Posted inଖେଳ

ନିସର୍ଗ କ୍ଷତିଗ୍ରସ୍ତଙ୍କୁ ଘର ତିଆରି କରିବାରେ ସହାୟତା କଲେ ଏହି ଭାରତୀୟ କ୍ରିକେଟର୍‌

ମୁମ୍ବାଇ, ୧୮।୬- ଚଳିତ ମାସ ପ୍ରାରମ୍ଭରେ ଘୂର୍ଣ୍ଣିଝଡ଼ ‘ନିସର୍ଗ’ ଯୋଗୁ ମହାରାଷ୍ଟ୍ରରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ବିଶେଷ କରି ରାଇଗଡ଼ ଜିଲାର ସମୁଦ୍ର କୂଳିଆ ଅଞ୍ଚଳ ଆଲିବଗ ନିସର୍ଗ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିଲା। ବାତ୍ୟାରେ ଏହି ଅଞ୍ଚଳରେ ଯେଉଁ ଲୋକଙ୍କ ଘର ଭାଙ୍ଗିରୁଜି ଯାଇଥିଲା ସେମାନଙ୍କୁ ଉଦୀୟମାନ ଭାରତୀୟ ଯୁବ କ୍ରିକେଟର୍‌ ପୃଥ୍ବୀ ଶ ପୁନଃନିର୍ମାଣରେ ସହାୟତାର ହାତ ବଢ଼ାଇଛନ୍ତି। ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ବିଜୟୀ ଭାରତୀୟ ଦଳର ଅଧିନାୟକ ସହାୟତାର ହାତ ବଢ଼ାଇ ଯେଉଁ ମାନବିକତାର ପରିଚୟ ଦେଇଛନ୍ତି ସେଥିଲାଗି ତାଙ୍କ ନିକଟକୁ ଚାରିଆଡ଼ୁ ପ୍ରଶଂସା ସୁଅ ଛୁଟିଛି। ଲକ୍‌ ଡାଉନ୍‌ କାରଣରୁ ୨୦ ବର୍ଷୀୟ ପୃଥ୍ବୀ ଗଲା ୨ ମାସ ହେବ ଆଲିବାଗ୍‌ରେ ଫଶି ଯାଇଥିଲେ। ରିପୋର୍ଟ ଅନୁଯାୟୀ ଶ’ ଆଲିବାଗ୍‌ର ଧୋକଓ୍ବାଡେ ଗ୍ରାମବାସୀଙ୍କୁ ଘର ନିର୍ମାଣ ଲାଗି କିଛି ଆର୍ଥିକ ସହାୟତା କରିଛନ୍ତି। କରୋନା ଭାଇରସ୍‌ ଲାଗି ହୋଇଥିବା ଲକ୍‌ ଡାଉନ୍‌ ପାଇଁ ପ୍ରଥମେ ଏହି ଅଞ୍ଚଳର ବାସିନ୍ଦା ଘୋର ସଙ୍କଟ ମଧ୍ୟରେ ଥିଲେ। ବର୍ତ୍ତମାନ ଘୂର୍ଣ୍ଣିଝଡ଼ ନିସର୍ଗ ଯୋଗୁ ଏହି ଅଞ୍ଚଳରେ ବହୁ କ୍ଷୟକ୍ଷତି ହୋଇଛି। ସମାଜ ପ୍ରତି ପ୍ରତିବଦ୍ଧତା ଏବଂ ପରିପକ୍ୱତା ଦେଖି ପୃଥ୍ବୀଙ୍କ ବାପା ଖୁସି ଜାହିର କରିଛନ୍ତି। ପ୍ରାରମ୍ଭିକ ସମୟରେ ପୃଥ୍ବୀ ବହୁତ କଠିନ ସମୟର ସମ୍ମୁଖୀନ ହୋଇଛନ୍ତି। ଯାହାକି ତାଙ୍କୁ ଅଭାବୀ ଲୋକଙ୍କ ଦୁଃଖକୁ ବୁଝିବାକୁ ସକ୍ଷମ କରିଛି ବୋଲି ସେ କହିଛନ୍ତି। ଚଳିତ ବର୍ଷ ଶେଷ ଭାଗରେ ଆଇପିଏଲ୍‌ ଆୟୋଜନ ହେବାର ସମ୍ଭାବନା ଥିବାରୁ ପୃଥ୍ବୀ ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଆଇପିଏଲ୍‌ରେ ସେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି। ଗତ ସିଜନରେ ୧୩୩ରୁ ଊର୍ଦ୍ଧ୍ୱ ଷ୍ଟ୍ରାଇକ ରେଟ୍‌ରେ ସେ ୩୫୩ ରନ୍‌ ସଂଗ୍ରହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ ପାଇଁ ସେମିଫାଇନାଲରେ ପହଞ୍ଚିବା ଏବେ କଷ୍ଟକର, ଦକ୍ଷିଣ ଆଫ୍ରିକାଠାରୁ ହାରିବା ପରେ…

ନୂଆଦିଲ୍ଲୀ,୨୩।୨: ୨୦୨୬ ଟି-୨୦ ବିଶ୍ୱକପର ସୁପର ୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତୀୟ ଦଳ ପରାଜୟ ବରଣ କରିଥିଲା। ଗତ ରବିବାର (୨୨ ଫେବୃଆରୀ), ଅହମ୍ମଦାବାଦର ନରେନ୍ଦ୍ର…

୦,୦,୦,୦,୦,୦,୦,୦,୦,୦,୦,୦…ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆର ଲଜ୍ଜାଜନକ ରେକର୍ଡ

ନୂଆଦିଲ୍ଲୀ,୨୩।୨: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟିମ୍ ଇଣ୍ଡିଆ ୭୬ ରନରେ ଶୋଚନୀୟ ପରାଜୟ ବରଣ କରିଛି । ଦକ୍ଷିଣ ଆଫ୍ରିକାର ୧୮୭…

କମବ୍ୟାକ କରିବେ Sanju Samson?ଅଭିଷେକ-ତିଲକ ଫ୍ଲପ ହେବା ପରେ କୋଚ ଦେଲେ…

ନୂଆଦିଲ୍ଲୀ,୨୩।୨: ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୭୬ ରନର ଲଜ୍ଜିତ ପରାଜୟ ଟିମ ଇଣ୍ଡିଆର ଟେନସନକୁ ବୃଦ୍ଧି କରିଛି। ଏହି ପରାଜୟ ସହିତ…

ଫାଇନାଲରେ କେଉଁ ଟିମ ସହ ଖେଳିବ ଭାରତ? ରାହୁଲ ଦ୍ରାଭିଡ଼ କଲେ ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୩।୨: ୨୦୨୪ ଟି-୨୦ ବିଶ୍ୱକପ ଟାଇଟଲ ଜିତିଥିବା ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ଆଇସିସି ଟି-୨୦ ବିଶ୍ୱକପ ୨୦୨୬ ପାଇଁ ଏକ ସାହସିକ ଭବିଷ୍ୟବାଣୀ…

ମ୍ୟାଚ୍‌ ହାରିବା ପରେ ରାଗିଗଲେ ସୂର୍ଯ୍ୟକୁମାର: ଝାଡ଼ିଲେ ଦୋଷ

ନୂଆଦିଲ୍ଲୀ,୨୩।୨: ଟି୨୦ ବିଶ୍ୱକପ ୨୦୨୬ର ସୁପର ୮ ରାଉଣ୍ଡରେ ଟିମ ଇଣ୍ଡିଆର ଆରମ୍ଭ ଖରାପ ଥିଲା। ଦକ୍ଷିଣ ଆଫ୍ରିକା ବିପକ୍ଷରେ ୭୬ ରନରେ ପରାଜୟବରଣ କରିଥିଲା। ଏପର୍ଯ୍ୟନ୍ତ…

ଇତିହାସ ରଚିଲେ ବୁମ୍‌ରା, ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରାଜୟ ପରେ ବି କଲେ ଅନନ୍ୟ ରେକର୍ଡ

ନୂଆଦିଲ୍ଲୀ,୨୩।୨: ଜସପ୍ରିତ ବୁମ୍‌ରା ପୁଣିଥରେ ପ୍ରମାଣ କରିଛନ୍ତି ଯେ ବଡ଼ ମ୍ୟାଚରେ ତାଙ୍କଠାରୁ ଭଲ ଆଉ କେହି ନାହାନ୍ତି। ସେ ୨୦୨୬ ଟି୨୦ ବିଶ୍ୱକପର ସୁପର ୮…

Video: ଭାରତ-ଦକ୍ଷିଣ ଆଫ୍ରିକ ମ୍ୟାଚରେ ହେଲା ଖୁବ ଝଗଡା! ଡେଭିଡ ମିଲରଙ୍କ ସହ ଲାଗିଗଲେ ଓ୍ବାଶିଂଟନ ସୁନ୍ଦର, ଶୁଣିଲେନି…

ନୂଆଦିଲ୍ଲୀ,୨୩।୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ଲେଇଂ ଇଲେଭେନରେ ଭାରତୀୟ ଅଲରାଉଣ୍ଡର ୱାଶିଂଟନ ସୁନ୍ଦରଙ୍କୁ ସାମିଲ କରିବା ନେଇ ପ୍ରଶ୍ନ ଉଠାଯାଉଛି। ଏହି ମ୍ୟାଚରେ ତାଙ୍କୁ ଅକ୍ଷର ପଟେଲଙ୍କ…

୧୨୦୦ ଦିନ ପରେ ଭାଙ୍ଗିଲା ଭାରତର T20 ବିଶ୍ୱକପ ରେକର୍ଡ’, ଏବେ କେମିତି ସେମିଫାଇନାଲରେ ପହଞ୍ଚିବ ଟିମ ଇଣ୍ଡିଆ? ଜାଣନ୍ତୁ ସମୀକରଣ

ନୂଆଦିଲ୍ଲୀ,୨୩।୨: ICC T20 ବିଶ୍ୱକପ ୨୦୨୬ ର ପ୍ରଥମ ସୁପର ୮ମ୍ୟାଚ ରେ ଭାରତୀୟ ଦଳକୁ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡିଲା। ଅହମଦାବାଦର ନରେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri