Posted inଜାତୀୟ

ନିର୍ଭୟା ମାମଲା: ଫାଶୀରୁ ବଞ୍ଚିବାକୁ ଦ୍ୱିତୀୟଥର କ୍ଷମା ଆବେଦନ କଲେ ଅକ୍ଷୟ

ନୂଆଦିଲ୍ଲୀ,୯।୨: ନିର୍ଭୟା ଗଣବଳାତ୍କାର ମାମଲାର ୪ ଦୋଷୀଙ୍କୁ ଆସନ୍ତା ମାର୍ଚ୍ଚ ୩ ସକାଳ ୬ଟାରେ ଫାଶୀ ଦେବାକୁ ନେଇ ତୃତୀୟ ଥର ଲାଗି ଡେଥ୍‌ ଓ୍ବାରେଣ୍ଟ ଜାରି କରାଯାଇଛି। ହେଲେ ଏଥିରୁ ବଞ୍ଚିବାକୁ ଏମାନେ ପୁଣି ଉଦ୍ୟମ କରିଛନ୍ତି। ଏହି ମାମଲାର ଅନ୍ୟତମ ଦୋଷୀ ଅକ୍ଷୟ କୁମାର ସିଂଙ୍କ ଆଇନର ସମସ୍ତ ବିକଳ୍ପ ଶେଷ ହୋଇଥିବା ବେଳେ ଶନିବାର ସେ ଦ୍ୱିତୀୟ ଥର ଲାଗି କ୍ଷମା ଆବେଦନ କରିଛନ୍ତି। ପ୍ରଥମେ ଅକ୍ଷୟଙ୍କ କ୍ଷମା ଆବେଦନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିଦେଇଥିଲେ। ଏବେ ଅକ୍ଷୟଙ୍କ ଓକିଲ ଦର୍ଶାଇଛନ୍ତି ଯେ ପ୍ରଥମ କ୍ଷମା ଆବେଦନ ଅକ୍ଷୟଙ୍କ ମାତାପିତା ଦାଖଲ କରିଥିଲେ। ଯେଉଁଥିରେ ସମସ୍ତ ତଥ୍ୟ ଦିଆଯାଇ ନ ଥିଲା। ତେଣୁ ଅକ୍ଷୟଙ୍କ ଓକିଲ ଏପି ସିଂ କହିଛନ୍ତି ରାଷ୍ଟ୍ରପତି ମାମଲାର ସମ୍ପୂର୍ଣ୍ଣ ଦିଗ ଦେଖି ନ ଥିବାରୁ ଅକ୍ଷୟ ପୁଣିଥରେ କ୍ଷମା ଆବେଦନ କରିଛନ୍ତି। ଏବେ ଏହାକୁ ନେଇ ଆଲୋଚନା ହେଉଛି କି ମାର୍ଚ୍ଚ ୩ରେ ଥିବା ଫାଶୀ ଦଣ୍ଡକୁ ଘୁଞ୍ଚାଇବାକୁ ଦୋଷୀଙ୍କର ଏହା ଏକ ନୂଆ ଉଦ୍ୟମ।


Enter your email to get our daily news in your inbox.

All Right Reserved By Dharitri.Com

ଆଜିର ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ରହିଲେ ୩୯ ପରୀକ୍ଷାର୍ଥୀ

ଲାଞ୍ଜିଗଡ଼,୧୯ା୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ୮ଟି ପରୀକ୍ଷା କେନ୍ଦ୍ରରେ ଗୁରୁବାର ମାଟ୍ରିକ ପରୀକ୍ଷା ଦେଇଛନ୍ତି ୧୩୬୪ ଜଣ ଛାତ୍ରୀଛାତ୍ର। ଏହି ପରୀକ୍ଷା ଫେବୃଆରୀ…

‘ଗଞ୍ଜାମ ବ୍ଲକରେ ବର୍ତ୍ତମାନ ସୁଦ୍ଧା ୮୯ ପ୍ରତିଶତ ଧାନ କିଣା ସରିଛି’

ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ୧୫ଟି ପଞ୍ଚାୟତରେ ସରକାରଙ୍କ ପକ୍ଷରୁ ହୋଇଥିବା ଚାଷୀ ଧାନ ବିକ୍ରି ପାଇଁ ମଣ୍ଡିର କେତେକ ସ୍ଥାନରେ ଅବ୍ୟବସ୍ଥା ଦେଖାଦେଇଛି। ଏଥିପାଇଁ ଚାଷୀଙ୍କୁ…

ପଡ଼ିଆରେ ଅଘଟଣରେ: କ୍ରିକେଟ୍‌ ମ୍ୟାଚ୍‌ ଚାଲିଥିବାବେଳେ ମହୁମାଛି ଆକ୍ରମଣ, ଅମ୍ପାୟାର ମୃତ

ଲକ୍ଷ୍ନୌ,୧୯।୨: ଭାରତରେ ଏକ କ୍ରିକେଟ ମ୍ୟାଚ ଚାଲିଥିବା ସମୟରେ ଏକ ଅଘଟଣ ଘଟିଛି। ଏଠାରେ ଏକ ମ୍ୟାଚ୍‌ ଚାଲିଥିବାବେଳେ ମହୁମାଛି ଆକ୍ରମଣରେ ଜଣେ ଅମ୍ପାୟାରଙ୍କ ମୃତ୍ୟୁ ଘଟିଛି।…

ଭାରତୀୟ ବିମାନ କମ୍ପାନୀ ବିରୋଧରେ ବାଂଲାଦେଶ ନେଲା ବଡ଼ ନିଷ୍ପତ୍ତି: ଏୟାରସ୍ପେସ ବନ୍ଦ

ଢାକା,୧୯।୨: ବାଂଲାଦେଶର ତାରିକ ରହମାନ ସରକାର ବକେୟା ଦେୟ ପରିଶୋଧ ନ କରିବା କାରଣରୁ ଭାରତୀୟ ବଜେଟ ବିମାନ କମ୍ପାନୀ ସ୍ପାଇସଜେଟକୁ ଏହାର ଏୟାରସ୍ପେସ ବ୍ୟବହାର କରିବାରୁ…

ରାଜ୍ୟରେ ବଢ଼ିବ ସବ୍‌ଡିଭିଜନ, ଏହି ଜିଲାରୁ ଆସିଛି ସର୍ବାଧିକ ପ୍ରସ୍ତାବ

ଭୁବନେଶ୍ୱର,୧୯ା୨: ରାଜ୍ୟରେ ବଢ଼ିପାରେ ସବ୍‌ଡିଭିଜନ ସଂଖ୍ୟା, ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗୁରୁବାର ଗୃହରେ ସୂଚନା ଦେଇଛନ୍ତି। ୬୬ ନୂଆ ସବ୍‌ଡିଭିଜନ ଗଠନ ପାଇଁ ସରକାରଙ୍କୁ…

ସେବାଶ୍ରମ ବିଦ୍ୟାଳୟ ଅଫିସ ରୁମ୍‌ରେ ପିଅନଙ୍କ ଝୁଲନ୍ତା ମୃତଦେହ

ନନ୍ଦପୁର,୧୯ା୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବିଲାପୁଟ ପଞ୍ଚାୟତର ଜବାଗଡ଼ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଫିସ ରୁମ୍‌ରୁ ଗୁରୁବାର ସକାଳେ କାର୍ଯ୍ୟରତ ପିଅନ (ସିସିଏ)…

ଶିମିଳିପାଳରେ ହେବ ହେଲିପ୍ୟାଡ୍‌’

ଭୁବନେଶ୍ୱର,୧୯ା୨: ମୟୂରଭଞ୍ଜ ଜିଲା ଶିମିଳିପାଳରେ ହେଲିପ୍ୟାଡ୍‌ ହେବ। ଏନେଇ ବିଧାନସଭା ଗୃହରେ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆବଶ୍ୟକୀୟ ଜମି ନିରୂପଣ…

ମେୟର ସୁବାସ ସିଂଙ୍କୁ ଟାର୍ଗେଟ୍‌ କଲେ ସୋଫିଆ, କହିଲେ ନିଜ ସ୍ବାର୍ଥ ପାଇଁ…

କଟକ,୧୯ା୨: କଟକରେ ଜଣ୍ଡିସ୍‌ କାୟା ବିସ୍ତାର କରିବା ପ୍ରସଙ୍ଗରେ ମେୟର ସୁବାସ ସିଂଙ୍କୁ ଟାର୍ଗେଟ୍‌ କରିଛନ୍ତି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ। ସେ କହିଛନ୍ତି, ନିଜ ସ୍ବାର୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri