ନିର୍ମାଣ ଶ୍ରମିକଙ୍କୁ ମିଳୁନି ସହାୟତା ରାଶି

ବନ୍ତ,୨୭।୪(ଡି.ଏନ୍‌.ଏ.)-ରାଜ୍ୟ ସରକାର କରୋନା ଲକ୍‌ ଡାଉନ୍‌ ସମୟରେ ନିର୍ମାଣ ଶ୍ରମିକ ମାନଙ୍କୁୁ ୧୫ ଶହ ଟଙ୍କାର ସହାୟତା ରାଶି ପ୍ରଦାନର ବ୍ୟବସ୍ଥା କରିଛନ୍ତି। ଏପରିସ୍ଥଳେ ଭଦ୍ରକ ଜିଲା ବନ୍ତ ବ୍ଲକ ପଧାନପଡା ଗ୍ରାମର ମହେନ୍ଦ୍ର ଜେନାଙ୍କୁ ଏହି ସହାୟତା ରାଶି ମିଳି ନ ଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ଶ୍ରମିକ ଜିଲା ଶ୍ରମ କାର୍ଯ୍ୟାଳୟରେ ନାମ ପଞ୍ଜୀକରଣ କରି ପ୍ରମାଣ ପତ୍ର ପାଇଛନ୍ତି। ଏପରିସ୍ଥଳେ ତାଙ୍କୁ ଅଦ୍ୟାବଧି ସହାୟତା ରାଶି ମିଳି ନ ଥିବା ନେଇ ବ୍ଲକ କାର୍ଯ୍ୟାଳୟରେ ଅଭିଯୋଗ କରିଥିବା ଜଣାଯାଇଛି।