Categories: ବାଣିଜ୍ୟ

ନିଶାନ ମୋଟରରୁ ଛଟେଇ ହେବେ ୧୭୦୦ ଭାରତୀୟ

ମୁମ୍ବାଇ,୨୭-୭: ମାନ୍ଦାବସ୍ଥା ସାମ୍ନା କରୁଥିବା ଅଟୋ ସେକ୍ଟରରେ ଲକ୍ଷାଧିକ ସଂଖ୍ୟାରେ କର୍ମଚାରୀ ବେକାର ହେବାକୁ ଯାଉଛନ୍ତି। ଭାରତୀୟ ବଜାର ମଧ୍ୟ ଏହି ଜାଲରେ ପଡିଛି। ଜାପାନର କାର ନିର୍ମାତା ନିଶାନ ମୋଟର ଭାରତରେ ପ୍ରାୟ ୧୭୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି। ବିଶ୍ୱ ସ୍ତରରେ କମ୍ପାନୀର ଲାଭ ଚଳିତ ଦଶକର ସର୍ବନିମ୍ନ ସ୍ତରରେ ପହଞ୍ଚତ୍ୟାଇଛି। ଏହି କାରଣରୁ ନିଶାନ ଆସନ୍ତା ୩ ବର୍ଷ ମଧ୍ୟରେ ସାରା ବିଶ୍ୱରେ ଏହାର ଅଫିସ୍‌ରୁ ୧୨,୫୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି। ଏମାନଙ୍କ ମଧ୍ୟରୁ ଇତିମଧ୍ୟରେ ୬୪୦୦ଜଣଙ୍କୁ ଛଟେଇ କରାଯାଇସାରିଲାଣି। ଅବଶିଷ୍ଟଙ୍କୁ ଆସନ୍ତା ୨-୩ ବର୍ଷ ଭିତରେ ବିଦା କରାଯିବ। ଛଟେଇ ହେବାକୁ ଥିବା କର୍ମଚାରୀଙ୍କ ମଧ୍ୟରେ ୧୩.୫% ଭାରତୀୟ ରହିଛନ୍ତି। କମ୍ପାନୀ ନିଜର ଦକ୍ଷତା ବଢ଼ାଇବାକୁ ଚାହୁଁଛି। ଏହି କାରଣରୁ ସାରା ବିଶ୍ୱରେ ଥିବା ଏହାର କର୍ମଚାରୀଙ୍କୁ ଛଟେଇ କରାଯାଉଛି। ଭାରତରେ ୧୭୦୦, ଆମେରିକାରେ ୧୪୨୦, ମେକ୍ସିକୋରେ ୧୦୦୦, ଇଣ୍ଡୋନେସିଆରେ ୮୩୦ ଏବଂ ଜାପାନର ଦୁଇଟି କାରଖାନାର ୮୮୦ ଜଣ କର୍ମଚାରୀଙ୍କୁ ବିଦା କରାଯିବ।

Share