Categories: ବାଣିଜ୍ୟ

ନିଶାନ ପକ୍ଷରୁ ସହାୟତା

ଭୁବନେଶ୍ୱର,୧୫-୫: ଫନୀ ପ୍ରଭାବିତ ଲୋକଙ୍କୁ ସହାୟତା କରିବା ଲାଗି ନିଶାନ ଇଣ୍ଡିଆ ଆଗେଇ ଆସିଛି। କମ୍ପାନୀ ପକ୍ଷରୁ କଟକ ଏବଂ ଭୁବନେଶ୍ୱରରେ ଜରୁରୀକାଳୀନ ମରାମତି ଟିମ୍‌ ମୁତୟନ କରାଯାଇଛି। ଯାନ ମରାମତିରେ ଉନ୍ନତି ଆଣିବା ଲାଗି ଡିଲରଶିପଗୁଡିକରେ ଅତିରିକ୍ତ ତାଲିମପ୍ରାପ୍ତ ଶ୍ରମିକ ନିୟୋଜିତ କରାଯାଇଛି। ଗ୍ରାହକଙ୍କୁ ମାଗଣା ଗାଡି ଟାଣିବା ସେବା ଯୋଗାଇ ଦିଆଯାଉଛି। ନିଶାନର ତାଲିମ ପ୍ରାପ୍ତ ଟେକ୍ନିକାଲ ଟିମ୍‌ଙ୍କ ତତ୍ୱାବଧାନରେ କାର୍ଯ୍ୟ ସମ୍ପାଦନ କରାଯାଉଛି। ଏଥିଲାଗି କମ୍ପାନୀର ହେଲପ ଲାଇନକୁ ଫୋନ କରି ଗ୍ରାହକ ସେବା ନେବାକୁ ନିବେଦନ କରାଯାଇଛି। ଏକ ଦାୟିତ୍ୱବାନ କର୍ପୋରେଟ ନାଗରିକ ଭାବେ ଏଭଳି ପଦକ୍ଷେପ ଗ୍ରହଣ କରିଥିବା ନିଶାନ ମୋଟର ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ମହାପ୍ରବନ୍ଧକ ଅତୁଲ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି।

Share