Categories: ଜାତୀୟ

ନିର୍ଭୟା ମାମଲା: ଦୋଷୀ ମୁକେଶ କହୁଛନ୍ତି ଘଟଣା ଦିନ ସେ ଦିଲ୍ଲୀରେ ନ ଥିଲେ

ନୂଆଦିଲ୍ଲୀ,୧୭।୩: ନିର୍ଭୟା ଗଣବଳାତ୍କାର ମାମଲାର ଅନ୍ୟତମ ଦୋଷୀ ମୁକେଶ ଏବେ ଫାଶୀ ଦଣ୍ଡାଦେଶକୁ ଏଡାଇବାକୁ ନୂଆ ଉପାୟ ଚିନ୍ତା କରିଛନ୍ତି। ଏବେ ପୁଣିଥରେ ସେ କୋର୍ଟର ଦ୍ୱାରସ୍ଥ ହୋଇ କହିଛନ୍ତି ଘଟଣା ଦିନ ସେ ଦିଲ୍ଲୀରେ ନ ଥିଲେ। ତାଙ୍କ ଓକିଲଙ୍କ ଜରିଆରେ ସେ କହିଛନ୍ତି ୧୭ ଡିସେମ୍ବର ୨୦୧୨ରେ ଦିଲ୍ଲୀ ପୋଲିସ ତାଙ୍କୁ ରାଜସ୍ଥାନରୁ ଗିରଫ କରିଥିବାରୁ ୧୬ ଡିସେମ୍ବରରେ ସେ ଦିଲ୍ଲୀରେ ନ ଥିଲେ। ଗୋଟିଏ ଦିନ ପୂର୍ବରୁ ନିର୍ଭୟା ମାମଲାର ଦୋଷୀ ଅନ୍ତରାଷ୍ଟ୍ରୀୟ କୋର୍ଟର ଦ୍ୱାରସ୍ଥ ହୋଇଥିବା ବେଳେ ଏବେ ପୁଣି ମୁକେଶ ପଟିଆଲା ହାଉସ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ସୂଚନାଯୋଗ୍ୟ, ମାର୍ଚ୍ଚ ୨୦ ଭୋର ୫ଟା ୩୦ରେ ନିର୍ଭୟା ଗଣବଳାତ୍କାର ମାମଲାର ୪ ଦୋଷୀଙ୍କୁ ଫାଶୀ ଦେବାଲାଗି ଡେଥ୍‌ ଓ୍ବାରେଣ୍ଟ ଜାରି ହୋଇ ସାରିଛି।

Share