା ପ୍ରଚାର କରିଥିଲେ।