ନିର୍ମାଣ ଶ୍ରମିକ ତାଲିକାରେ ପଞ୍ଜୀକୃତଙ୍କ ନାଁ ନାହିଁ

ବଲାଙ୍ଗୀର ଅଫିସ, ୧୬ା୪- ରାଜ୍ୟ ସରକାର ନିର୍ମାଣ ଶ୍ରମିକଙ୍କୁ ୧୫ଶହ ଟଙ୍କାର ସହାୟତା ଯୋଗାଇ ଦେବାକୁ କହିଥିଲେ। ଏଭଳି ଘୋଷଣା ପରେ ନିର୍ମାଣ ଶ୍ରମିକମାନେ ଲକ୍‌ଡାଉନ୍‌ ସମୟରେ ସରକାରୀ ସହାୟତା ପାଇ କିଛି ମାତ୍ରାରେ ଆଶ୍ୱସ୍ତ ହେବେ ବୋଲି ଆଶା କରିଥିଲେ। ତେବେ ବଲାଙ୍ଗୀର ଜିଲାର ନିର୍ମାଣ ଶ୍ରମିକମାନଙ୍କ ମଧ୍ୟରୁ କେତେକ ଯୋଗ୍ୟ ବିବେଚିତ ହେଲେ ମଧ୍ୟ ଏହି ସହାୟତା ପାଇବାରୁ ବଞ୍ଚତ୍ତ ହେବେ ବୋଲି ଜଣାପଡିଛି। ଏଭଳି ଏକ ଆଶଙ୍କା ନେଇ ଆଗଲପୁର ବ୍ଳକ୍‌ ସାନଟିକା ଗଁାର ୭ଜଣ ନିର୍ମାଣ ଶ୍ରମିକ ଗୁରୁବାର ଦୀର୍ଘ ୪୦କିଲୋମିଟର ସାଇକେଲ ଯାତ୍ରା କରି ଜିଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ଅଫିସ ବନ୍ଦ ଥିବାରୁ ସେଠାରେ କାହାରିକୁ ଭେଟି ନ ପାରି ସେମାନେ ପୁଣି ନିଜ ଗଁାକୁ ଫେରିଯାଇଛନ୍ତି। ନିର୍ମାଣ ଶ୍ରମିକ ପଞ୍ଜୀକରଣ ହୋଇଥିବା ସତ୍ତ୍ୱେ ସାନ୍‌ଟିକା ଗଁାର ଅଶୋକ କୁମାର ଭୋଇ, ଅକ୍ଷୟ ଭୋଇ, ଅଙ୍ଗଦ ବିଶ୍ୱାଳ, ଶୁଭ୍ରାଂଶୁ ପ୍ରଧାନ, ତରଣୀ ପଧାନ, ବୀରେନ୍ଦ୍ର ବେହେରା ଓ ଭକ୍ତ ବିଶ୍ୱାଳ ପ୍ରମୁଖ ସାନ୍‌ଟିକାରୁ ସାଇକେଲରେ ବଲାଙ୍ଗୀର ଜିଲା ସଦର ମହକୁମାକୁ ଆସି ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ସେମାନଙ୍କ ନାମ ପଞ୍ଜୀକରଣ ତାଲିକାରେ ଥିବା ସତ୍ତ୍ୱେ ସହାୟତା ତାଲିକାରୁ କିଭଳି ଭାବେ ଅନ୍ତର୍ଦ୍ଧାନ ହୋଇଯାଇଛି ଏକଥା ଜାଣିବାକୁ ଆସିଥିଲେ। ତେବେ ଅଫିସ ବନ୍ଦ ଥିବାରୁ ନିରାଶ ହୋଇ ଘରକୁ ଫେରିଥିବା ଜଣାପଡିଛି। ଜିଲାରେ ୫୫ହଜାରୁ ଉର୍ଦ୍ଧ୍ୱ ନିର୍ମାଣ ଶ୍ରମିକ ଏହି ସହାୟତା ପାଇବେ ବୋଲି ଦୁଇଦିନ ପୂର୍ବରୁ ସୂଚନା ଦିଆଯାଇଥିଲା। ତେବେ ଗୁରୁବାର ଏହି ସହାୟତା ତାଲିକାରେ ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କ ନାଁ ନ ଥିବା ଅଭିଯୋଗ ହୋଇଥିବାରୁ ବାସ୍ତବରେ ଜିଲାର ନିର୍ମାଣ ଶ୍ରମିକମାନେ କେତେ ସହାୟତା ପାଇବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri