ନିଲାମ ହେବ ଖଣି, ବିଭିନ୍ନ କମ୍ପାନୀ ତତ୍ପର

ଯୋଡ଼ା, ୨୦।୧୦(ଡି.ଏନ.ଏ.)-ରାଜ୍ୟ ସରକାରଙ୍କ ବିଭିନ୍ନ ଖଣି ଗୁଡିକରେ ଲିଜ୍‌ ଅବଧି ଶେଷ ହେବାକୁ ଥିବାରୁ ସେଗୁଡିକର ପୁନଃ ନିଲାମ ପାଇଁ ଘୋଷଣା ପରେ ଯୋଡା ଖଣି ମଣ୍ଡଳର ବିଭିନ୍ନ ଖଣି ଉପରେ ବଡ ବଡ କମ୍ପାନୀଗୁଡ଼ିକର ନଜର ପଡିଛି । ସେମାନଙ୍କର ପ୍ରତିନିଧିମାନେ ଯୋଡା ଖଣି ମଣ୍ଡଳରେ ନିଲାମ ହେବାକୁ ଥିବା ଖଣି ପରିଦର୍ଶନ କରିବା ସହିତ ଖଣିଜ ପଥରର ସ୍ଥିତି ଅନୁଧ୍ୟାନ ସହ ଗଚ୍ଛିତ ଖଣିଜର ଆକଳନ କରୁଥିବା ଜଣାପଡିଛି।
ରାଜ୍ୟ ସରକାରଙ୍କର ଖଣି ନିଲାମ ବ୍ୟବସ୍ଥାର ଦେଶର ବହୁ ବଡ କମ୍ପାନୀ ଖଣିଜ ବ୍ୟବସାୟରେ ପୁଞ୍ଜି ନିବେଶ କରିବାକୁ ତପତ୍ରତା ପ୍ରକାଶ କରିଛନ୍ତି। ଏସବୁ ବଡ କମ୍ପାନୀଗୁଡ଼ିକ ମଧ୍ୟରେ ଟାଟାଷ୍ଟିଲ, ଜେଏସଡବ୍ଲ୍ୟୁ, ଆଦାନି ଗ୍ରୁପ୍‌, ଆର୍ସେଲର ମିତଲ, ଟାଟାଷ୍ଟିଲ ଲଙ୍ଗ ପ୍ରଡକ୍ଟ ସ୍ପଞ୍ଜ ଲିମିଟେଡ୍‌, ଲଏଡ୍‌ ଷ୍ଟିଲ, ରିଓ ଟିଣ୍ଟୋ, ବେଦାନ୍ତ ଗ୍ରୁପ୍‌, ଷ୍ଟେମକୋର, ଟିଭିଏସ ଗ୍ରୁପ୍‌, ଜିନ୍ଦଲ ଷ୍ଟେନଲେସ୍‌, ଟିଏସ ଆଲଏଜ୍‌ ପ୍ରଭୃତି କମ୍ପାନୀର ପ୍ରତିନିଧିମାନେ ଯୋଡା ଖଣି ମଣ୍ଡଳରେ ଥିବା ବିଭିନ୍ନ ଖଣି ଲିଜ୍‌ ଅଞ୍ଚଳ ବୁଲି ଦେଖିଥିବା ସୂଚନା ମିଳିଛି। ଉଲ୍ଲେଖନୀୟ ଯେ, ୨୦୨୦ ମାର୍ଚ୍ଚ ୩୧ ତାରିଖରେ ଯୋଡା ଖଣି ମଣ୍ଡଳର ୮ଟି ଖଣିର ଲିଜ୍‌ ଅବଧି ଶେଷ ହେବ। ପ୍ରଥମ ପର୍ଯ୍ୟାୟରେ ଯୋଡା ଖଣି ମଣ୍ଡଳର ଜୁରୁଡିସ୍ଥିତ କଳିଙ୍ଗ ମାଇନିଂ କର୍ପୋରେଶନ ଖଣି, କେ.ଏନ ରାମ୍‌ ଖଣି, ରୋଇଡା-୨, ଜରିବାହାଲସ୍ଥିତ ପଟ୍ଟନାୟକ ମିନେରାଲ ପ୍ରାଇଭେଟ ଲିମିଟେଡ ଖଣି, ଜୁରୁଡିସ୍ଥିତ ଜିଲିଂ ଏସେଲ ମାଇନିଂ ଆଣ୍ଡ ଇଣ୍ଡଷ୍ଟ୍ରିଜ ଖଣି, ଜଜାଙ୍ଗ ରୁଙ୍ଗ୍‌ଟା ମାଇନ୍ସ ଖଣି, ରୁଙ୍ଗ୍‌ଟା ସନସ୍‌ର ସିଲଯୋଡା ଖଣି ଓ ନୂଆଗାଁର କେଜେଏସ ଆହଲୁଓ୍ବାଲିଆ ଖଣି, ଠାକୁରାଣୀର କେ.ପି ଏଣ୍ଟରପ୍ରାଇଜର୍ସ ଖଣି, ବଳଦାସ୍ଥିତ କାଳିମାଟି ସିରାଜୁଦ୍ଦିନ୍‌ ଖଣି ପ୍ରଭୃତି ୧୦ଟି ଖଣିର ନିଲାମ ପ୍ରକ୍ରିୟା ପାଇଁ ଇସ୍ପାତ ଖଣି ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ କରାଯାଇଛି। ପୂର୍ବରୁ କାର୍ଯ୍ୟ କରୁଥିବା ଖଣି ଲିଜ୍‌ଧାରୀମାନଙ୍କର ଖଣିରେ ଥିବା ଖଣିଜର ମୂଲ୍ୟାୟନ ଏଯାଏ ହୋଇନାହିଁ। ଖଣି ଅଞ୍ଚଳରେ ଥିବା ସ୍ଥାୟୀ ସମ୍ପତ୍ତିର ମଧ୍ୟ ଆକଳନ କରାଯାଇନାହିଁ ା ରାଜ୍ୟ ସରକାର ଏଥିନିମନ୍ତେ ଏକ କମିଟି ଗଠନ କରିଥିଲେ ମଧ୍ୟ ଅଦ୍ୟାବଧି ଏହି କମିଟି ନିଲାମ ହେବାକୁ ଥିବା ଖଣି ଗୁଡିକରେ କାର୍ଯ୍ୟ ଆରମ୍ଭ କରି ନ ଥିବା ଜଣାପଡିଛି। ତେଣେ ଖଣିରେ ଗଚ୍ଛିତ ଥିବା ଖଣିଜଦ୍ରବ୍ୟର ଆକଳନକୁ କମ୍‌ କରି ଦେଖାଯାଇଥିବା ଅନ୍ୟ ଏକ ସୂତ୍ରରୁ ସୂଚନା ମିଳିଛି। ଏଥିପାଇଁ ଖଣିରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ଆଗାମୀ ଦିନରେ ଛଟେଇ ହେବାର ଆଶଙ୍କା ବ୍ୟକ୍ତ କରିଛନ୍ତି। ଖଣିଲିଜ୍‌ ପାଇବା ପରେ ସଂପୃକ୍ତ କମ୍ପାନୀ ସେମାନଙ୍କୁ ପୁନଃ ନିଯୁକ୍ତିର ବ୍ୟବସ୍ଥା କରିବ କି ନାହିଁ , କମ୍ପାନୀ ମେଶିନ୍‌ ଦ୍ୱାରା ସମ୍ପୂର୍ଣ୍ଣ ଖଣି କାର୍ଯ୍ୟ କରିବ କିମ୍ବା ଖଣିରେ ଆଂଶିକ ଯାନ୍ତ୍ରିକ କାର୍ଯ୍ୟ କରିବ ଏନେଇ ଶ୍ରମିକଙ୍କ ମଧ୍ୟରେ କଳ୍ପନାଜଳ୍ପନା ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ସୁରକ୍ଷିତ ରହିବ ଓଡ଼ିଶାର ଐତିହ୍ୟ-ପରମ୍ପରା’

ପାଟଣା,୫ା୪(ବୀରକିଶୋର ଦାଶ): ଓଡ଼ିଆ ପକ୍ଷ ଉପଲକ୍ଷେ ରବିବାର ଓଡ଼ିଶାର ଐତିହ୍ୟ ଓ ପରମ୍ପରାକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ପାଟଣା ମୁଖ୍ୟାଳୟ ଆଞ୍ଚଳିକ ମହାବିଦ୍ୟାଳୟ ତରଫରୁ ଏକ ଗଣଦୌଡ଼…

ଜଙ୍ଗଲରୁ ଜବତ ହେଲା ମଣିଷ ଖପୁରୀ ସହ ହାଡ଼, ମହିଳାଙ୍କ ଲୁଗା ପାଖରେ….

ପାଟଣା,୪।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଦାମାହୁଦା ପଞ୍ଚାୟତ ଅନ୍ତର୍ଗତ ସୁନାପଶି ଗ୍ରାମ ହୁଡ଼ିର ଜଙ୍ଗଲରୁ ଶନିବାର ପାଟଣା ପୋଲିସ ମଣିଷର ଖପୁରି ଓ…

ବାପା-ଝିଅ ଯାଉଥିବା ବେଳେ ରାସ୍ତା ମଝିରେ ହଠାତ୍‌  ଜଳିଲା ବାଇକ୍‌ 

କେନ୍ଦୁଝର,୪।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ପଦ୍ମପୁର ଗ୍ରାମ ନିକଟରେ ଏକ ଚଳନ୍ତା ବାଇକ୍‌ରେ ନିଆଁ ଲାଗିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।…

ଖଡ଼ିଛୁଆଁ, ପ୍ରବେଶ ଉତ୍ସବର ଶୁଭାରମ୍ଭ କଲେ ପାଟଣା ବିଧାୟକ

ପାଟଣା,୪ା୪(ବୀରକିଶୋର ଦାଶ): ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ ହେଉଛି। ଏହି ଅବସରରେ ଶନିବାର କେନ୍ଦୁଝର ଜିଲା ପାଟଣା ବ୍ଲକସ୍ତରୀୟ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ପାଟଣା ମୁଖ୍ୟାଳୟ…

ସାଙ୍ଗମାନଙ୍କ ସହ ମିଶି ଗାଧୋଇବାକୁ ଯାଇଥିଲେ ନାବାଳକ, ଖସିଗଲା ଗୋଡ, ଖୋଜାଖୋଜି ପରେ ମିଳିଲା…

ଆନନ୍ଦପୁର/ହାଟଡିହି,୪l୪ (ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାଏକ ): ବୈତରଣୀ ନଦୀରେ ବୁଡ଼ିଯାଇ କେନ୍ଦୁଝର ଜିଲା ରାମଚନ୍ଦପୁରୁ ଥାନା ଅନ୍ତର୍ଗତ ଅଞ୍ଜିରା ଗ୍ରାମର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ…

ଜବରଦଖଲରେ ସରକାରୀ ଜମି: ୯ ଏପ୍ରିଲରେ ଡିମାର୍କେଶନ ନିର୍ଦ୍ଧାରିତ

ବଞ୍ଚୋ,୪।୪(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚୋରଗାଡ଼ିଆ ଗ୍ରାମରେ ସରକାରୀ ଜମି ଜବରଦଖଲ ନେଇ ସମସ୍ୟା ଗୁରୁତର ରୂପ ନେଇଥିଲା । ଏହି…

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଥାନାରେ ପହଞ୍ଚିଲେ ଯୁବତୀ

କେନ୍ଦୁଝର,୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ପୋଲିସ ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ବାଲେଶ୍ୱର ଜିଲା…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri