Categories: ଜାତୀୟ

ନିଲାମ ହେବ ବିଶିଷ୍ଟ ଚିତ୍ରଶିଳ୍ପୀଙ୍କ କଳାକୃତି

ନୂଆଦିଲ୍ଲୀ: ବିଶିଷ୍ଟ ଚିତ୍ରଶିଳ୍ପୀ ଏମ୍‌.ଏଫ୍‌. ହୁସେନ, ଅମ୍ରିତା ଶେର-ଗିଲ, ଏସ୍‌.ଏଚ୍‌. ରାଜା, ଯାମିନୀ ରଏ ଏବଂ ଏଫ୍‌.ଏନ୍‌. ସୁଜାଙ୍କ କଳାକୃତି ଆସନ୍ତା ସପ୍ତାହରେ ନିଲାମ ହେବାକୁ ଯାଉଛି। ଏହିସବୁ କଳାକୃତି ବର୍ତ୍ତମାନ ଦିଲ୍ଲୀର ହୋଟେଲ ତାଜ ପ୍ୟାଲେସର ଶୋଭାମଣ୍ଡନ କରୁଛି। ଉକ୍ତ ହୋଟେଲର ୧୧୫ତମ ପ୍ରତିଷ୍ଠା ବାର୍ଷିକୀରେ ୨୫ଟି ଚିତ୍ରକଳା ନିଲାମ ହେବାକୁ ଥିବାବେଳେ ଲବ୍‌ଧ ଅର୍ଥ ତାଜ ପବ୍ଲିକ୍‌ ସର୍ଭିସ ଓ୍ବେଲଫେୟାର ଟ୍ରଷ୍ଟକୁ ପ୍ରଦାନ କରାଯିବ। ଉକ୍ତ କାରୁକାର୍ଯ୍ୟ ସହିତ ସୁପରିଚିତ ସେଲିବ୍ରିଟିଙ୍କ ନାମ ମଧ୍ୟ ଉଲ୍ଲେଖ ରହିଛି। ଆତଙ୍କବାଦ, ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ପୀଡିତ ବ୍ୟକ୍ତି ଏବଂ ଶହୀଦ ଯବାନଙ୍କ ପରିବାର ସଦସ୍ୟଙ୍କୁ ସହାୟତା ନିମନ୍ତେ ଉକ୍ତ ଅର୍ଥ ବିନିଯୋଗ କରାଯିବ। ପ୍ରତ୍ୟେକ ଚିତ୍ରରେ ଭାରତୀୟ କଳା ପ୍ରତିଫଳିତ। ଏହିସବୁ ଚିତ୍ରଗୁଡିକ ୧୯୫୨ରୁ ୨୦୦୫ ମଧ୍ୟରେ ପ୍ରସ୍ତୁତ କରାଯାଇଛି ।

Share