Categories: ଭଦ୍ରକ

ନିଳୋକ ପଞ୍ଚାୟତ ୧୨ ଘଣ୍ଟିଆ ସଟ୍‌ଡାଉନ୍‌

ବନ୍ତ,୧୫।୫(ଡି.ଏନ୍‌.ଏ.)-କରୋନା ମହାମାରୀ ସଂକ୍ରମଣକୁ ରୋକିବା ଲକ୍ଷ୍ୟରେ ଭଦ୍ରକ ଜିଲା ବନ୍ତ ବ୍ଲକ ନିଳୋକ ପଞ୍ଚାୟତର ସରପଞ୍ଚ ଅଶୋକ କୁମାର ମହାନ୍ତି ଶନିବାର ସକାଳ ୬ଟାରୁ ସା ୬ଟା ପର୍ଯ୍ୟନ୍ତ ସମଗ୍ର ପଞ୍ଚାୟତକୁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏ ନେଇ ସେ ଶୁକ୍ରବାର ତହସିଲଦାର ଇନ୍ଦିରା ସାହୁ, ବିଡିଓ ରେବେକା ବିଲୁଙ୍ଗ, ଥାନା ଅଧିକାରୀ ମିନା ବିନ୍ଧାଣୀକୁ ଲିଖିତ ଭାବେ ଜଣାଇଛନ୍ତି। ସେହିପରି ଡାକବାଜି ଯନ୍ତ୍ର ସହାୟତାରେ ପଞ୍ଚାୟତବାସୀଙ୍କୁ ସଚେତନ କରାଯାଇଛି।