Posted inଜାତୀୟ

ନିର୍ବାଚନ ବେଳେ ପ୍ଲାଷ୍ଟିକ୍‌ ବ୍ୟବହାର ବିରୋଧରେ ପିଟିଶନ: କେନ୍ଦ୍ର, ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ

ନୂଆଦିଲ୍ଲୀ,୧୦ା୧(ପି.ଟି.): ନିର୍ବାଚନ ବେଳେ ପ୍ଲାଷ୍ଟିକ୍‌ ବ୍ୟାନର, ହୋର୍ଡିଂ ଇତ୍ୟାଦିର ବ୍ୟବହାରକୁ ବିରୋଧ କରି ଦାଏର ଏକ ପିଟିଶନ ଉପରେ ସୁପ୍ରିମକୋର୍ଟ ଗୁରୁବାର କେନ୍ଦ୍ର ସରକାର ଓ ନିର୍ବାଚନ କମିଶନ (ଇସି)ଙ୍କୁ ନୋଟିସ ଜାରି କରିଛନ୍ତି। ଜଷ୍ଟିସ୍‌ ଏଲ୍‌. ନାଗେଶ୍ୱର ରାଓ ଏବଂ ହେମନ୍ତ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ଏବଂ ଇସିଙ୍କୁ ୪ ସପ୍ତାହ ମଧ୍ୟରେ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଇନଜୀବୀ ଡବ୍ଲ୍ୟୁ. ଏଡଓ୍ବିନ୍‌ ଓ୍ବିଲ୍‌ସନ ଏହି ପିଟିଶନ ଦାଏର କରିଥିଲେ।
ପ୍ଲାଷ୍ଟିକ୍‌ ବ୍ୟବହାର ବିରୋଧରେ ଜାରି କଟକଣା କାର୍ଯ୍ୟକାରୀ ହେଉଛି କି ନାହିଁ ତାହା ତଦାରଖ କରିବାକୁ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ଭାରତର ନିର୍ବାଚନ କମିଶନ ଏବଂ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନିର୍ବାଚନରେ ପ୍ରଚୁର ପରିମାଣରେ ପିଭିସି ବ୍ୟାନର ବ୍ୟବହୃତ ହେଉଛି, ଯାହା ପରିବେଶ ପାଇଁ ଅତ୍ୟନ୍ତ କ୍ଷତିକାରକ। ଏହି ମୁଖ୍ୟ ପ୍ରସଙ୍ଗ ଉପରେ ଏନ୍‌ଜିଟି ପ୍ରଭାବଶାଳୀ ନିର୍ଦ୍ଦେଶନାମା ଜାରି କରି ନ ଥିବା ପିଟିଶନରେ ଦର୍ଶାଯାଇଛି। ଆଇନଜୀବୀ ସଞ୍ଜୟ ଉପାଧ୍ୟାୟ ଏବଂ ସଲିକ୍‌ ଶଫିକ୍‌ଙ୍କ ଜରିଆରେ ଏହି ପିଟିଶନ ଦାଏର କରାଯାଇଛି। ନିର୍ବାଚନ ପ୍ରଚାର ବେଳେ ପ୍ଲାଷ୍ଟିକ୍‌ରେ ପ୍ରସ୍ତୁତ ପୋଷ୍ଟର, ବ୍ୟାନର, ହୋର୍ଡିଂ ବ୍ୟବହୃତ ହେଉଛି ଓ ପରେ ତାହା ବର୍ଜ୍ୟରେ ପରିଣତ ହେଉଛି, ଯାହାକି ପରିବେଶ ପାଇଁ ଅତ୍ୟନ୍ତ ହାନିକାରକ ବୋଲି ଆବେଦନକାରୀ ଓ୍ବିଲ୍‌ସନ ଅଭିଯୋଗ କରିଛନ୍ତି। ତେଣୁ ପିଭିସି, ସିନ୍ଥେଟିକ୍‌ ପ୍ଲାଷ୍ଟିକ୍‌ ପଲିମର ଏବଂ କ୍ଲୋରିନେଟେଡ୍‌ ପ୍ଲାଷ୍ଟିକ ବ୍ୟବହାର ସମ୍ପୂର୍ଣ୍ଣ ନିଷିଦ୍ଧ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ସେ ସର୍ବୋଚ୍ଚ ଅଦାଲତଙ୍କୁ ଅନୁରୋଧ କରିଛନ୍ତି।
ନିର୍ବାଚନ ପ୍ରଚାରବେଳେ ପ୍ଲାଷ୍ଟିକ୍‌ର ବିକଳ୍ପ ବ୍ୟବହାର କରିବା ପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବ ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କୁ ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ କହିବା ପରେ ଏନ୍‌ଜିଟି ଉପରୋକ୍ତ ନିଷ୍ପତ୍ତି ନେଇଥିଲେ। ମନ୍ତ୍ରଣାଳୟ ବିଘଟନ ହେଉଥିବା ପ୍ଲାଷ୍ଟିକ୍‌, ପ୍ରାକୃତିକ ଫାଇବର, ପୁନଃଚକ୍ରଣଯୋଗ୍ୟ କାଗଜ ଓ ଅନ୍ୟାନ୍ୟ ପରିବେଶ ଅନୁକୂଳ ପଦାର୍ଥକୁ ପ୍ରଚାର କାର୍ଯ୍ୟରେ ବ୍ୟବହାର କରିବା ଲାଗି ରାଜ୍ୟଗୁଡିକୁ ପତ୍ର ଲେଖିଥିଲେ ବୋଲି କହିଛନ୍ତି। ନିର୍ବାଚନ ବେଳେ ପ୍ଲାଷ୍ଟିକ ପଦାର୍ଥ ବିଶେଷ କରି ବ୍ୟାନର ଓ ହୋର୍ଡିଂ ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ ହେବା ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ଏବଂ ନିର୍ବାଚନ କମିଶନ ଚାହାନ୍ତି। ତେଣୁ ଉପରୋକ୍ତ କଟକଣା/ନିର୍ଦ୍ଦେଶାବଳୀ ଉପଯୁକ୍ତ ଭାବେ ପାଳନ ହେଉଛି କି ନାହିଁ ତାହା ନିର୍ବାଚନ କମିଶନ ଏବଂ ପ୍ରତି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ନିର୍ବାଚନ ଅଧିକାରୀ ଏବଂ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତଦାରଖ କରିବା ଠିକ୍‌ ହେବ ବୋଲି ଟ୍ରିବ୍ୟୁନାଲ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବେଲଗୁଣ୍ଠାରେ ଜିଲାସ୍ତରୀୟ ଅଭିଯୋଗ ଶୁଣାଣି, ୪ ଜଣଙ୍କୁ ୨୫ ହଜାର ଟଙ୍କା ସହାୟତା ପ୍ରଦାନ

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ…

କାଳୀମେଘା ହତ୍ୟାକାଣ୍ଡ ଘଟଣା; ସ୍ତ୍ରୀ ରଚିଥିଲା ଷଡଯନ୍ତ୍ର, ପତ୍ନୀ ସମେତ ୫ ଗିରଫ

କଳିଙ୍ଗନଗର,୧୩।୪(ଶୁଭାଶିଷ ରାଉତ ): ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ କାଳୀମେଘା ସ୍ଥିତ ଗେଷ୍ଟହାଉସ ସମ୍ମୁଖରେ ଗୁଳି ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟଣାର ଫର୍ଦ୍ଧାଫାଶ କରିଛି…

ଆମେରିକାର ଧମକରେ ଚିହିଁକି ଉଠିଲା ଚାଇନା, କହିଲା ଆମ ପାଇଁ ସବୁବେଳେ ହର୍ମୁଜ…

ବେଜିଂ,୧୩ା୪: ଇସଲାମାବାଦରେ ୨୧ ଘଣ୍ଟା ଧରି ଚାଲିଥିବା ମାରାଥନ ବୈଠକରେ କୌଣସି ସମାଧାନର ବାଟ ବାହାରିପାରିଲା ନାହିଁ। ଫଳରେ ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି…

ହଜମ କ୍ରିୟାକୁ ସକ୍ରିୟ କରେ ଖଜୁରି

ଖଜୁରିରେ ଫାଇବର୍‌, କ୍ୟାଲ୍‌ସିୟମ୍‌ ଏବଂ ମ୍ୟାଗ୍ନେସିୟମ୍‌ ଆଦି ପ୍ରଚୁର ପରିମାଣରେ ଭରି ରହିଛି। ଖଜୁରିକୁ ଆମେ ସବୁ ସମୟରେ ଖାଇପାରିବା, କିନ୍ତୁ ମୁଖ୍ୟତଃ ଏହାକୁ ସକାଳ ଜଳଖିଆ…

ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଜଳିଗଲା ବୁଲେଟ୍, କେମିତି ଲାଗିଲା ନିଆଁ?

ବଲାଙ୍ଗୀର,୧୩।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଅଭାବନୀୟ ଘଟଣା । ଜଣେ ଓକିଲ ତାଙ୍କ ବୁଲେଟ୍ ରଖି ରେକର୍ଡ ରୁମକୁ ଯାଇଥିବା ବେଳେ ହଠାତ୍…

ମହିଳାଙ୍କୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଅପେକ୍ଷାର ଅନ୍ତ ହେବାକୁ…

ନୂଆଦିଲ୍ଲୀ,୧୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ନାରୀ ଶକ୍ତି ବନ୍ଦନ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦେଶର ବିକାଶ ଯାତ୍ରାର ଏହି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ…

ଅପମାନିତ ପରେ ମନ ବୁଝିଲାନି, ପୁଣି ଥରେ ଆମେରିକା-ଇରାନ ମଧ୍ୟରେ ଆଲୋଚନା ପାଇଁ ପାକିସ୍ତାନ…

ଇସଲାମାବାଦ,୧୩ା୪: ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ, ପାକିସ୍ତାନ ଦୁଇ ଦେଶକୁ ଆଲୋଚନା ଟେବୁଲକୁ ଫେରାଇ ଆଣିବା ପାଇଁ…

ଶାନ୍ତି ଆଲୋଚନା ବାଟବଣା ହେବା ବେଳେ, ଆକ୍ରମଣାତ୍ମକ ମନୋଭାବ ଗ୍ରହଣ କରିଛନ୍ତି ଟ୍ରମ୍ପ

ଓ୍ବାଶିଂଟନ,୧୩।୪: ପାକିସ୍ତାନରେ ଆମେରିକା-ଇରାନ ‘ଶାନ୍ତି ଆଲୋଚନା’ ବିଫଳ ହୋଇଛି। ଇରାନ ଆମେରିକୀୟ ପ୍ରସ୍ତାବକୁ ଗ୍ରହଣ କରିବାକୁ ମନା କରିଛି। ଫଳସ୍ବରୂପ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri